ରାୟଗଡ଼ା ଜେମାଦେଇପେଣ୍ଠ ଠାରେ ମାଁ ମଝିଘରିୟାଣୀ ମାଁଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

48 0

ରାୟଗଡ଼ା :୨୮/୦୫ ( ଅଞ୍ଜନ କୁମାର ନାଏକ)ରାୟଗଡ଼ା ବ୍ଳକ ଅନ୍ତର୍ଗତ ଜେମାଦେଇପେଣ୍ଠ ଠାରେ ମାଁ ମଝିଘରିୟାଣୀ ମାଁଙ୍କ ନୂତନ ମନ୍ଦିର ସହ ମାଁ ମଝିଘରିୟାଣୀ ମାଁଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ୫ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି।ପାଞ୍ଚ ଦିନ ଧରି ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ରୀତିକାନ୍ତିର ସହ ୧୦୮ କଳସଯାତ୍ରାରେ ହଜାରେ ହଜାରେ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ପ୍ରଥମ ଦିନରେ ଅଙ୍କୁରାପୋପଣ ଦୀକ୍ଷା ଗ୍ରହଣ, କଳସ ସ୍ଥାପନା, ଅଗ୍ନି ସ୍ଥାପନା, କୁଠ ସଂସ୍କାର ସ୍ଥାପନା, କୁଠ ସଂସ୍କାର ଯଜ୍ଞ ମଠପରେ ପୂଜାର୍ଚ୍ଚନା, ଦ୍ୱିତୀୟ ଦିନରେ ସ୍ତମ୍ଭପୂଜା, ବନଜାଗ, ଇନ୍ଦ୍ରଇଦ୍ରାଣୀପୁଜା, ଦୀକ୍ଷା ଗ୍ରହଣ ରତ୍ନମୁଦ, ସୂର୍ଯ୍ୟପୂଜା, କାରୁଶାଳା, ନ୍ୟାସ ହୋମ ଶେଷ ଦିନରେ ସୂର୍ଯ୍ୟପୂଜା, ଷୋଡଶ ଉପଚାର ପୂଜା, ଗୋ ପୂଜା, ଦେବତା ପ୍ରବେଶ, ମହାଧୱକ ଉତ୍ତୋଳନ, ରତ୍ନମୁଦ ପୂଜା, ପାଶ୍ରୱ ଦେବତା ସ୍ଥାପନ, ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ସହ ପୂର୍ଣ୍ଣାହୂତି, ଗାଁ ବନ୍ଧନ, ପୁଷ୍ପଞ୍ଜଳି ଆଦି ବିଧିବଦ୍ଧ ଭାବେ ଅନୁଷ୍ଠିତ କରାଯାଇଥିଲା ।

ଏଥିସହ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସମସ୍ତ ଶ୍ରଦ୍ଧାଳୁ ଭକ୍ତଗଣ ମାନଙ୍କ ସହଯୋଗରେ ଏହି ମନ୍ଦିର ନିର୍ମାଣ କରାଯାଇଥିବା ବେଳେ ଗ୍ରାମ ସହ ସାରା ଜିଲ୍ଲାରେ ବାଧାବିଘ୍ନ ସମୟରେ ମାଁ ମଝିଘରିୟାଣୀ ମାଁ ସାହା ହୋଇଥାନ୍ତି ବୋଲି ମନ୍ଦିର ପରିଚାଳନା କମିଟି ର ସଭାପତି ଶ୍ରୀ ଯୋଗେଶ୍ୱର ଦାସ ପ୍ରକାଶ କରିଛନ୍ତି ।ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଗଣ ଯୋଗ ଦେଇ ପ୍ରତ୍ୟେକ ଦିନ ହୋଇଥିବା ନାଚ ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ। ଉକ୍ତ ପ୍ରତିଷ୍ଠା ଉତ୍ସବ କୁ ମନ୍ଦିର କମିଟି ର ସଭାପତି ଯୋଗେଶ୍ଵର ଦାସ , ସମ୍ପାଦକ ଶ୍ରୀ କେ ରାମ ବାବୁ , ଏମ ଗୈାରୀ ସଙ୍କର , ମୁକୁନ୍ଦ ପିଡିକା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।ପୁଜା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

 

Related Post

ରକ୍ତତୀର୍ଥ କୁଦୋପାଲିରେ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

Posted by - December 31, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ଵାଳ )୧୮୫୭ କ୍ରାନ୍ତିର ମୁକସାକ୍ଷୀ ସମ୍ବଲପୁର କୁଦୋପାଲି ଘାଟିରେ ଗୋଟିଏ ଦିନରେ ୫୩ ଜଣ ଇଂରେଜ ଗୁଲିରେ ଶହିଦ ହେବା ସହ ୫ ଜଣ ଫାଶିଖୁଣ୍ଟରେ…

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ

Posted by - July 7, 2023 0
କେସିଙ୍ଗା:୬/୭ (ପ୍ରିତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଏବଂ କେସିଙ୍ଗା ବନ ବିଭାଗଙ୍କ ମିଳିତ ସହଯୋଗରେ ବନମହୋତ୍ସବ କାର୍ଯ୍ୟ କ୍ରମ ପାଳିତ ହୋଇଯାଇଛି।…

୭୩ଟି ହାଇସ୍କୁଲ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଲୋକାର୍ପିତ

Posted by - June 3, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଆଜି ନବରଙ୍ଗପୁର ଜିଲ୍ଲା ର ପାପଡାହାଣ୍ଡି ଠାରେ ଅନୁଷ୍ଠିତ ନବରଙ୍ଗପୁର ଜିଲ୍ଲା ର ୭୩ଟି ହାଇସ୍କୁଲ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ…

ପଞ୍ଚମ ଦିନରେ କଣ୍ଟାମାଳ ରାମାୟଣ ନବାହ ପlରାୟଣ, ପ୍ରଭୂ ଶ୍ରୀରାମଙ୍କ ବନବାସରେ ଅଯୋଧ୍ୟାବାସୀଙ୍କ ଶୋକ

Posted by - April 13, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଛକ ଶ୍ରୀରାମ ମନ୍ଦିରରେ ତୁଳସୀ ରାମାୟଣ ନବାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ର ପଞ୍ଚମ ଦିନ ସଂଧ୍ୟାରେ ପ୍ରଭୂ…

ଏସ ପି ଚରଣ ସିଂ ମୀନାଙ୍କ ବିଂଝାରପୁରର ବିଭିନ୍ନ ଅଂଚଳ ସମୀକ୍ଷା

Posted by - July 18, 2020 0
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ଘରୁ ବାହାରୁଛନ୍ତି କି ତେବେ ସାବଧାନ୍ ! ଆଜିଠୁ ଲକ୍‌ ଡାଉନ୍‌ ଲାଗି ପୁଣି କଡ଼ାକଡ଼ି ଚେକିଂ ଆରମ୍ଭ, ନିୟମ ନମାନିଲେ ଜରିମାନା ଆଦାୟ…