ରାୟଗଡା ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ଅତୁନୁ ସବ୍ୟସାଚୀଙ୍କ ଦିନିକିଆ ଗସ୍ତ

99 0

ମୁନିଗୁଡା :(ରମାକାନ୍ତ ପୋଡାଲ )”ପାନୀୟଜଳ ସମସ୍ୟା ତୂରିତ ସମାଧାନ ଉପରେ ଗୁରୁତ୍ୱ ” ରାୟଗଡା ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଅତୁନୁ ସବ୍ୟସାଚୀ ନାୟକ ଦିନିକିଆ ରାୟଗଡା ଗସ୍ତ କରି ଯୋଜନା କମିଟି ଦ୍ୱାରା ଅନୁମୋଦିତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସଠିକ୍ ବିନିଯୋଗ ଓ କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଛନ୍ତି l ବିଶେଷ କରି ପିଇବା ପାଣି ସମସ୍ୟା ଉପରେ ଗୁରୁତର ସହ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତି l ଜିଲ୍ଲାରେ ଜଳକିଷ୍ଟ ଅଂଚଳ ମାଙ୍କରେ ବର୍ଷାଦିନ ପୂର୍ବରୁ ପ୍ରକଳ୍ପଗୁଡିକର ସମ୍ପୂର୍ଣ କରି ବିଶୁଦ୍ଧ ପାନୀୟ ଯୋଗାଇବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ସୀମକ୍ଷା ବୈଠକରେ ଅଧ୍ୟକ୍ଷତା କରି ଆଲୋଚନା କରିଥିଲେ ।

ଏହି ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା,ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଦେଷ୍ଟା ସୁଧୀର କୁମାର ଦାଶ,ଜିଲ୍ଳାପାଳ ସ୍ୱଧାଦେବ ସିଂ,ପୂର୍ବତନ ରାଜ୍ୟସଭା ସଂlସଦ ଏନ. ଭାସ୍କର ରାଓ, ରାୟଗଡା ପୌର ପରିଷଦ ନଗରପାଳ,ପି. ମହେଶ ପଟ୍ଟନାୟକ,ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା,ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ,ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ମିଶନ, ଡ଼ଃ ଦୟାନିଧି ବାଗ,ଜିଲ୍ଳା ଖାଦ୍ୟ ଯୋଗାଣ ଅଧିକାରୀ ରାଜ କିଶୋର ପାଣିଗ୍ରାହୀ,ଜିଲ୍ଳା ଯୋଜନା ଅଧିକାରୀଙ୍କ ସମେତ ବହୁ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ରାୟଗଡା ଜିଲ୍ଳାର ବିକାଶ ପାଇଁ ସରକାରଙ୍କ ତରଫରୁ ଯେଉଁ ସବୁ ଅନୁଦାନଗୁଡିକ ପ୍ରଦାନ କରାଯାଉଛି ସେ ଅନୁଦାନଗୁଡିକ କିପରି ସଠିକ ସମୟରେ ବିନିଯୋଗ ହେବ ସେଥିପାଇଁ ଅନେକ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧିମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହେଇଛି ।ଏହି ପ୍ରକଳ୍ପଗୁଡିକ କିପରି କ୍ଷୀପ୍ର ଗତିତରେ ଆଗକୁ ବଢିପାରିବ ଏଥି ନିମନ୍ତେ ପୈାରପାଳିକା,ବ୍ଳକ ଓ ଜିଲ୍ଳା ପରିଷଦ ସ୍ତରରେ ସମୀକ୍ଷା କରିବି ବୋଲି ଅଧ୍ୟକ୍ଷ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ବୈଠକରେ ଉପସ୍ଥିତ ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ବିଶେଷ କରି ପାନୀୟ ଜଳ ସମସ୍ୟା ଉପରେ ଗୁରୁତ୍ୱାରୋପ କରିଥିଲେ ।

Related Post

ଶ୍ରୁତି ମିଶ୍ର ବୌଦ୍ଧ ପାଇଁଁ ଆଣିଛନ୍ତି ଗୌରବ

Posted by - July 20, 2021 0
ବୌଦ୍ଧ:(ଚିତରଞ୍ଜନ ସିଁ )ବୌଦ୍ଧ ସହର ନୂଆସାହି ରିଫ୍ୟୁଜି କଲୋନୀର ଝିଅ ଶ୍ରୁତି ମିଶ୍ର ବୌଦ୍ଧ ପାଇଁଁ ଆଣିଛନ୍ତି ଗୌରବ l ଭୁବନେଶ୍ୱର ସ୍ଥିତ କଲେଜ୍ ଅଫ୍ ଇଞ୍ଜିନିଅରିଂ…

ବାଲି ଘାଟ ଉପରେ ଚଢାଉ କରି କଳାହାଣ୍ଡି ଏନ୍ଫୋର୍ସମେଣ୍ଟ ଟିମ ୧୧ ହାଇବା ରୁ ୧ ଲକ୍ଷ ୫୫ ହଜାର ୬ଶହ ଟଙ୍କା ଫାଇନ

Posted by - June 11, 2022 0
କେସିଙ୍ଗା :(ପୀତେଶ ପଟେଲ)ଚୋରା ବାଲି ଚାଲାଣ ନେଇ ଜିଲ୍ଲା ରେ ଗଠିତ ଏନ୍ଫୋର୍ସମେଣ୍ଟ ଟିମ ପକ୍ଷରୁ ଛେନା ଗାଁ ବାଲି ଘାଟ ରେ ଚଢ଼ାଉ କରାଯାଇ ୧୧…

ଅନିୟମିତତାର ପ୍ରାଥମିକ ତଦନ୍ତ ଆରମ୍ଭ 

Posted by - February 1, 2023 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦଶରଥପୁର ବ୍ଲକ ଚିତାଳୋ ମହାବିଦ୍ୟାଳୟ +୩ ବିଭାଗରେ ବିଭିନ୍ନ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ…

ସ୍ତ୍ରୀଙ୍କ ଶବକୁ ପୋଡ଼ି ପ୍ରମାଣ ନଷ୍ଟ ପାଇଁ ଅଲଗା ଅଲଗା ଜାଗାରେ ହାଡ଼ ପାଉଁଶ ଫିଙ୍ଗିଲା ନୃଶଂସ ସ୍ଵାମୀ

Posted by - June 19, 2023 0
ଭୁବନେଶ୍ବର/ବଲାଙ୍ଗୀର: (ନରେନ୍ଦ୍ର ନେଗୀ)ସ୍ତ୍ରୀଙ୍କ ଶବକୁ ପୋଡି ପ୍ରମାଣ ନଷ୍ଟ ପାଇଁ ଅଲଗା ଅଲଗା ଜାଗାରେ ହାଡ଼ ପାଉଁଶ ଫିଙ୍ଗିଛି ଜଣେ ନୃଶଂସ ସ୍ୱାମୀ । ଜନ୍ମ ଜନ୍ମାନ୍ତର…

କରୋନା ବ୍ୟାପିବା ନେଇ ସୋସିଆଲ ମିଡିଆ ଗୁଜବରୁ ରୁହନ୍ତୁ ସତର୍କ

Posted by - March 15, 2020 242
ପ୍ରାଣଘାତକ କରୋନାକୁ ନେଇ ଚାରିଆଡେ ଭୟର ମାହୋଲ। ଏପରିସ୍ଥଳେ ସୋସିଆଲ ମିଡିଆରେ ଭଳିକି ଭଳି ତଥ୍ୟ ଘୂରିବୁଲୁଛି। ଯେପରି କରୋନା ହେଲେ ମୃତ୍ୟୁ ହେବା ସୁନିଶ୍ଚିତ ବୋଲି…