ଅଦିନିଆ ଝଡ ହେଲା କାଳ- ବିଦ୍ଯୁତ ଆଘାତରେ ଚାଲିଗଲା ୧୨ ବର୍ଷ ପୁଅର ଜୀବନ

35 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଗତକାଲି ରାତିରେ ହୋଇଥିଲା ଝଡ ବର୍ଷା ଆଉ ବର୍ଷାରେ ଛିଣ୍ଡିପଡିଥିଲା ବିଦ୍ଯୁତ ତାର ଆଉ ସେହି ତାର ପାଇଁ ଜଣେ ୧୨  ବର୍ଷ ବାଳକ ଶକ୍ତି ସୁନାଙ୍କ ଚାଲିଯାଇଛି ଜୀବନ। ଘଟଣାଟି ଘଟିଛି ଟିଟିଲାଗଡ଼ ଥାନା ଅନ୍ତର୍ଗତ ମୁରିବାହାଲ ବ୍ଲକ ଅନ୍ତର୍ଗତ ଭୁଷଲାର୍ଡ ଗ୍ରାମରେ। ମିଳିଥିବା ସୂଚନା ଅନୁସାରେ ଶକ୍ତିଙ୍କ ବାପା ମାଁ ବାହାର ରାଜ୍ଯକୁ ଯାଇଛନ୍ତି ଦାଦାନ ଖଟି। ଶକ୍ତି ନିଜ ବଡ ଭଉଣୀଙ୍କ ସହ ଗାଁ ରେ ରହୁଥିଲେ।

ନିଜ ପଡୋଶି ଘର ବାଡିକୁ ପାଣି ମଟର ପାଇଁ ଯାଇଥିବା ବିଦ୍ଯୁତ ତାର ଗତ କାଲି ରାତିରେ ହୋଇଥିବା ଝଡ ବର୍ଷାରେ ଛିଣ୍ଡିପଡିଥିଲା ଫଳରେ ଆଜି ଭୋରରୁ ଉଠି ଶକ୍ତି ପରିସ୍ରା କରିବା ପାଇଁ ବାହାରକୁ ବାହାରି ଥିବା ବେଳେ ଉକ୍ତ ତାରର ସଂସ୍ପର୍ଶରେ ଆସି ଚେତାଶୂନ୍ଯ ହୋଇ ପଡିଯାଇଥିଲେ ପରେ ତାଙ୍କୁ ତାଙ୍କ ଖୁଡି ଦେଖି ଚିତ୍କାର କରି ସମସ୍ତଙ୍କୁ ଡାକିବା ସହ ଟିଟିଲାଗଡ ଡାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ, ତେବେ ଦୁନିଆ ଦେଖିବା ଆଗରୁ ନିଷ୍ପାପ ବାଳକଟି ଆଖିବୁଜି ଦେଇଥିବାରୁ ତାଙ୍କ ଗାଁ ରେ ଶୋକାକୂଳ ପରିବେଶ ସୂଷ୍ଟି ହୋଇଛି ।

Related Post

ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟ ରେ ଏଡ଼ସ ଦିବସ ପାଳିତ

Posted by - December 2, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମର ବେହେରା )ବେଲଗୁଣ୍ଠା ମହିଳା ମହା ବିଦ୍ୟାଳୟ ସ୍କାଉଟ, ଗାଇଡ ରେଞ୍ଜର ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ବିଶ୍ଵ ଏଡ୍ସ ଦିବସ ମହାବିଦ୍ୟାଳୟ ପ୍ରାଙ୍ଗଣରେ…

ବର୍ଷା ପାଇଁ ଫିକା ପଡିଲା ଯାଜପୁରର ପ୍ରସିଦ୍ଧ ବାରୁଣୀ ମେଳା

Posted by - March 21, 2023 0
ଯାଜପୁର:ବର୍ଷା ପାଇଁ ଫିକା ପଡିଲା ଯାଜପୁରର ପ୍ରସିଦ୍ଧ ବାରୁଣୀ ମେଳା । ଗତକାଲି ପଶ୍ଚିମା ଝଡ଼ ର ପ୍ରଭାବ ରେ ଯାଜପୁର ବାରୁଣୀ ମେଳା ପ୍ରଭାବିତ ହୋଇଛି। ମେଳା…

ଡାକଘର ତାଲା ପଡ଼ିଥିବାରୁ ଜନ ଅସନ୍ତୋଷ

Posted by - October 21, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମ|ଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଜୋର ଗ୍ରାମର ଡାକ ଘରରେ ସବୁବେଳେ ତାଲା ପଡ଼ିଥିବା ନେଇ ଅଭିଯୋଗ ହୋଇଛି |ଗବଜୋର ଡାକଘର…

ମାଁ ସମଲେଶ୍ବରୀଙ୍କ ମନ୍ଦିର ରେ ଷୋଡଶ ପୁଜା ଆରମ୍ଭ

Posted by - September 30, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେଵୀ ମାଁ ସମଲେଶ୍ବରୀଙ୍କ ମନ୍ଦିର ଠାରେ ମାଁଙ୍କ ଷୋଡ଼ଶପୂଜା ଆରମ୍ଭ ହୋଇଛି । ଏଥିସହ ମାଁ ସମଲେଶ୍ବରୀଙ୍କ ପୀଠରେ ଶାରଦୀୟ ଦଶହରା…

ଜୀବନ ପାଇଁ ଜୀବିକାକୁ ବଞ୍ଚାଇ ରଖିବାକୁ ପଡ଼ିବ: ସୁବ୍ରତ୍ ବାଗ୍‌ଚୀ

Posted by - June 6, 2020 0
ଭୁବନେଶ୍ୱର: ଜୁନ୍ ମାସ ହିଁ ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ। ଏଇ ଘାଟି ପାରିହେଲେ ବିପଦ ଟଳିବ। ଆଜି ଏପରି କଥା କହି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି କୋଭିଡ୍…