କେନ୍ଦୁଝର ଜିଲ୍ଲା ଘସିପୁରା ତହସିଲ ଅନ୍ତର୍ଗତ ଭାଟିସିରା ଘାଟ ବାରିଗାଁ ନିକଟରେ କୁଶେଇ ନଦୀରେ ବୁଡ଼ିଯାଇ ବାରିଗାଁ ର ଜଣେ ବୃଦ୍ଧ ବେକ୍ତି ଗତ ୩ ଘଣ୍ଟା ହେଲା ନିଖୋଜ ରହିବାପରେ ମୃତ ଦେହ ଉଦ୍ଧାର| ଘସିପୁରା ଅଗ୍ନିଶମ ବାହିନୀ ପହଁଞ୍ଚି ୩ ଘଣ୍ଟା ଧରି ବୋଟ ଲଗାଇ ପାଣିରେ ବୁଡି ଉଦ୍ଧାର କାର୍ଯ୍ୟ ଜାରିରଖୀଥିଲା ପରେ ତାଙ୍କ ମୃତଦେହ ଉଦ୍ଧାର କରିଛି ଘଷିପୁରା ଅଗ୍ନିଶ୍ରମ ବାହିନୀ, ବୃଦ୍ଧା ବେକ୍ତିଙ୍କ ଘର ବାଇଲୋ ପଞ୍ଚାୟତ ବାରିଗା ଗ୍ରାମର କମଳ ଲୋଚନ ସାହୁ ତାଙ୍କର ବୟସ ୬୨ ବର୍ଷ ସେ ଆଜି ଦିନ ୧୧ ଟା ସମୟରେ ତାଙ୍କ ପୁଅ ସାଙ୍ଗରେ ଗୋରୁ ଚରାଇବା ପାଇଁ ନିଜ ଗୋରୁ ଗାଈ କୁ ଧରି କୁସେଇ ନଦୀ ପାର କରି ନଦୀକୂଳରେ ଗୋରୁ ଚରାଇବାପାଇଁ ଯାଉଥିବାବେଳେ କୁସେଇ ନଦୀରେ ବୁଡିଯାଇ ତିନିଘଣ୍ଟା ଧରି ନିଖୋଜ ଥିଲେ ,ଅଗ୍ନିଶ୍ରମ ବିଭାଗର ଅଧିକାରୀ ମାନେ ତିନିଘଣ୍ଟା ଧରି ନଦୀରେ ଖୋଜା କରି ମୃତ ଅବସ୍ଥାରେ ବୁର୍ଦ୍ଧା ବେକ୍ତିଙ୍କୁ ଉଦ୍ଧାର କରିଛି ଘଷିପୁରା ଅଗ୍ନିଶ୍ରମ ବାହିନୀ, ଘଟଣା ସ୍ଥାନ ରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି

କୁଶେଇ ନଦୀରେ ବୁଡ଼ିଯାଇ ବାରିଗାଁ ର ବୃଦ୍ଧ ମୃତ
Facebook Notice for EU!
You need to login to view and post FB Comments!