ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)୧୩/୧୨/୨୦୧୮ଯାଜପୁର ଜିଲ୍ଲା ବରୀରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅନ୍ୟାସୀପୁର ଗ୍ରାମର ବିଦ୍ୟାଧର ସାହୁ ଙ୍କ ପୁଅ ରାଜେଶ ସାହୁ ଵୟସ (୨୮) ବ୍ରାହ୍ମଣୀ ନଦୀ କୁ ଶୋଚ ହେବାକୁଯାଇ ପାଣିରେ ବୁଡ଼ି ଯାଇ ଥିଲେ । ଲୋକମାନେ ଦେଖି ବରୀ ଦମକଳ କେନ୍ଦ୍ରକୁ ଜଣାଇବାପରେ ଘଟଣା ସ୍ଥଳରେ ବରୀର ଦମକଳକେନ୍ଦ୍ର କର୍ମଚାରୀ ଓ ବରୀ ପୋଲିସ ସହଯୋଗ ରେ ପାଣିରେ ବୁଡିଯାଇଥିବା ଲୋକକୁ ଉଧାର କରି ବରୀ ରାମଚନ୍ଦ୍ର ପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଡାକ୍ତର ପରୀକ୍ଷା ନିରୀକ୍ଷା ପରେ ଯୁବକ ମୃତ ବୋଲି ଘୋଷଣା କରିଥିଲେ । ବରି ପୋଲିସ ଶବକୁ ଜବତ କରି ଶଵକୁ ବ୍ୟବଛେଦ ପାଇଁ ପଠାଇ ୨୩/୨୦୧୯ ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରିରଖିଛନ୍ତି ବୋଲି ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ସୂଚନା ଦେଇଥିଲେ ।
