Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ରଥଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

82 0

ମୁନିଗୁଡା :(ରମାକାନ୍ତ ପୋଡାଲ )ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ରେ ବିଜେ ମହାପ୍ରଭୁ ଶ୍ରୀଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷ ଯାତ୍ରା ଓ ବାହୁଡା଼ ଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଭାରପ୍ରାପ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ପଵିତ୍ର ରତଯାତ୍ରା ଓ ବାହୁଡା଼ ଯାତ୍ରାକୁ ପୂର୍ବ ବର୍ଷ ପରି ମହାସମାରୋହରେ ଓ ସୁରୁଖୁରୁରେ ଆୟୋଜନ କରାଯାଇପାରିବ ସେଥିପାଇଁ ସମସ୍ତ ସକ୍ରିୟ ସହଯୋଗ କାମାନl କରିଥିଲେ l

ଗୁଣ୍ଡିଚା ମନ୍ଦିରକୁ ଅସ୍ଥାୟୀ ବଭାବରେ ରେଲୱେବ ଅଭରବ୍ରିଜ ପାଖ ଅଟୋ ଷ୍ଟାଣ୍ଡକୁ ସ୍ଥାନାନ୍ତରକରିବାକୁ କିଛି ସେବାୟତ ମାନଙ୍କ ପ୍ରସ୍ତାବ କ୍ରମେ ଆଲୋଚନା କରାଯାଇଥିଲା ଓ ଏଥି ନିମନ୍ତେ ପଦ୍ଧକ୍ଷେପ ନେବାକୁ ତହସିଲଦାରଙ୍କ ଜିଲ୍ଲାପାଳ ପରାମର୍ଶ ଦେଇଥିଲ lଏହାପରେ ତହସିଲଦାର,ରାୟଗଡ ପୂର୍ବ ବର୍ଷ ମାନଙ୍କର ଆୟୋ ବ୍ୟୟ ଉପସ୍ଥାପନ କରିଥିଲେ ଏବଂ ଏହା ବିଷୟରେ ଆଲୋଚନା କରି ଚଳିତବର୍ଷ ନିମନ୍ତେ ପାଣ୍ଠିର ଆବଶ୍ୟକତା ଉପରେ ଆଲୋଚନା କରlଯାଇଥିଲା l

ଏହାପରେ ବିଭିନ୍ନ ବିଭାଗ ତରଫରୁ କରାଯାଇଥିବା କାର୍ଯ୍ୟ ସମ୍ପାଦନ ଉପରେ ଆଲୋଚନା କାଯାଇଥିଲା l ଏମଆଇ ଡିଭିଜନ ତରଫରୁ ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ ରଥରେ ରଂଗ କରିବେ l ପୁର୍ତ୍ତ ବିଭାଗ ରଥ ନିର୍ମାଣ ଓ ଫିଟନେସ ସାର୍ଟିଫିକେଟ ଦେବେ l ଜଗନ୍ନାଥ ମନ୍ଦିର ଭିତରେ ଓ ବାହାରେ ପୂର୍ତ୍ତ ବିଭାଗ ଏବଂ ଗ୍ରାମୀୟ ନିର୍ମାଣ ବିଭାଗ ମିଳିତ ଭାବରେ ରଂଗ କାର୍ଯ୍ୟ କରିବେ l ପୌରପରିଷଦ ତରଫରୁ ପରିମଳ ବ୍ୟବସ୍ଥା କରିବେ l ଟ୍ରlଫିକ,ଗାଡି ପାର୍କିଂଗ ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା କଥା ଜିଲ୍ଲା ପୋଲିସ ବିଭାଗ କରିବ l ରଥଯାତ୍ରାର ଧାରା ବିବରଣୀ ପ୍ରସାର ଓ ପ୍ରଚାର ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗକୁ କୁହାଯାଇଛି l ସ୍ୱାସ୍ଥ୍ୟଗତ ସମସ୍ୟା ଓ ଆମ୍ବୁଲାନ୍ସ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଛି l ରଥଯାତ୍ରା ସମୟରେ ପିଇବା ପାଣି ଜନସ୍ବାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଛି l ରଥଯାତ୍ରା ସମୟରେ ସ୍ଵାଦିଷ୍ଟ ଭୋଗ ପ୍ରସ୍ତୁତ କରାଯାଇ ଭକ୍ତ ମାନଙ୍କୁ ବିକ୍ରୟ କରିବାକୁ ନିର୍ବାହୀ ଅଧିକାରୀ ଦେବୋତ୍ତର ବିଭlଗକୁ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଛନ୍ତି l

ଏହି ବୈଠକରେ ଓଏସେପି କାମଡାଣ୍ଟ, ଡ଼ିଏସପି ସୁଦାମ ଚାରଣ ମଲ୍ଲିକ, ଉପଖଣ୍ଡ ପୋଲିସ ଅଧିକାରୀ ଦେବଜ୍ୟୋତି ଦାସ ,ତହସିଲଦାର ଶ୍ରୀ ତାପସ କୁମାର ରାଉତ, ନଗରପାଳ ମହେଶ ପଟ୍ଟନାୟକ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲ ମୋହନ ରାଉତରାୟ, ଜିଲ୍ଲା ଗ୍ରାମୀୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ , ଆଞ୍ଚଳିକ ପରିବହନ ଅଧିକାରୀ , ସହକାରୀ ଯୋଗାଣ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ ନାରାୟଣ ନାୟକ,ସହକାରୀ ଯନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣ ବିଭାଗ,ପୌର ନିର୍ବାହି ଅଧିକାରୀ ଜନବ ,ୟାଶୀର ଅହମ୍ମଦ,ଅତିରିକ୍ତ ତହସିଲଦାର ,ଅଗ୍ନୀ ସମ୍ମ ଅଧିକାରୀ,କୈଳାଶ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଅନ୍ୟାନ୍ୟ ଅଧିକାରୀ, ଓ ସେବାୟତ ସଦସ୍ୟ, ବିରଞ୍ଚି ନାରାୟଣ ଦାଶ,ସୁନୀଲ ଚନ୍ଦ୍ର ପଣ୍ଡା, ସଚ୍ଚିଦାନନ୍ଦ ଖlଡଙ୍ଗା,ପ୍ରଶାନ୍ତ କୁମାର ତ୍ରିପାଠୀ, ରଞ୍ଜନ ରଥ,ସତ୍ୟନାରାୟଣ ପାଢ଼ୀ, ଅଜୟ ରଥ, ସନ୍ତୋଷ ରଥ, ହରିଶ୍ଚନ୍ଦ୍ର ପାଢ଼ୀ, ଲୁଲୁ ପଣ୍ଡା, ସୁରେଶ ପଣ୍ଡା, ମହେନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ଥିଲେ lଶେଷରେ ଅତିରିକ୍ତ ତହସିଲଦାର ପର୍ଶୁରାମ ଭଥରl ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Related Post

ପଣ୍ଡରା ମାଳି ସମାଜ ର ଜିଲ୍ଲାସ୍ତରିୟ ବୈଠକ ଏବଂ କର୍ମକର୍ତ୍ତା ଚୟନ

Posted by - June 20, 2022 0
ଧର୍ମଗଡ଼ :(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ପଣ୍ଡରା ମାଳି ସମାଜ ନୂତନ କର୍ମ କର୍ତ୍ତା ଚୟନ ଏବଂ ପଞ୍ଚାୟତ ନିର୍ବାଚନ ରେ ନିର୍ବାଚିତ ହୋଇଥିବା ସରପଞ୍ଚ…

ଚାରିଛକ ଠାରେ ବ୍ଲକ୍ ସ୍ତରୀୟ ସୁରଭି ୨୦୨୨ ଉଦଯାପିତ

Posted by - October 26, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାର…

ସୋନିଆ ଗାନ୍ଧୀଙ୍କୁ କେନ୍ଦ୍ର ମୋଦୀ ସରକାରଙ୍କ ଆକ୍ରୋଶ ମୂଳକ ଭାବରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ୱାରା ଜେରା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

Posted by - July 29, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ନଗର କଂଗ୍ରେସ କମିଟି ଓ ଯୁବ କଂଗ୍ରେସ କମିଟି ପକ୍ଷରୁ ସହରର ବିଜୁ ପଟ୍ଟନାୟକ ଛକ ନିକଟରେ ନରେନ୍ଦ୍ର…

ସାଧୁ ଆନ୍ତୁନି କାପୁଚିୟାନ ଆଶ୍ରମର ଶୁଭାରମ୍ବ

Posted by - July 4, 2022 0
ଆମ୍ବଦଳା :(ରମାକାନ୍ତ ପାଡଲ) ରାୟଗଡା ଜ଼ିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଅନ୍ତର୍ଗତ ଫାଟକପଡା ଠାରେ କାପୁଚି୍ୟାନ ସଙ୍ଗ ତରଫରୁ ସାଧୁ ଆନ୍ତୁନିଙ୍କ ନାମରେ ଆଶ୍ରମର ଶୁଭାଆରମ୍ବ କରିବା…

ନୀଳଗିରି କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

Posted by - October 4, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ )ନୀଳଗିରି କଂଗ୍ରେସ କମିଟି ପକ୍ଷରୁ, ପୂର୍ବାହ୍ନ ରେ, ନୀଳଗିରି କଂଗ୍ରେସ ଭବନ ପରିସରରେ, ନିରାଡମ୍ବର ଭାବେ, ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏଥି ନିମନ୍ତେ…