Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

କେବେ ବଦଳିବ ଉପାନ୍ତ ବାସୀଙ୍କ ଜୀବନ ରେଖା,ଚୁଆ ପାଣି ହିଁ ଭଗବାନଙ୍କ ବରଦାନ

45 0

ଚୁଆ ପାଣି ବଢ଼ାଉଛି କିଡ଼ନୀ ରୋଗ

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ନା ଗାଁ କୁ ଅଛି ରାସ୍ତା ନା ବଦଳୁଛି ବନବାସୀଙ୍କ ଜୀବନ ରେଖା, ସାଧାରଣ ମୈlଳିକ ଅଧିକାର ରୁ ବଞ୍ଚିତ ଏହି ଗାଁ ର ଜନତା, ରାସ୍ତା ନ ଥିବାରୁ,ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜରୁରୀକାଳୀନ ସେବାରୁ ବହୁ ଦୂରରେ ଏହି ଗ୍ରାମବାସୀ! ସ୍ୱାଧୀନତା ଅମୃତ ଏମାନଙ୍କ ପାଇଁ ସାତ ସପନ!ଏମିତି ଏକ ଗ୍ରାମ ସବୁ ନାହିଁ ନାହିଁ ରେ ବିତୁଛି ଜୀବନ!ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଉପାନ୍ତ ପଞ୍ଚାୟତ ମହାଳିକ ପଡା ଅନ୍ତର୍ଗତ ମହାନଦୀ ବନ୍ୟପ୍ରାଣୀ ଅଂଚଳ ନଣ୍ଡାଗାଡୁ ଗ୍ରାମ!ପଞ୍ଚାୟତ ଠାରୁ ଏହି ଗ୍ରାମକୁ ୪ କିଲୋମିଟର ଯିବାକୁ ହେଲେ ରାସ୍ତା ନ ଥିବାରୁ ଜଙ୍ଗଲ ବାଟ ଦେଇ ଯିବା ବାଟରେ ପୁଣି ପ୍ରତିବନ୍ଧକ ହୋଇ ଛିଡା ହୋଇଛି ଏକ ବିରାଟ ନାଳ “ବର୍ଷା ଦିନେ ଜନବସତୀ ଇଲାକାରୁ ବିଛିନ୍ନ କରି ପକାଏ ଓ ଖରାଦିନେ ଜଳଶୁନ୍ୟ “ସତେ ଯେମିତି କୋଉ ଅଭିଶାପ ର ଫଳ ସଦୃଶ!

ନା ଦୃଷ୍ଟି ପଡୁଛି ପ୍ରଶାସନ ର ନା ବନ ବିଭାଗ ର!ସବୁ ବୁଝୁ ଥିଲେବି ନିଜ ଭିଟା ମାଟିର ମାୟା ରେ ଏମିତି ବନ୍ଧା ଏମାନେ ଅନ୍ୟତ୍ର ଛାଡିଯିବାକୁ ନାରାଜ!ବର୍ଷା ଦିନେ ବାହ୍ୟ ଜଗତର ବିଛିନ୍ନ ଓ ଖରାଦିନେ ଜଳ କଷ୍ଟ!ବର୍ତମାନ ଏହି ଜଳ ସମସ୍ୟା ଏମାନଙ୍କୁ ବ୍ୟସ୍ତ ବିବ୍ରତ କରି ପକାଉଛି!ସ୍ୱାଧୀନରର 75ବର୍ଷ ପରେ ବି ନଳ କୂପ ଏମାନଙ୍କ ପାଇଁ ସାତ ସପନ କେବଳ ପାଣି ପାଇଁ ଭଗବାନ ଙ୍କ ଉପରେ ଭରସା କରି ବଂଚୁଛନ୍ତି ଏହି ଗ୍ରାମର ଲୋକ!ଗ୍ରାମରେ 20ଗୋଟି ପରିବାର ଆଦିମ ଅଧିବାସୀ କନ୍ଧ ସମ୍ପ୍ରଦାୟ ପ୍ରାୟ ୧୫୦ ଜଣ ବସ ବlସ କରନ୍ତି।

ବର୍ତମାନ ବାଧକ ସାଜିଛି ପାଣି, ନଳକୂପ ନ ଥିବାରୁ ନlଳରୁ ଚୁଆ ଖୋଳି, ଝୁଡି ବସାଇ ଏକ କିଲୋମିଟର ପାଣି ବୋହି ବ୍ୟବହାର କରୁଛନ୍ତି!ଏହି ବିଷାକ୍ତ ପାଣି ବ୍ୟବହାର କରିବା ଦ୍ୱାରା ଗ୍ରାମରେ ଏବେ କିଡ଼ନୀ ରୋଗ ବ୍ୟାପିଛି!ଗତ 3ମାସ ପୂର୍ବେ କୀଡୀନି ରୋଗରେ ପୀଡିତl ଉତ୍ତରା ପ୍ରଧାନ ମୃତ୍ୟୁ ବରଣ କରିଥିବା ବେଳେ ସପ୍ତେଶ୍ୱର ମାଝୀ (୪୫ )ଶ୍ୟାମଘନ ଦେହୁରୀ( ୫୦ )କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଜଣାଇଛନ୍ତି।

ଗ୍ରାମବାସୀ ଙ୍କ ମତ ଅନୁଯାଇ ପ୍ରତିବର୍ଷ ଏହି ପାଣି, ରାସ୍ତା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରି ଆସୁଥିଲେ ମଧ୍ୟ କୋଣସି ସୁଫଳ ମିଳୁନି, ଏହା ବାବଦରେ ଆମେ ସ୍ଥାନୀୟ ସରପଞ୍ଚ ଙ୍କୁ ଜଣାଇ ବା ପରେ ରାସ୍ତା ର ଅସୁବିଧା ଯୋଗୁଁ ଟେଙ୍କର ରେ ପାଣି ଯୋଗାଇବା ସମ୍ଭବ ନୁହେଁ ବୋଲି ମତ ରଖିଥିଲେ!

ଏଣୁ ଜିଲ୍ଲା ପ୍ରଶାସନ ଗ୍ରାମର ସମସ୍ୟା କୁ ଦୃଷ୍ଟି ରେ ରଖି ଯଥା ଶୀଘ୍ର ପାଣି ଓ ରାସ୍ତା ର ସମସ୍ୟା କୁ ସମାଧାନ ପାଇଁ ଗ୍ରାମବାସୀ ଗୁହାରି କରିଛନ୍ତି ଓ ଯଦି ସମସ୍ୟା ସମାଧାନ ନ ହୁଅ ଆଗାମୀ ନିର୍ବାଚନ ରେ ଭୋଟ ବର୍ଜନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି l

Related Post

ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଜମୁଛି ପ୍ରଚାର,ଦ୍ବନ୍ଦ୍ବ ଯେତିକି ଦ୍ବିଧା ବି ସେତିକି

Posted by - July 14, 2019 970
ପାଟକୁରା ନିର୍ବାଚନ ମଇଦାନରେ ୬ ଜଣ ପ୍ରାର୍ଥୀ ରହିଥିଲେ ବି କେବଳ ଦୁଇଟି ମୁହଁ ଏବେ ସମସ୍ତଙ୍କ ସାମନାରେ ଜଳଜଳ ହୋଇ ସ୍ପଷ୍ଟ। ବିଜେଡି ପ୍ରାର୍ଥୀ ସାବିତ୍ରୀ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଗଜପତି ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ପରେ ରଥ ଯାତ୍ରା ନିଷ୍ପତ୍ତି

Posted by - April 24, 2020 0
ପୁରୀ:(ସମୀର ରଞ୍ଜନ ନାୟକ )ଆଜି ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକଜିଲ୍ଲା ଆପତ କାଳିନ ନିୟ ନ୍ତ୍ରଣ କେନ୍ଦ୍ର ସଭା ଗୃହରେ ଭିଡ଼ିଓ କଂଫେରନେସିଙ୍ଗ  ମଧ୍ୟମ ରେ…

ସରକାରୀ ବିଭାଗର ଦାଦାଗିରି ବ୍ୟକ୍ତିଗତ ଜମି ଉପରେ ବଳପୂର୍ବକ ଗୃହ ନିର୍ମାଣ

Posted by - January 11, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)କୌଣସି ବ୍ୟକ୍ତି ବିଶେଷ କିମ୍ବା ଜମି ମାଫିଆ ନୁହନ୍ତି ଖୋଦ ସରକାର ଜଣେ ପ୍ରଜାଙ୍କ ଜମିରେ ବେଆଇନ ଭାବେ ବଳପୂର୍ବକ ଗୃହ ନିର୍ମାଣ କରିବା…

ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଖୋଜୁଛି ହୀରାକୁଦ ଜଳଭଣ୍ଡାର ଭିତରେ ବାଦୁଡି ଦ୍ବୀପ ଭରି ରହିଛି ଅନେକ ରହସ୍ୟ

Posted by - November 24, 2022 0
ସମ୍ବଲପୁର: ୨୩/୧୧ (ରମାକାନ୍ତ ବିଶ୍ବାଳ)ହୀରାକୁଦର ଜଳଭଣ୍ଡାର ଅକାତ କାତ ଜଳରାଶି ମଧ୍ୟରେ ରହିଛି ରହସ୍ୟମୟ ବାଦୁଡି ଦ୍ବୀପ । ରହସ୍ୟ ଓ ରୋମାଞ୍ଚ ଭରା ଏହି ଦ୍ବୀପରେ…

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତି ଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିୟନଙ୍କ ଧର୍ମଗଡ ଗସ୍ତ,ମାଁ ଭଣ୍ଡାର ଘରଣୀ ମନ୍ଦିର ଉନ୍ନତି କରଣ ପାଇଁ ଏକ କୋଟି ନଅ ଲକ୍ଷ ଟଙ୍କା ର ଅନୁଦାନ

Posted by - May 21, 2023 0
ଧର୍ମଗଡ଼:୨୦/୫(ହେମନ୍ତ କୁମାର ମାଝୀ)ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଦୁଇ ଦିନିଆ କଳାହାଣ୍ଡି ଗସ୍ତ ରେ ଆସିଥିବା ବେଳେ ଆଜି ଧର୍ମଗତ ରେ ପହଞ୍ଚିଥିଲେ…