ଧର୍ମଗଡ଼ :ତା ୨୫/୫(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନଗର ମଣ୍ଡଳ ଭାଜପା କାର୍ଯ୍ୟ କାରିଣୀ ବୈଠକ ନଗର ସଭାପତି ହରେକୃଷ୍ଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ହୋଟେଲ ରାଜ ସଭାଗୃହ ଠାରେ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ରେ ମୋଦି ସରକାର ଙ୍କ ଜନ କଲ୍ୟାଣ ଯୋଜନା ଲୋକ ଙ୍କ ପାଖକୁ ସଠିକ୍ ଭାବରେ ପହଞ୍ଚି ପାରୁଛି କି ନାହିଁ ତାହା ଘର ଘର ବୁଲି ବୁଲି ଲୋକଙ୍କ ସହିତ ଆଲୋଚନା କରିବା ସହିତ ପ୍ରତ୍ୟେକ ବୁଥ ରେ କେନ୍ଦ୍ର ଦେଇଥିବା କାର୍ଯ୍ୟକ୍ରମ କୁ ପାଳନ କରିବା ପାଇଁ ବୈଠକର ଯୋଗଦେଇଥିବା ବକ୍ତାମାନେ ମାନେ କହିଥିଲେ ।
ଏହି ବୈଠକରେ କେନ୍ଦ୍ରୀୟ ସଦସ୍ୟ ଧନଞ୍ଜୟ ପାତ୍ର ଜିଲ୍ଲା ଉପ ସଭାପତି ଲକ୍ଷ୍ମୀ କାନ୍ତ ଵାଗ ନଗର ପାଳ ଅଶୋକ ମହାନ୍ତି ନଗର ମଣ୍ଡଳ ପ୍ରଭାରୀ ଶିଶୁ ଦେଵ ମୁଣ୍ଡ ନଗର ସାଂସଦ ପ୍ରତିନିଧି ହେମନ୍ତ କୁମାର ମାଝୀ ନଗର ଦୁଇ ଗୋଟି ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି ଓ ଡମ୍ବରୁଧର ଠାକୁର ନଗର ଉପ ସଭାପତି ଘନଶ୍ୟାମ ଅଗ୍ରୱାଲ ଜଗଵନ୍ଦୁ ମିଶ୍ର ଜିଲ୍ଲା ଯୁବ ମୁଚ୍ଛା ଉପ ସଭାପତି ମନିନ୍ଦ୍ର ଭୁଷଣ ପାତ୍ର ସମେତ ନଗର ପ୍ରତ୍ୟେକ ବୁଥ ସଭାପତି ଏବଂ କାର୍ଯ୍ୟ କର୍ତ୍ତା ଯୋଗଦେଇଥିଲେ।ସଭାଶେଷରେ ନଗର ଯୁବ ମୁଚ୍ଛା ସାଧାରଣ ସମ୍ପାଦକ ଚନ୍ଦନ ପାତ୍ର ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।