କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ଏମ ରାମପୁର ଥାନା ଅନ୍ତର୍ଗତ କର୍ଲାମୁଣ୍ଡା ବ୍ଲକ ର କର୍ଲାମୁଣ୍ଡା ସଦର ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା।
ଏହି ଶିବିର ରେ କର୍ଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସୁଶ୍ରୀ ସୁଚରିତା ସୁଗ୍ରୀ ଙ୍କୁ ପୂର୍ବତନ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅମ୍ରିତା ସାହୁ ଅବୁଜ ବାହାଲ ଗାଁ ରେ ଚାଲିଥିବା ସୋଲାରପମ୍ପ ଯୋଜନା ଉପରେ ସୋମବାର ଦିନ ୧୧/୩୦ ସମରେ ଅଭିଯୋଗ କରିଥିଲେ
ଏହାକୁ ନେଇ ପ୍ରଦୀପ କୁମାର ସାହୁ ପିତା ଘନଶ୍ୟାମ ସାହୁ ଗଜବାହାଲ ବିଭିନ୍ନ ଅଶ୍ଳୀଳ ଭାଷା ରେ ଗାଲିଗୁଳଜ କରି ବା ସହିତ ଜୀବନ ରେ ମାରି ଦେବା କୁ ଧମକ ଦେବା ସହ ମାରିବାକୁ ଧାଇଁ ଆସିଥିଲେ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସାହୁ ଜୀବନ ବିକଳ ରେ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ରୁ ପଲାଇ ଆସିଥିଲେ ଏହାକୁ ନେଇ ଏମ୍ ରାମପୁର ଥାନା ରେ ଅଭିଯୋଗ କରି ଥିଲେ l