Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କ ଖପ୍ରାଖୋଲ ବ୍ଲକ୍ ଗସ୍ତ ବିଭିନ୍ନ ଯୋଜନାର କଲେ ସମୀକ୍ଷା

37 0

ଖପ୍ରାଖୋଲ: ୨୩/୫(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମଙ୍ଗଳବାର ଖପ୍ରାଖୋଲ ବ୍ଲକ୍ ଗସ୍ତ କରିଥିଲେ। ଏହି ଅବସରରେ ପ୍ରଥମେ ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ ସରକାରୀ ଯୋଜନା ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବ୍ଲକ୍ ର ଉନ୍ନୟନ କାମ ସହିତ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଙ୍ଗଲ , ପାନୀୟ ଜଳ ଯୋଗାଣ ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ ବିଡ଼ିଓ ବିଜୟ କୁମାର ହୋତା, ସହକାରୀ ନିର୍ବାହୀ ଯନ୍ତ୍ରୀ ମହେଶ ଲାଲ ଅଗ୍ରୱାଲ, ବ୍ଲକ୍ ଅଧ୍ୟକ୍ଷା ନିରୁପମା ପଟେଲ, ଜିଲ୍ଲାପରିଷଦ ସଦସ୍ୟା ପ୍ରମିଳା ପାଥର, ବ୍ଲକ୍ କୃଷି ଅଧିକାରୀ ସୁଜିତ କୁମାର ଭୋଇ, ଏ ବି ଭି ଓ ଡ଼ା ସୁଜିତ କୁମାର ଶତପଥୀ, ବିପି ଏମ ଓଏଲ ଏମ୍ ମନୋଜ କେରକେଟା, ବନ ପାଳ ସୁଧୀର କୁମାର ଜେନା, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ କନିଷ୍କ ବିଭାର, କନିଷ୍ଠ ଯନ୍ତ୍ରୀ ରାଜକିଶୋର ନାଏକ, ବଳଭଦ୍ର ନାଏକ, ଦିଲିପ ରାଉତ, ସୂର୍ଯ୍ୟଭାନୁ ମେହେର ସମେତ ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ। ସମୀକ୍ଷା ପରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ୫ ଟି କାମ, ଭାଲୁଡ଼ୁଙ୍ଗୁରି ଉଚ୍ଚ ବିଦ୍ୟାଳୟ ର ୫ ଟି କାମ ଆଦି ବୁଲି ଦେଖିଥିଲେ।

Related Post

ଆଇସକ୍ରିମ ପାର୍ଲର ଓ ଏଗ୍ରିମଲ ଲୋକାର୍ପଣ

Posted by - March 5, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଳାରେ ଆମ୍ବ ଚାଷ ଓ ଆମ୍ବ ଉତ୍ପାଦନକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି l ଚଳିତ ବର୍ଷ ଜିଲ୍ଲାରେ 20.000 ମେଟ୍ରିକ ଟନ…

ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ଠିକାଦାର ପଡ଼ା ରାଧାକୃଷ୍ଣ ମନ୍ଦିରରେ ହନୁମାନ ଚାଳିଶା ଏବଂ ସୁନ୍ଦରାକାଣ୍ଡ ପଠନ

Posted by - April 6, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ପ୍ରଭୂ ଶ୍ରୀ ହନୁମାନଙ୍କ ଜନ୍ମୋତ୍ସବ ଉପଲକ୍ଷେ ଟିଟିଲାଗଡ ଠିକାଦାର ପଡ଼ା ଠାରେ ଥିବା ରାଧାକୃଷ୍ଣ ମନ୍ଦିରରେ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରିବା…