ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର ଙ୍କ ବିଜ୍ଞପ୍ତି ସଂଖ୍ୟା ୯୬୩୦ ତାରିଖ ୧୨.୦୫.୨୦୨୩ ଅନୁସାରେ ଆଜି ବୌଦ୍ଧ ଜିଲ୍ଲା ର ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଭାବେ ଶ୍ରୀଯୁକ୍ତ ଦାମୋଦର ସାହୁ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ସଦସ୍ୟ ଭାବେ ଶ୍ରୀଯୁକ୍ତ ରାଜୀବ ନାୟକ ଏବଂ ପ୍ରମୋଦ କୁମାର ସାହୁ ସଦସ୍ୟା ଭାବରେ ଶ୍ରୀମତୀ ପୁଷ୍ପୁତା ପ୍ରଧାନ ଓ ଶ୍ରୀମତୀ ପ୍ରିୟ ଦର୍ଶନି ପୁରୋହିତ ଦାୟିତ୍ଵ ଗ୍ରହଣ କରିଛନ୍ତି।
ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଉପସ୍ଥିତି ରେ କମିଟି ଦାୟିତ୍ଵ ଗ୍ରହଣ କରିଥିଲେ। ଦାୟିତ୍ଵ ଗ୍ରହଣ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାରିଦ୍ର୍ୟ ଭଞ୍ଜନ ମଦନମୋହନ ପାତ୍ର, ମୁଖ୍ୟ ଉନ୍ନୟନ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ମେହେର ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାହୁଲ ପ୍ରଧାନ ଉପସ୍ଥିତ ଥିଲେ।