ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ରବିବାର ଦିନ ଲୁଥୁରବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁଡ଼ାପଦର ଗ୍ରାମର କୈଳାଶ ବାଗ ସିକେର ଗ୍ରାମକୁ ନିଜର ବାଇକ୍ ଯୋଗେ କୀର୍ତ୍ତନ ନାଚି ବାକୁ ଯାଉଥିବା ବେଳେ ତୁଲାଙ୍ଗ ନିକଟରେ ଏକ ପିକ ଅପ୍ ଗାଡ଼ି ସଙ୍ଗେ ଧକ୍କା ହେବା ଯୋଗୁଁ ଗୁରୁତର ଅବସ୍ଥାରେ କୈଳାଶ ଙ୍କୁ ଟିଟଲାଗଡ ସରକାରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ସେଠାରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ପରିବାର ତଥା ଗ୍ରାମବାସୀ ମାନେ କୈଳାଶଙ୍କ ଶବକୁ ଟିଟଲାଗଡ ଥାନା ସମ୍ମୁଖରେ ରଖି କ୍ଷତି ପୂରଣ ଦାବିରେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି, ଏହି ଖବର ପାଇବା ପରେ ମୃତ କୈଳାଶ ବାଗ ତାଙ୍କ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ, କୈଳାଶଙ୍କ ବଡ଼ ଭାଇ ଜଣେ ବିକଳାଙ୍ଗ, ତାଙ୍କର ତିନୋଟି ପୁଅ, ପରିବାରର ପେଟ ପୋଷଣ କରିବ କିଏ ?
ଉଜୁଡ଼ି ଗଲା ସୁନାର ସଂସାର, ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ସରପଞ୍ଚ ସଙ୍ଘ ସଭାପତି ବୀରବର ସାହୁ ଦାବି କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡ଼ି ମାଲିକ ଓ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି। ଖବର ପାଇ ଲୁଥୂର୍ ବନ୍ଧ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରୁ ତିନି ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ସୁଚନା ମିଳିଛି। ଅତିରିକ୍ତ ଜିଲ୍ଲାପାଳ ଚନ୍ଦ୍ରପ୍ରକାଶ ଦେହୁରି ଧାରଣା ସ୍ଥଳକୁ ଆସି ରେଡକ୍ରସ୍ ପାଣ୍ଠିରୁ ୧୦,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିବା ପରେ ତଥା ପୋଲିସ ପ୍ରସାଶନ ପକ୍ଷରୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହେବା ସହ ଶବକୁ ନେଇ ଗ୍ରାମକୁ ଗଲେ ଗ୍ରାମବାସୀ।