Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ବେହେରା ଠାରେ ଟେଲରିଙ୍ଗ ପ୍ରଶିକ୍ଷଣ ଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ବଣ୍ଟନ

164 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ ବ୍ଲକ ବେହେରା ଠାରେ ଥିବା ଦଣ୍ଡପାଟ ଯୁବ ସେବା ସଂଗଠନ ଓ ଜନ ଶିକ୍ଷଣ ସଂସ୍ଥାନ,ଭବାନୀପାଟଣାର ମିଳିତ ଆନୁକୂଲ୍ୟରେ ପରିଚାଳିତ ଟେଲରିଂ ପ୍ରଶିକ୍ଷଣ କେନ୍ଦ୍ରରେ ଆଜି ପ୍ରଥମ ପର୍ଯ୍ୟାୟର ଶିକ୍ଷାର୍ଥୀମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଛି। ସଂଗଠନ ସଭାପତି ଭବେଶ ଗଇଁତାଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ଜନ ଶିକ୍ଷଣ ସଂସ୍ଥାନ ଆଞ୍ଚଳିକ ସଂଯୋଜକ ବୁଲୁ ପଲେଇ, ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ସଭାନେତ୍ରୀ ସୁଚିତ୍ରା ଗୋପାଳ, ପ୍ରଶିକ୍ଷିକା ଚାନ୍ଦିନୀ ଭୋଇ, ସାବିତ୍ରୀ ନାଏକ, ସଂଗଠନ ସମ୍ପାଦକ ଭୁଜବଳ ନାଏକ ପ୍ରମୂଖ ମଞ୍ଚାସୀନ ହେଇଥିଲେ।

ଏଠାରେ ପ୍ରକାଶ ଯୋଗ୍ୟ ଯେ, ନାରୀ ମାନଙ୍କୁ ଶଶକ୍ତିକରଣ ତଥା ସ୍ବାବଲମ୍ବୀ କରେଇବା ଉଦ୍ଦେଶ୍ଯ ରେ ଦଣ୍ଡପାଟ ଯୁବ ସେବା ସଂଗଠନ ଓ ଜନ ଶିକ୍ଷଣ ସଂସ୍ଥାନ ତରଫରୁ ଗତ ବର୍ଷ ନଭେମ୍ବର ୧ ରେ ବେହେରା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଟେଲରିଂ ପ୍ରଶିକ୍ଷଣ ଆରମ୍ଭ କରାଯାଇଥିଲା। ପ୍ରଶିକ୍ଷଣ ର ପ୍ରଥମ ପର୍ଯ୍ୟାୟରେ ୪୦ଜଣ ଛାତ୍ରୀ ଙ୍କୁ ଶିକ୍ଷା ଦିଆଯାଇଥିଲା। ଶିକ୍ଷା ଗ୍ରହଣ ପରେ ସମସ୍ତ ଛାତ୍ରୀ ଙ୍କୁ ଆଜି ପ୍ରମାଣ ପତ୍ର ଦିଆଯାଇଛି। କାର୍ଯ୍ୟକ୍ରମ କୁ ସଂଗଠନ ସଦସ୍ୟ କ୍ଷୀରସିନ୍ଧୁ ବାଣୁଆ ପରିଚାଳନା କରିଥିବା ବେଳେ ତରେଶ ବିଶି, ଶୁଶିଲ ଚନ୍ଦ୍ର ନାଗ, ଭିକାରୀ ଚରଣ ଗୋପାଳ, ଇଶ୍ବର ବାଣୁଆ, ଟିକେଶ୍ବର ଭୋଇ, ରଙ୍ଗାଧର ନାଗ, କ୍ଷୀରସିନ୍ଧୁ ବାଗ, ହେମାଲ ବିଶି, ରୁପେଶ ନାଏକ ପ୍ରମୂଖ ସହଯୋଗ କରଥିଲେ। ଧର୍ମଗଡ଼ ରୁ

Related Post

ଶତାୟୁ ମହିଳାଙ୍କ ପରଲୋକ

Posted by - December 13, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ସ୍ଥିତ ବାଲିଝରି ଗ୍ରାମର ସ୍ବର୍ଗତ ଜଗନାଥ ଦାସ ଙ୍କ ସ୍ତ୍ରୀ ତାରା ଦାସ 107 ବର୍ଷ…

ନିଷ୍ଠା ପରିବାର ତରଫରୁ ଅଷ୍ଟସମ୍ଭୁ ପୀଠ ଗାଇସିମାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବୀର

Posted by - August 10, 2022 0
ସମ୍ବଲପୁର/ବରଗଡ/ଅତାବିରା:(ରମାକାନ୍ତ ବିଶ୍ଵାଳ)ପବିତ୍ର ପୂଣ୍ୟ ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଅଷ୍ଟସମ୍ଭୁ ଶ୍ରୀଶ୍ରୀ ବାବା ବରାଡ ବାଲୁଙ୍କେଶ୍ୱର ଶୈବପୀଠ ଗାଇସିମା,ବରଗଡ ଠାରେ ନିଷ୍ଠା ପରିବାର ତରଫରୁ ଏକ…

ଥୁଆମୂଳ ରାମପୁର ଠାରେ ଶିଶୁ ସୁରକ୍ଷା ଏବଂ ବାଲ୍ୟବିବାହ ନିରୋଧ ସମ୍ବନ୍ଧୀୟ ତାଲିମ ଶିବିର ,ତାଲିମ ନେଲେ ପଞ୍ଚାୟତ ପ୍ରତିନିଧିଗଣ

Posted by - April 27, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବ୍ୟାପକ ଜନ ସଚେତନତା ସ୍ଵତ୍ତ୍ଵେ ବିଭିନ୍ନ ସମୟରେ କଳାହାଣ୍ଡି ଜିଲ୍ଲାରେ ବାଲ୍ୟ ବିବାହ ଦେଖିବାକୁ ମିଳିଥିଲା ବେଳେ ଶିଶୁମାନଙ୍କ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - February 20, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ…

ଟିଟିଲାଗଡ଼ ଠାରେ ଜାତୀୟ ପ୍ରେସ ଦିବସ ପାଳିତ

Posted by - November 17, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ନଭେମ୍ବର ୧୬ତାରିଖକୁ ପ୍ରତି ବର୍ଷଜାତିୟ ପ୍ରେସ ଦିବସ ରୁପେ ପାଳନ କରାଯାଏ। ଆଜି ସ୍ଥାନୀୟ ହୋଟେଲ ଜଳାରାମର ସଭା ଗୃହ ରେ ଟିଟିଲାଗଡ଼ ଉପଖଣ୍ଡ…