ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ବୌଦ୍ଧ ସହର ନିକଟସ୍ଥ ଜଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ “ଗୈାରୀଗୋପାଳ” ବେଦ ପାଠଶାଳା ର ଉଦ୍ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର ମହୋଦୟ, ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଶ୍ରୀଯୁକ୍ତ ଶଶାଙ୍କ ଶେଖର ମିଶ୍ର ମହୋଦୟ ଉପସ୍ଥିତ ଥିଲେ ।
ଏହି ପାଠଶାଳା ରେ ବ୍ରାହ୍ମଣ ଶିଶୁମାନେ ବେଦ ପାଠ ସହିତ କର୍ମକାଣ୍ଡ ସମ୍ପର୍କରେ ଶିକ୍ଷା ଗ୍ରହଣ କରିପାରିବେ । ପ୍ରଥମ ପର୍ଯ୍ୟାୟରେ ଦଶ ଜଣ ଶିଶୁ ବେଦ ପାଠ ଶିକ୍ଷା ପାଇଁ ନାମ ଲେଖାଇ ଶିକ୍ଷା ଆରମ୍ଭ କରିଥିବା ଜଣାପଡିଛି। ବିଦ୍ୟାଳୟ ର ଉପ ସଭାପତି ଶ୍ରୀଯୁକ୍ତ ରାମେଶ୍ବର ଅଗ୍ରୱାଲ ଓ ସଂପାଦକ ଶ୍ରୀମାନ ସଚ୍ଚିଦାନନ୍ଦ ମହାପାତ୍ର ବିଦ୍ୟାଳୟ ର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ।