Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ସାବିତ୍ରୀ ବ୍ରତ ରେ ମା ବିରଜା ମନ୍ଦୀରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

193 0

ଯାଜପୁର :ପବିତ୍ର ସାବିତ୍ରୀ ବ୍ରତ ରେ ସଧବା ନାରୀ ଙ୍କ ପାଇଁ ସ୍ୱତନ୍ତ୍ର ଦିନ ଟିଏ।  ଏଥିପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦୀରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ମା ବିରଜା ସାବିତ୍ରୀ ବେଶ ରେ ଦର୍ଶନ ଦେଇଥିଲେ । ବଢି ଭୋର ରୁ ମା ଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହୋଇଛି।ଦିନରେ ସଧବା ନାରୀ ମାନେ ବ୍ରତ ପାଳନ କଲେ ପତି ପରମେଶ୍ୱରଙ୍କର ଦୀର୍ଘାୟୁ ହେବାର ବିଶ୍ୱାସ ରହିଛି ।

ସେଥିପାଇଁ ସକାଳୁ ମହିଳା ମାନେ ନୂତନ ଶାଢ଼ି ପିନ୍ଧି,ହାତରେ ଭୋଗ ଦୀପ ନୈବେଦ୍ୟ ନେଇ ମାଙ୍କ ଦର୍ଶନ ପାଇଁ ଘଂଟା ଘଂଟା ଧରି ଧାଡିରେ ଛିଡା ହୋଇଥିଲେ  । ପ୍ରବଳ ଖରା ସତ୍ତ୍ୱେ ଶ୍ରଦ୍ଧାଳୁ ମାନେ ମା ଙ୍କୁ ଦର୍ଶନ ପାଇଁ ଲମ୍ବା ଧାଡି ରେ ଠିଆ ହୋଇଥିଲେ । ଏଥିପାଇଁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

Related Post

ସମ୍ବଲପୁରରେ ୭୩ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

Posted by - January 26, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ଆଜି ହେଉଛି ପବିତ୍ର ୭୩ତମ ସାଧାରଣତନ୍ତ୍ର ଦିବସ । ତେବେ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ସମ୍ବଲପୁର ଠାରେ ପାଳିତ ହୋଇଯାଇଛି ୭୩ତମ…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେଙ୍ଗାଲି ପକ୍ଷରୁ ଜନ୍ମାଷ୍ଟମି ଉତ୍ସବ ପାଳନ

Posted by - August 18, 2022 0
ସମ୍ବଲପୁର: 18/08(ରମାକାନ୍ତ ବିଶ୍ବାଳ) ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଜନ୍ମଦିନ ।ଏହି ଅବସରରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ର ଶିଶୁ ଵିଦ୍ୟା ମନ୍ଦିର…

ସରକାରୀ ଯୁବଗୋଷ୍ଟି କେନ୍ଦ୍ର ପ୍ରତିଷ୍ଠା ହୋଇଛି ବ୍ୟକ୍ତିଗତ ଜମିରେ, ଗ୍ରାମରେ ଉତ୍ତେଜନା

Posted by - August 19, 2021 0
ବାଲିଆପାଳ: ନିୟମ କହୁଛି ସରକାରୀ ଯୋଜନାରେ ହେବାକୁଥିବା ଘର ସରକାରୀ ଜମିରେ ନିର୍ମାଣ ହେବାର ।କିନ୍ତୁ ଏହାର ବ୍ୟତିକ୍ରମ କରାଯାଇ ବ୍ୟକ୍ତିଗତ ମାଲିକାନାରେ ପୁଣି ଜଳାଶୟ କିସମ…

ଅନୁଗୁଳରେ ପହଞ୍ଚିଲା ୧୬୫୦ ପ୍ରବାସୀ ଓଡିଆ ଙ୍କ ପ୍ରଥମ ଟ୍ରେନ

Posted by - May 25, 2020 0
ଅନୁଗୁଳୁ :(ମହେଶ ଭୋମରାଜ)ଗୁଜୁରାଟ ଭଲସାତରୁ ୧୬୫୦ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ଆଜି ପହଞ୍ଚିଲା ସ୍ଵତନ୍ତ୍ର ଶ୍ରମିକ ଟ୍ରେନ । ଏଥିରେ ୨୪ ଟି ଜିଲ୍ଲା ସମେତ…

ବିଜୁ ଜନତା ଦଳ ପକ୍ଷରୁ ଆମ ଗାଁ କୁ ଆମେ ଗଢିବା କାର୍ଯ୍ୟକ୍ରମ

Posted by - February 16, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ବ୍ଲକ ମହେଶ୍ୱରପୁର ପଂଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଆମ ଗାଁ କୁ ଆମେ ଗଢିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ଏଥିରେ ଯାଜପୁର ବ୍ଲକ ଅଧକ୍ଷ ପ୍ରଦୀପ ନାୟକ ,ଯାଜପୁର ବିଧାୟକ ଙ୍କ ପ୍ରତିନିଧି ଭଵ ପ୍ରସାଦ ଦାସ, ଯାଜପୁର ବ୍ଲକ ବିଜେଡି ସଭାପତି ପରେଶ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଯୋଜନା କୁ ଠିକ ଭାବେ କାର‌୍ୟ୍ୟକାରୀ କରିବାକୁ ପ୍ରତ୍ୟେକ କର୍ମୀ ଉଦ୍ୟମ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଗାଁ ର ବିଭିନ୍ନ ସମସ୍ୟା କୁ ସମାଧାନ କରିବା ପାଇଁ ଯାଜପୁର ବିଧାୟକଙ୍କ ଦୃଷ୍ଟି କୁ ଅଣାଯିବ ବୋଲି ଭବପ୍ରସାଦ ଦାସ କହିଥିଲେ,ଏହି ଅବସରରେ ବିରୋଧୀ ବିଜେପି ଓ କଂଗ୍ରେସ ର ଶତାଧିକ କର୍ମୀ ବିଜେଡି ରେ ସାମିଲ ହୋଇଥିଲେ,ଶେଷରେ ଯାଜପୁର ବିଧାୟକ ଭରଚୁଆଲ ମୋଡ଼ ରେ ଧନ୍ୟବାଦ ଅର୍ପଣ କରିଥିଲେ,ଗାଁକୁ କିପରି ସ୍ୱଚ୍ଛ ସୁନ୍ଦର ଭାବେ ଗଢି ହେବ ସେ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।