5T ସଚିବ ଭିକେ ପାଣ୍ଡିଆନ ଗସ୍ତ କଲେ ବେଲଖଣ୍ଡି ଶିବ ମନ୍ଦିର

91 0

କେସିଙ୍ଗା:(ପ୍ରିତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ଶିବ ମନ୍ଦିର ର ସୌନ୍ଦ୍ଧର୍ଯ୍ୟ କରଣ ଓ ଉନ୍ନତି ନେଇଁ ଶୁକ୍ରବାର ଦିନ ପରିଦର୍ଶନ କରିଛନ୍ତି 5t ସଚିବ ଭିକେପାଣ୍ଡିଆନ । ପ୍ରଥମେ ଆଜି ଭୁବନେଶ୍ୱର ରୁ ବିମାନ ଯୋଗେ କେସିଙ୍ଗା ର ଉତ୍କେଲା ବିମାନ ବନ୍ଦର ରେ ଓଲ୍ଲାଇ କାର ଯୋଗେ କେସିଙ୍ଗା ଦେଇ ବେଲଖଣ୍ଡି ଗ୍ରାମ ପଞ୍ଚାୟତର ଐତିହାସିକ ସପ୍ତମାତୃକା ଶିବ ମନ୍ଦିର ରେ କାର୍ଯ୍ୟ ସୂଚୀ ଅନୁସାରେ ୧୧ ଟା ବେଳେ ପହଞ୍ଚି ଥିଲେ। ପ୍ରବଳ ଖରା ଗୁଳୁଗୁଳି କୁ ଖାତିର ନ କରି ହଜାର ହଜାର ସଂଖ୍ୟାରେ ଏସ ଏଚ ଜି ଗ୍ରୁପ ମହିଳା ମାନେ ଆବାଳ ବୃଦ୍ଧ ବନିତା ସଚିବ ଙ୍କ ଗୋଟାଏ ଝଲକ ପାଇବା ପାଇଁ ବ୍ୟାକୁଳ ହୋଇ ଉଠିଥିଲେ।

ପ୍ରଥମେ ୫ଟି ସଚିବ ବେଲଖଣ୍ଡି ପହଞ୍ଚିବା ପରେ ତାଙ୍କୁ ଫୁଲ ପକାଇ ହୁଳୁ ହୁଲି ପକାଇ ସ୍ବାଗତ କରି ଧବଳେଶ୍ଵର ମନ୍ଦିରର ଭିତରକୁ ପାଛୋଟି ନିଆଯାଇ ଥିଲା ଓ ୧୦ ମିନିଟ ପର୍ଯ୍ୟନ୍ତ ମନ୍ଦିର ଭିତରେ ପୂଜାର୍ଚ୍ଚନା କରି ପେଣ୍ଡାଲ କୁ ଆସିଥିଲେ । ସଚିବ ତାଙ୍କ ଭାଷଣରେ ଉପସ୍ଥିତ ଥିବା ସମସ୍ତ ମାଆ ମାନଙ୍କୁ ନମସ୍କାର କରି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଆପଣ ମାନଙ୍କ ସୁଖ ଦୁଃଖ ଓ ସମସ୍ୟା ବୁଝିବା ପାଇଁ ପଠାଇଛନ୍ତି ବୋଲି କହି ମାଆ ମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ପଚାରି ବୁଝି ଥିଲେ।ଯେପରିକି ବିନା ସୁଧ ରେ ଲୋନ୍ ମିଳୁଛି କି ନାହିଁ।ବିଜୁ ସ୍ଵାସ୍ଥ୍ୟ କାଡ଼ ର ସୁବିଧା ପାଉଛ କି ନାହିଁ ଓ ଅନ୍ୟାନ୍ୟ ରାଜ୍ୟ ସରକାରଙ୍କ ତରଫରୁ ମିଳୁଥିବା ସୁବିଧା ବିଷୟରେ ପଚାରି ବୁଝି ଥିଲେ।ପରେ ସେ ତାଙ୍କ ଅଭିଭାଷଣ ରେ ଚଣ୍ଡୀ ମନ୍ଦିର ଓ ଧବଳେଶ୍ଵର ମନ୍ଦିରର ଉନ୍ନତି କରଣ ପାଇଁ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ମନ୍ଦିର କମିଟି ସହିତ କଥାବାର୍ତ୍ତା ହୋଇ ୧୫ ଦିନ ଭିତରେ ରିପୋର୍ଟ ତିଆରି କରି ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ରିପୋର୍ଟ ପହଚିବା ପରେ ସାଙ୍ଗେ ସାଙ୍ଗ ମୂଖ୍ୟ ମନ୍ତ୍ରୀ ଙ୍କ ସହିତ ଆଲୋଚନା କରି ପଇସା ପଠାଯିବ ବୋଲି ଉପସ୍ଥିତ ଜନସାଧାରଣ ଙ୍କୁ କଥା ଦେଇ ଥିଲେ।ପରେ ସଚିବ ନିଜେ ଷ୍ଟେଜ ରୁ ତଳକୁ ଓହ୍ଲାଇ ସମସ୍ତ ମାଆ ମାନଙ୍କ ପାଖକୁ ଯାଇ ସୁଖ ଦୁଃଖ ବୁଝିଥିଲେ। ମାଆ ମାନେ ଏତେ ଖୁସି ହୋଇ ଯାଇଥିଲେ ଯେ ସଚିବ ଙ୍କ ସହିତ ସେଲଫି ମଧ୍ୟ ନେଇଥିବା ଦେଖା ଯାଇ ଥିଲା।ପରେ ୫ଟି ସଚିବ ମ ରାମପୁର ଯିବା ପାଇଁ ବାହାରି ପଡ଼ିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ କେସିଙ୍ଗା ତାହସିଲଦାର ଯୋଗେଶ୍ୱର ସାହୁ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଓ ଡ୍ଡୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ କେସିଙ୍ଗା ବ୍ଲକ୍ ଅଧ୍ୟକ୍ଷ ଚନ୍ଦନ ସେନାପତି,ସନ୍ତୋଷ ଶର୍ମା, ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ଥିବା କେସିଙ୍ଗା ଆଦର୍ଶ ଥାନା ଅଧିକାରୀ ସତ୍ୟକୁମାର ନନ୍ଦ ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

 

Related Post

ସରକାରୀ କର୍ମଚାରୀଙ୍କୁ ମୁଖ୍ୟ ଶାସନ ସଚିବଙ୍କ ସତର୍କ ବାଣୀ: ନିରପେକ୍ଷ ନ ରହିଲେ ଚାକିରି ଯିବ

Posted by - January 29, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଜୋର୍ ଧରିଥିବା ବେଳେ ସରକାରୀ ଓ ସ୍ୱାୟତ୍ତ ଶାସନ ସଂସ୍ଥା ର କର୍ମଚାରୀ…

କୋରୋନା ମୁକାବିଲା କରିବା ପାଇଁ ଯାଜପୁର ଜିଲା ପ୍ରଶାସନ ପ୍ରସ୍ତୁତ

Posted by - April 3, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ମୁକାବିଲା କରିବା ପାଇଁ ଯାଜପୁର ଜିଲା ପ୍ରଶାସନ ବିଭିନ୍ନ ଘରୋଇ ଡାକ୍ତରଖାନା ସହିତ ଏମଓୟୁ ସ୍ୱାକ୍ଷର କରିଛି । କଳିଙ୍ଗନଗର ରେ ପ୍ରତିଷ୍ଠା…

୧୧୯୭ ନମୂନା ପରୀକ୍ଷା କରାଯାଇଥିବାବେଳେ ସମସ୍ତ ନମୂନା ନେଗେଟିଭ୍

Posted by - April 16, 2020 156
ଭୁବନେଶ୍ୱର ୧୬।୦୪: ରାଜ୍ୟରେ ବଢ଼ିଲା କରୋନା ପରୀକ୍ଷଣ କ୍ଷମତା । ସ୍ଥାନୀୟ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆରଏମଆରସି)ରେ କୋଭିଡ୍‌-୧୯ର ସ୍ୱାବ୍‌ ଟେଷ୍ଟ କ୍ଷମତା ବୃଦ୍ଧି ପାଇଛି ।…

ସମତା ଏକ୍ସପ୍ରେସରୁ ରେଳ ସୁରକ୍ଷା ବଳ ଦ୍ଵାରା ୩୪ କେଜି ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

Posted by - May 15, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ରେଳ ଜଙ୍କସନ ଏକ ପ୍ରମୁଖ ରେଳ ଜଙ୍କସନ ଭାବରେ ପରିଚିତ। ଏଠାରୁ ଦେଶର ସମସ୍ତ କୋଣକୁ ରେଳ ଯାତ୍ରା ପାଈଁ ବହୁତ ଲୋକ…