ଟାଙ୍ଗରା ହୋଇଗଲାଣି କୁଚିଲାଖାଇ ଗ୍ରାମ୍ୟ ଜଙ୍ଗଲ,ନିଦ୍ରାରେ ବନ ବିଭାଗ

82 0

ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ).ଜଙ୍ଗଲ ଓ ପରିବେଶ ସୁରକ୍ଷା ନେଇ ସରକାର ବହୁ ସଚେତନତା ରହୁଛନ୍ତି l ଏପରିକି ଜଙ୍ଗଲ ବୃଦ୍ଧି, ବିଭିନ୍ନ ସ୍ଥାନ ରେ ବୃକ୍ଷ ରୋପଣ ଭଳି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି l ଏଥିପାଇଁ ବନ ବିଭାଗ ଜଙ୍ଗଲ ପରିବେଶ ସୁରକ୍ଷା ନେଇ  ସମ୍ପୂର୍ଣ ଦାୟିତ୍ୱ ରହିଛି l କିନ୍ତୁ ବିଭାଗର ର ଅପାରଗତା ଓ ଚିର ନିଦ୍ରା ରେ ଶୋଇଥିବାରୁ ସବୁଜ ବନନୀ ବା ସବୁଜ ହୀରା କୁହାଯାଉଥିବା କୁଚିଲା ଖାଇ ଗ୍ରାମ୍ୟ ଜଙ୍ଗଲ ରୁ ମନ ଇଛା ମୂଲ୍ୟବାନ ଗଛ କାଟିବା ଫଳ ରେ ଦିନକୁ ଦିନ ଉକ୍ତ ଜଙ୍ଗଲ ଟାଙ୍ଗରା ହେବା କୁ ବସିଥିବା ବେଳେ ବନ ବିଭାଗର ଜଙ୍ଗଲ ସୁରକ୍ଷା କାର୍ଯ୍ୟ ଅବହେଳା କୁ ନେଇ ପରିବେଶ ବିତ ମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି l

ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ବନଖଣ୍ଡ ପୁରୁଣା କଟକ ରେଞ୍ଜ ଅନ୍ତର୍ଗତ ସୁରୁଣ୍ଡି ଗ୍ରାମ୍ୟ ଜଙ୍ଗଲ ଦୟନୀୟ ଚିତ୍ର l ଏହି ଗ୍ରାମ୍ୟ ଜଙ୍ଗଲ ଦିନ ଥିଲl ସବୁଜ ହୀରା ରେ ପରିପୂର୍ଣ, ପ୍ରାକୃତିକ ସୋନ୍ଦର୍ଯ୍ୟ ବଢ଼ାଇବା ସହ ଘଞ୍ଚ ଜଙ୍ଗଲ ଯୋଗୁଁ ବନ୍ୟଜନ୍ତୁ ଙ୍କ ନିରାପଦ ଆଶ୍ରୟ ସ୍ଥଳୀ ଥିଲା l ଏପରିକି ବହୁ ମୂଲ୍ୟବାନ ଗଛ ରେ ପରିପୂର୍ଣ ଥିଲା ଉକ୍ତ ଜଙ୍ଗଲ l ଏପରିକି ଜଙ୍ଗଲ ସୁରକ୍ଷା ନେଇ ଗ୍ରାମବାସୀ ଙ୍କ ପକ୍ଷରୁ ପାଳି କରି ଦୈନନ୍ଦିନ ରକ୍ଷଣ ବେକ୍ଷଣ ଦାୟିତ୍ୱ ନେଉଥିଲେ l ପରବର୍ତୀ ସମୟ ରେ ତାହାର ଦାୟିତ୍ୱ ହୀନତା ହେବାରୁ ଜଙ୍ଗଲ ସୁରକ୍ଷା ନେଇ ବହୁ ଥର ଗ୍ରାମବାସୀ ବିଭାଗ କୁ ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି l କିନ୍ତୁ ଜଙ୍ଗଲ ସୁରକ୍ଷା ପ୍ରତି ବିଭାଗ ର ଅବହେଳା ହେତୁ ଧୀରେ ଧୀରେ ଅଞ୍ଚଳ ର ଲୋକମାନେ ମୂଲ୍ୟବାନ ଗଛ କାଟି ଜଙ୍ଗଲ ସଫା କରିବାକୁ ବସିଲେ l ଯାହାକି ହସୁଥିବା ଜଙ୍ଗଲ ଏବେ ଟାଙ୍ଗରା ଭୂଇଁ ରେ ପରିଣତ ହେବାକୁ ବସିଲାଣି l

ଅନ୍ୟପଟେ ବିଭାଗ ଜଙ୍ଗଲ ଗୁଡିକ ର ସୁରକ୍ଷା ପ୍ରତି ଢିଲା ହେବା ହେତୁ ଦିନକୁ ଦିନ ଜଙ୍ଗଲ ସଫା ହୋଇ ବନ୍ୟଜନ୍ତୁ ଙ୍କ ଆଶ୍ରୟ ସ୍ଥଳୀ ଭଙ୍ଗିବାକୁ ବସିଲାଣି l ଏବଂ ପରିବେଶ ସନ୍ତୁଳନ ରେ ଜଙ୍ଗଲ ପରିବେଶ ର ଭୂମିକା ଗୁରୁତ୍ୱ ପୁର୍ଣ ରହିଥିବା ବେଳେ ବିଭାଗର ଦାୟିତ୍ୱ ହୀନତା ପାଇଁ ଜଙ୍ଗଲ ଓ ବନ୍ୟଜନ୍ତୁ ଙ୍କ ସୁରକ୍ଷା ପ୍ରତି ଆଗକୁ ବିପଦ ମାଡି ଆସିଥିବା ହେତୁ ପରିବେଶ ବିତ ମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇବାସହ ବିଭାଗ ସ୍ୱଛତା କାର୍ଯ୍ୟ ପ୍ରତି ଏକ ପ୍ରଶ୍ନବାଚି ସୃଷ୍ଟି ହେଉଛି l ସୂଚନା ଥାଉକି ଏହି ଜଙ୍ଗଲ କୁ ଲାଗି ଥିବା ସମ୍ବଲପୁର ଗ୍ରାମ୍ୟ ଜଙ୍ଗଲ, ଶଙ୍କରଡ଼ା ଗ୍ରାମ୍ୟ ଜଙ୍ଗଲ ଆଦି ଲୋକଙ୍କ ଲୋଲୁପ ଦୃଷ୍ଟି ମଧ୍ୟ ଧୀରେ ଧୀରେ ପଡିବା ସହ ଜଙ୍ଗଲ ମଧ୍ୟରୁ ମୂଲ୍ୟବାନ ଗଛ କାଟି ଜଙ୍ଗଲ ଧ୍ଵଂସାବିମୁଖୀ ହେବାକୁ ବସିଲାଣି l ଏଣୁ କୁଚିଲା ଖାଇ ଜଙ୍ଗଲ କୁ ଲାଗି ରହିଥିବା ଅନ୍ୟାନ୍ୟ ଗ୍ରାମ୍ୟ ଜଙ୍ଗଲ ର ତୁରନ୍ତ ଜଙ୍ଗଲ ବନ୍ୟ ଜନ୍ତୁ ଙ୍କ ସୁରକ୍ଷା ପ୍ରଦାନ ପାଇଁ ବନ ବିଭାଗ କର୍ମଚାରୀ ନିଦ୍ରା ଭଙ୍ଗ କରି ତତ୍ପର ରହିବାକୁ ସାଧାରଣ ରେ ଦାବି ହେଉଛି l

Related Post

ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ

Posted by - September 10, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଅଖିଳ ଭାରତ ଛାତ୍ର ସଂଘ ଯାଜପୁର ଜିଲା ଶାଖା ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ…

ବାନୀପଙ୍ଗା ସ୍କୁଲ ମୃତ୍ୟୁ ଘଟଣାରେ କଳାହାଣ୍ଡି ଏସପିଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ମାନବାଧିକାର କମିଶନ

Posted by - March 23, 2023 0
ଭବାନୀପାଟଣା:୨୨/୦୩(ନରେନ୍ଦ୍ର ନେଗୀ)ଲାଞ୍ଜିଗଡ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ କେନ୍ଦୁବୋର୍ଡି ଗାଁର ବିଶ୍ଵାମିତ୍ର ମାଝୀଙ୍କ ଝିଅ ୬ ବର୍ଷର ଝିଅ ରିମା ମାଝୀ ଵାଣିପଙ୍ଗା ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ରହି…

କଳାହାଣ୍ଡିରେ ମିଶ୍ରଣ ପର୍ବ, ବିଜେଡି ର ବିଶାଳ ସମାବେଶ

Posted by - November 9, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ସମଗ୍ରରାଜ୍ୟ ରେ ବିଜେଡି ବିରୁଦ୍ଧରେ ବିଭିନ୍ନ ରାଜନୈତିକ ଦଳ ବିରୋଧ ପ୍ରଦର୍ଶନ କରୁଥିଲେ ହେଁ କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ବିଜୁ ଜନତାଦଳର ମିଶ୍ରଣ…

ଦଶମ ଶ୍ରେଣୀ ଭୁଲ ପ୍ରଶ୍ନ ପତ୍ର ରେ  ଉତ୍ତର ବାଣ୍ଟିବା ଘଟଣା ରେ ୮ ବନ୍ଧା ହୋଇ କୋର୍ଟ ଚାଲାଣ

Posted by - March 23, 2023 0
କେସିଙ୍ଗା:(ପ୍ରୀତେଶ୍ ପଟେଲ)ବହୁ ଚର୍ଚ୍ଚିତ ଦଶମ ଶ୍ରେଣୀ ଭୁଲ ପ୍ରଶ୍ନ ଭୁଲ ଉତର ବାଣ୍ଟିବା  ପ୍ରଘଟ ମାମଲା ରେ କେସିଙ୍ଗା ପୋଲିସ  ପୂର୍ବରୁ ପ୍ରମାଣ ମିଳୁ ନାହିଁ କହୁଥିବାବେଳେ…

ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ବାସଭବନ ଅଫିସ ସାମନାରେ ବିକ୍ଷୋଭ ପ୍ରଦର୍ଶନ

Posted by - March 3, 2023 0
ସୁସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ବର୍ଣ୍ଣପୁର ଜିଲ୍ଲା ରେ ସ୍ବାସ୍ଥ୍ୟାସେବା ବିପର୍ଯ୍ୟସ୍ତ ହୋଇପଡିଛି। ଜିଲ୍ଲା ର କୌଣସି ବ୍ଳକର CHC,PHC କିମ୍ବା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର…