ପ୍ରେମ ନିବେଦନ କରି ବିଫଳ ପରେ ଅପହରଣ ଓ ଦୁଷ୍କର୍ମ 

445 0

ମୟୂରଭଞ୍ଜ:ନାବାଳିକାଙ୍କୁ ପ୍ରେମ ନିବେଦନ ପରେ ବିଫଳ ହୋଇ ଅପହରଣ ସହ ଦୁଷ୍କର୍ମ। ଶେଷରେ ଗର୍ଭପାତ କରାଇ ଧରାପଡ଼ି ପୋଲିସ ହାତରେ ଗିରଫ ହେଲା ଅପହରଣକାରୀ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ । ସୂଚନା ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣକାଟି ପଞ୍ଚାୟତର କରକଚିଆ ଗାଁର ସୁନ୍ଦର ମୋହନ ଟୁଡୁ ଜନୈକା ନାବାଳିକାକୁ ଅପହରଣ କରି ୨୦୧୭ ମସିହାରୁ ଅନୈତିକ ସମ୍ପର୍କ ରଖିବା ସହ ତାକୁ ଏକ ଅଜ୍ଞାତ ସ୍ଥାନରେ ରଖିଥିଲା। ଫଳରେ ନାବାଳିକା ଜଣକ ଗର୍ଭବତୀ ମଧ୍ୟ ହୋଇଥିଲେ। ପରେ ଅଭିଯୁକ୍ତ ଗର୍ଭପାତ କରିବା ସହ ଭୟ ଦେଖାଇ ଧମକଚମକ ଦେଇ ବଳପୂର୍ବକ ଦୁଷ୍କର୍ମ କରିଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି।

ଦୁଷ୍କର୍ମର ଶିକାର ହୋଇ ଆସୁଥିବା ଅପହୃତା ନାବାଳିକା ଗତ ୬ ତାରିଖ ଅପହରଣକାରୀ କବଳରୁ କୌଶଳ କ୍ରମେ ଖସି ଆସିବାରେ ସକ୍ଷମ ହୋଇ ପରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଅଭିଯୁକ୍ତ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ସୁନ୍ଦର ମୋହନ ଟୁଡୁକୁ  ଗିରଫ କରି ପୋକ୍ସୋ ଆଇନ୍ ଅନୁଯାୟୀ  ବାରିପଦା ପୋକ୍ସୋ କୋର୍ଟ ଚାଲାଣ କରିଛି।

Related Post

ଖପ୍ରାଖୋଲ ପୋଲିସ ର ସଫଳତା ପୂର୍ବତନ ୱାର୍ଡ ମେମ୍ବର ହତ୍ୟା ଘଟଣା ରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

Posted by - March 30, 2022 0
ଖପ୍ରାଖୋଲ ୩୦/୦୩( ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଟେଙ୍ଗେରାପଥର ଗାଁର ପୂର୍ବତନ ୱାର୍ଡ ମେମ୍ବର ମୁକ୍ତି ସାହୁ (୫୫) ହତ୍ୟା ଘଟଣାର ଅଭିଯୁକ୍ତ…

ଦୁର୍ଦାନ୍ତ ଅପରାଧୀ ଧନେଶ୍ୱର ଝାଙ୍କର ଗିରଫ

Posted by - October 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)କେନ୍ଦୁଝର ଯିବା ବାଟରେ ପୋଲିସ ହେପାଯତ ରୁ ଫେରାର ଦୁର୍ଦାନ୍ତ ଅପରାଧୀ ଟିମା @ ଧନେଶ୍ୱର ଝାଙ୍କର କୁ ତିନିବର୍ଷ ପରେ କାବୁ କରିଛି ସମ୍ବଲପୁର…

There are 1 comments

Leave a comment

Your email address will not be published.