ବୌଦ୍ଧ:୧୯।୫(ଚିତ୍ତରଞ୍ଜନ ସିଂ): ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାର ଫଳାଫଳ ଗୁରୁବାର ପ୍ରକାଶ ପାଇଛି l କଣ୍ଟାମାଳ ବ୍ଲକ ଆମ୍ବଗାଁ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ୧୦୦ ପ୍ରତିଶତ ଛାତ୍ରଛାତ୍ରୀ କୃତିତ୍ୱ ଲାଭ କରିଛନ୍ତି l ସମୁଦାୟ ୭୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଏ-୧, ୧୮ଜଣ ଏ-୨, ୩୧ଜଣ ବି-୧, ୧୮ଜଣ ବି-୨, ୧୦ଜଣ ସି ଏବଂ ଜଣେ ‘ଇ’ ଗ୍ରେଡ଼ରେ ପାସ କରିଛନ୍ତି l
ବିଦ୍ୟାଳୟର ପପୁ ପଧାନ ୫୪୦ ମାର୍କ ରଖି ଏ-୧ ଗ୍ରେଡ଼ରେ ଉତୀର୍ଣ୍ଣ ହୋଇଛନ୍ତି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକଦେବ ପଣ୍ଡା ଶିକ୍ଷକ ମହେନ୍ଦ୍ର କୁମାର ସାହୁ, ସୌମିତ୍ରୀ ପ୍ରଧାନ, ବାସୁଦେବ କୁମ୍ଭାର, ଅରୁଣ କୁମାର ରଣା ଓ ବୃହସ୍ପତି କାଲସେ ପପୁଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି l ବାଣିଜ୍ୟ ବିଷୟରେ ପାଠ ପଢି ଭବିଷ୍ୟତରେ ବ୍ୟଙ୍କିଙ୍ଗ କାର୍ଯ୍ୟ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ପପୁ l