ଯୌତୁକ ନିର୍ଯାତନା ସହିନପାରି ସ୍ତ୍ରୀ ଆତ୍ମହତ୍ୟା ମାମଲା: ଅଭିଯୁକ୍ତ ସ୍ୱାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

75 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଏଁଲାଭଟା ଗାଁରେ ଗତ ୩୧.୧୦.୨୦୧୩ ତାରିଖରେ ଯୌତୁକ ଦାବୀନେଇ ସ୍ବାମୀ ର ଅକଥନୀୟ ଅତ୍ୟାଚାର ସହିନପାରି ବିବାହିତା ସ୍ତ୍ରୀ କନିଅର ବିଷ ଫଳ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମୂମୂର୍ଶୁ ଅବସ୍ଥାରେ ତାଙ୍କୁ ଜୟପାଟଣା ଡାକ୍ତରଖାନା ନିଆ ଯାଇଥିଲେ ହେଁ ଡାକ୍ତର ସେଠାରେ ପୀଡ଼ିତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ନେଇ ଜୟପାଟଣା ପୋଲିସ ଥାନା କେଶ ନମ୍ବର ୨୧୫/୨୦୧୩ ଜରିଆରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଜଳନ୍ଧର କରକରା କୁ ଗିରଫକରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲା ର ଚୁଡାନ୍ତ ଶୁଣାଣୀ କରି ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ପାରିପାର୍ଶିକ ପରିସ୍ଥିତିକୁ ବିଚାରକୁ ନେଇ ଆଜି ମାନ୍ୟବର ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବନ୍ଦନା କର, ଅଭିଯୁକ୍ତ ସ୍ଵାମୀ ଜଳନ୍ଧର କରକରା କୁ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୦୪(ଖ) ରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ, ଧାରା ୪୯୮(କ) ପାଇଁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡାଦେଶ ସହ ଧାରା ୪ ଯୌତୁକ ନିରୋଧ ଆଇନ ବଳରେ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡାଦେଶ ପାଇଁ ରାୟ ପ୍ରକାଶ କରିଛନ୍ତି ।

ଜୋରିମାନା ରାଶି ଅନାଦେୟ ସ୍ଥଳେ ଅତିରିକ୍ତ ଛଅ ମାସ କାରାଦଣ୍ଡ ପାଇଁ ଆଦେଶ ପ୍ରଦାନ କରିଛନ୍ତି।ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ମାମଲା ପରିଚାଳନା କରିଥିଲେ।

Related Post

ଆଉଟ ସୋରସିଂ କର୍ମଚାରୀ ମହାସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା

Posted by - November 22, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସ୍ଥାୟୀ ନିଯୁକ୍ତି ଦାବିରେ ଓଡିଶା ସରକାରୀ ଆଉଟ ସୋରସିଂ କର୍ମଚାରୀ ମହାସଂଘ ପକ୍ଷରୁ ଚାଲିଥିବା କଳାବ୍ୟାଚ ପରିଧାନ ପରେ ଆସନ୍ତା 26…

ବୌଦ୍ଧରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ

Posted by - November 11, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ଜିଲ୍ଲାର ସମସ୍ତ ଶିକ୍ଷାଅନୁଷ୍ଠାନ ଓ ବିଭାଗୀୟ କାର୍ଯ୍ୟାଳୟ ମାନଙ୍କରେ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡଃ.ଉଦୟନାଥ…

ନୂତନ ଥାନା ଅଧିକାରୀ ଙ୍କୁ ଅଭିନନ୍ଦନ ଜଣାଇଲେ ସାମାଜିକ ସଂଗଠନ

Posted by - August 19, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲୀକ୍)ଓଡ଼ିଶାର ର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ୟୁଥ ଫୋର ଆକ୍ସନ ବାଲେଶ୍ୱର ଜିଲ୍ଲା ପରିବାର ତରଫରୁ ଆଜି ସକାଳେ ବାଲିଆପାଳ ଥାନା ଅଧିକାରୀ ଭାବେ ନୂତନ…

ଦେଦର୍ହ ୨୯ ତମ ମହାଲକ୍ଷ୍ମୀ ପୂଜା ପାଇଁ ନୂତନ କମିଟି ଗଠିତ

Posted by - October 13, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା)  ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତ ଦେଦର୍ହ ଗାଁ ର ୨୯ ତମ ମହାଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…