Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନର ଅଭିନବ ପ୍ରୟାସ, ଶ୍ରୀକ୍ଷେତ୍ର ଯାତ୍ରା କଲେ ୪୨ଜଣ ବରିଷ୍ଠ ନାଗରିକ

371 0

ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନର ଅଭିନବ ପ୍ରୟାସ। ବରିଷ୍ଠ ନାଗରିକମାନଙ୍କୁ ଶ୍ରୀକ୍ଷେତ୍ର ଭ୍ରମଣ କରାଇବାର ସଂକଳ୍ପ। ଆଜି ପ୍ରଥମ ପର୍ଯ୍ୟାୟରେ ୪୨ଜଣ ବୃଦ୍ଧ ତଥା ବରିଷ୍ଠ ନାଗରିକଙ୍କୁ ଏକାଠି କରି ଏକ ସ୍ୱତନ୍ତ୍ର ବସ ଯୋଗେ ପୁରୀ ପଠାଇବାର ବନ୍ଦୋବସ୍ତ କରିଛି ଏହି ଫାଉଣ୍ଡେସନ। ତୀର୍ଥଯାତ୍ରା ଅଭିମୁଖେ ବାହାରିଥିବା ଏହି ବସକୁ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ। ବରିଷ୍ଠ ନାଗରିକମାନେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ସେଠାରେ ମହାପ୍ରସାଦ ସେବନ କରିବାର ବ୍ୟବସ୍ଥା କରାଯାଇଛି।

ନିର୍ବାଚନମଣ୍ଡଳୀର ବଡ଼କାଏମା, ଅଭୟପୁର ଓ ଭାବନୀପୁର ପଞ୍ଚାୟତର ୬୦ବର୍ଷରୁ ଉର୍ଦ୍ଧ୍ବ ୪୨ଜଣ ବରିଷ୍ଠ ନାଗରିକ ଏହି ତୀର୍ଥ ଯାତ୍ରରେ ଯାଇଛନ୍ତି। ପର୍ଯ୍ୟାୟକ୍ରମେ ନିର୍ବାଚନମଣ୍ଡଳୀର ଅନ୍ୟ ପଞ୍ଚାୟତର ବରିଷ୍ଠ ନାଗରିକମାନଙ୍କୁ ଏହି ଯାତ୍ରରେ ସାମିଲ କରାଯିବ ବୋଲି ବିଧାୟକ ଏହି ଅବସରରେ ସୂଚନା ଦେଇଛନ୍ତି। ପୁରୀ ଅଭିମୁଖେ ବାହାରିଥିବା ଯାତ୍ରୀମାନେ ଖୁସି ପ୍ରକଟ କରିବା ସହ ଫାଉଣ୍ଡେସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଯୋଗଦେଇ ତୀର୍ଥଯାତ୍ରୀଙ୍କୁ ସ୍ୱାଗତ କରିଥିଲେ।

Related Post

ଭାରତୀୟ ଜନ ଔଷଧି ପରିଯୋଜନା ପକ୍ଷରୁ ଆୟୋଜିତ ହେଲା ସଚେତନତା ଶୋଭାଯାତ୍ରା

Posted by - March 1, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)କେନ୍ଦ୍ର ସରକାରଙ୍କ ଦ୍ୱାରା ଗରିବ ଜନସାଧାରଣଙ୍କ ହିତ ଉଦେଶ୍ୟରେ ଦେଶରେ ଭାରତୀୟ ଜନଓøଷଧି ପରିୟୋଜନା ମାଧ୍ୟମରେ ଶସ୍ତା ଦରରେ ଉଚ୍ଚମାନର ଓøଷଧ ଯୋଗାଇ ଦିଆଯାଉଅଛି…

ଆଜି ଅନୁଗୁଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ:ପଜିଟିିଭ ସଂଖ୍ୟା ପହଞ୍ଚିଲା ୫୪୮ ରେ

Posted by - August 18, 2020 0
ଅନୁଗୁଳ:(ମହେଶ ଭୋମରାଜ)ଆଜି ଅନୁଗୁଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ମଧ୍ୟରେ ବନରପାଳ ବ୍ଲକ ଅଞ୍ଚଳରୁ ୪ ଜଣ, ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୩…

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ତେଲନଦୀ ବ୍ରିଜରେ ଟ୍ରକ ଦୁର୍ଘଟଣାଗ୍ରସ୍ତ

Posted by - January 8, 2022 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ତେଲନଦୀ ବ୍ରିଜରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ଝୁଲନ୍ତା ଅବସ୍ଥାରେ ରହିଛି । ଗତକାଲି ବିଳମ୍ବିତ ରାତିରେ ଏକ…

ଦ୍ୱିତୀୟ ସଂଧ୍ୟାରେ ଯାଜପୁର ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ ତମ ବର୍ଷ ପୂର୍ତି ଉତ୍ସବ

Posted by - January 7, 2020 0
ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁଯାଜପୁର ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ ତମ ବର୍ଷ ପୂର୍ତି ଉତ୍ସବ ମହାସମାରୋହରେ ଜାରି ରହିଛି । ମହୋତ୍ସବର…

ଖପ୍ରାଖୋଲ ରେ ବ୍ଲକ ସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର,ଆଠ ଶହ ଚାଳିଶି ରୋଗୀ ଚିକିତ୍ସିତ

Posted by - April 21, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁଷ ମାନ ଭାରତ ବ୍ଲକ ସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି।…

Leave a comment

Your email address will not be published.