ବୌଦ୍ଧ (ଚିତ୍ତରଞ୍ଜନ ସିଂ )ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ସରକାର ଙ୍କ ଯୋଜନା ଆଜି ସରକାରୀ ଡାକ୍ତର ଖାନରେ ଫେଲ ମାରିଛି!ବୌଦ୍ଧ ଜିଲ୍ଲା ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜୈନିକ ମହିଳା ଙ୍କ ଗର୍ଭଯନ୍ତ୍ରଣା ର ଚିକିତ୍ସା ପାଇଁ ଖୋଦ ଡାକ୍ତର ମେଡିକାଲ ଲେବରରୁମ କର୍ମଚାରୀଙ୍କ ଦ୍ୱାରା ଲାଞ୍ଚ ମାଗୁଥିବା ନେଇ ମହିଳା ଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି l
ସୂଚନା ମୁତାବକ ହରାଭଙ୍ଗା ବ୍ଲକ ଆଡ଼େନିଗଡ଼ ଗ୍ରାମର ଆନନ୍ଦ ବେହେରା ଙ୍କ ସ୍ତ୍ରୀ ଅଞ୍ଜଳି ନାୟକ ଆକିକୁ 3ମାସ ରୁ ଉର୍ଦ୍ଧ ହେଲା ଗର୍ଭବର୍ତ୍ତୀ ଥିଲେ l ହଠାତ ବୁଧବାର ସକାଳୁ ଅଞ୍ଜଳି ଙ୍କ ଗର୍ଭଯନ୍ତ୍ରଣା ସହ ରକ୍ତ ସ୍ରାବ ହେବାରୁ ସ୍ତ୍ରୀ ଙ୍କୁ ଗୁରୁତର ଅବସ୍ଥାରେ ସ୍ୱାମୀ ଆନନ୍ଦ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଚିକିତ୍ସା ପାଇଁ ମେଡିକାଲ ରେ ଭର୍ତି କରିଥିଲେ l ଏଠାରେ ଅଞ୍ଜଳି ଙ୍କୁ ଡାକ୍ତର ଆସି ପ୍ରାଥମିକ ଚିକିତ୍ସା ଯୋଗାଇଦେଇଥିଲେ lକିନ୍ତୁ ପରବର୍ତୀ ସମୟ ରେ ଅଞ୍ଜଳି ଙ୍କ ରକ୍ତ ସ୍ରାବ ବନ୍ଦ ହେବା ପରିବର୍ତ୍ତେ ରକ୍ତ ସ୍ରାବ ବଢ଼ି ଚାଲିଥିଲା l
ଗୋଟିଏ ପଟେ ରକ୍ତ ସ୍ରାବ ଓ ଅନ୍ୟପଟେ ଜନନୀ ଯନ୍ତ୍ରଣା ରେ ଛଟ ପଟ ହେଉଥିବା ସ୍ତ୍ରୀ ଙ୍କୁ ଦେଖି ସ୍ୱାମୀ ଆନନ୍ଦ ଡାକ୍ତର ଙ୍କୁ ଭେଟିବା ପାଇଁ ଡ଼କ୍ଟର ପ୍ରକୋଷ୍ଠ ରେ ଡାକ୍ତର ନଥିବା ଦେଖି ଖୋଜି ଖୋଜି ଲେବର ରୁମ କୁ ପହଁଚି ଥିଲେ l ଲେବର ରୁମ ରେ ଡାକ୍ତର ଙ୍କୁ ନପାଇ ଲେବର ରୁମ ରେ ଥିବା କର୍ମଚାରୀ ଙ୍କୁ ଡାକ୍ତର ଙ୍କ ସମ୍ପର୍କ ରେ ପଚାରିଥିଲେ l ମହିଳା ସଫେଇ କର୍ମଚାରୀ ଜଣକ ଡ଼lକ୍ଟର ନଥିବା କହି ଫୋନ ମାଧ୍ୟମରେ ଡାକ୍ତର ଚିନ୍ମୟ ମିଶ୍ର ଙ୍କୁ ଯୋଗାଯୋଗ କରିଥିଲେ ପରେ ମହିଳା ସଫେଇ କର୍ମଚାରୀ ଜଣଙ୍କ ଆନନ୍ଦ ଙ୍କୁ ଆସି କହିଲେ ସ୍ତ୍ରୀ ର ଅବସ୍ଥା ଗୁରୁତର ଥିବା ଏବଂ ଏହାର ସମ୍ପୂର୍ଣ ଚିକିତ୍ସା ପାଇଁ 2000 ଟଙ୍କା ଡାକ୍ତର ଙ୍କୁ ଦେଲେ ଡାକ୍ତର ଚିକିତ୍ସା କରିବେ ବୋଲି ରୋଗୀର ସ୍ୱାମୀ ଙ୍କୁ ମହିଳା ସଫେଇ କର୍ମଚାରୀ ଜଣାଇଥିଲେ l କିନ୍ତୁ ଆନନ୍ଦ ଡାକ୍ତର ଙ୍କୁ ପାଉଣା ଦେବାରେ ସକ୍ଷମ ନଥିବାରୁ ସ୍ତ୍ରୀ ମାଗଣା ଚିକିତ୍ସା ପାଇଁ ନିବେଦନ କରିଥିଲେ l
ଡାକ୍ତର ପାଉଣା ନପାଇବାରୁ ସ୍ତ୍ରୀ ର ଚିକିତ୍ସା ପାଇଁ ରୋକ ଠୋକ ମନା କରିଦେଇଥିଲେ l ଏପଟେ ସ୍ତ୍ରୀ ର ଯନ୍ତ୍ରଣା ଦେଖି ସ୍ୱାମୀ ବିଚଳିତ ହୋଇ ଗଣମାଧ୍ୟମର ସାହାଯ୍ୟ ଲୋଡି ଥିଲେ l ଆମେ ସେଠାରେ ପହଂଚିବା ପରେ ଆନନ୍ଦ ଡାକ୍ତର ଖାନା ରେ ହେଉଥିବା ଅବ୍ୟବ୍ୟସ୍ତା ଓ ଲାଞ୍ଚ କାରବାର ସମ୍ପର୍କ ରେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ l ଗଣମାଧ୍ୟମ ଙ୍କ ହସ୍ତକ୍ଷେପ ପରେ ସଙ୍ଗେ ସଙ୍ଗେ ଜନନୀ ସୁରକ୍ଷା ଗାଡି ରେ ତରବରିଆ ଭାବେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦେଇଥିଲେ l ଆମେ ଏସମ୍ପର୍କ ରେ ସମ୍ପୃକ୍ତ ଡାକ୍ତର ମିଶ୍ର ଙ୍କୁପଚାରିବାରୁ ଲାଞ୍ଚ କଥା କୁ ପ୍ରତ୍ୟାଖାନ କରିଥିଲେ ମଧ୍ୟ ଉକ୍ତ ସଫେଇ ମହିଳା କର୍ମଚାରୀ ଙ୍କୁ କୌଣସି ଜବାବତଲବ କରିନଥିଲେ l
ଅନ୍ୟପଟେ ଉକ୍ତ ଘଟଣା କୁ ନେଇ ବୌଦ୍ଧ ସି ଡି ଏମ ଓ ଜୟକୃଷ୍ଣ ମିଶ୍ର ଙ୍କୁ ପଚାରିବାରୁ ଆମ ପାଖରେ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ, କେବଳ ଗଣମାଧ୍ୟମ ନିକଟରୁ ଖବରପାଇଛୁ ଘଟଣା ର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି l ଏପଟେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଓ କର୍ମଚାରୀ ଙ୍କ ଭିତିରି ବୁଝାମୁଣା ରେ ବହୁ ନିରୀହ ରୋଗୀ ହଇରାଣ ହରକତ ହେଉଥିବା ବେଳେ ଏଭଳି ଘଟଣା କୁ ନେଇ ବୁଦ୍ଧିଜୀବୀ ଓ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି l ଏଥିପ୍ରତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି ସାଧାରଣ ରେ ଦାବି ହେଉଛି!