୬କ୍ଵିଣ୍ଟାଲ ୬୦କେଜି ଗଞ୍ଜେଇ ଜବତ କଲା କଣ୍ଟାମାଳ ପୋଲିସ

30 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ ଚଢ଼ାଉ କରି ୬କ୍ଵିଣ୍ଟାଲ ୬୦କେଜି ଗଞ୍ଜେଇ ଜବତ କରିଥିବା ଜଣା ପଡ଼ିଛି | ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ଏସ ପି ରାଜ ପ୍ରସାଦ ଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟାମାଳ ଥାନା ଅଧିକାରୀ ନଳିନୀକାନ୍ତ ଦାସ ଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଖଲିଆପାଲି ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରେ ଚଢ଼ାଉ କରି ଥିଲେ |

ଗାଡ଼ିରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପୋଲିସ୍ ମାଡ଼ି ବସିଥିଲା | ପୋଲିସ କୁ ଦେଖି ମାଫିଆ ମାନେ ଘଟଣା ସ୍ଥଳରୁ ଫେରାର ମାରିଥିଲେ | ସେମାନଙ୍କ ନିକଟରୁ ପୋଲିସ ୬କ୍ଵିଣ୍ଟାଲ ୬୦କେଜି ଗଞ୍ଜେଇ ଜବତ କରିଛି | ଏ ସମ୍ପର୍କରେ କଣ୍ଟାମାଳ ଥାନାରେ ୯୧/୨୩ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ଥିବା ବେଳେ ଗଞ୍ଜେଇ ମାଫିଆ ଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଜଣା ପଡ଼ିଛି |

ଅନ୍ୟପଟେ ଚଳିତ ବର୍ଷ ଜାନୁଆରୀ ବର୍ତ୍ତମାନ ସୁଦ୍ଧା ୮୮ କ୍ଵିଣ୍ଟାଲ ୭କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ୧୮ ଗୋଟି ଗଞ୍ଜେଇ ମାମଲା ପଞ୍ଜୀକୃତ ହୋଇଥିବା ଥାନା ଅଧିକାରୀ ଶ୍ରୀ ନଳିନୀକାନ୍ତ ଦାସ ସୂଚନା ଦେଇଛନ୍ତି |

Related Post

ରକ୍ସା ନିର୍ବାଚନୀ ପରବର୍ତୀ ହିଂସା -ଗୁଳି ଓ ବୋମାମାଡ଼ ଘଟଣା: ୬ ଅଭିଯୁକ୍ତ କୋର୍ଟ ଚାଲାଣ

Posted by - March 1, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ରକ୍ସା (ଦହ୍ୟା) ପଂଚାୟତ ନିର୍ବାଚନୀ ପରବର୍ତୀ ହିଂସା- ଗୁଳି ଓ ବୋମା ମାଡ଼ ଘଟଣା ରେ ଆଜି ପୁଲିସ…

ପ୍ରେମ ନିବେଦନ କରି ବିଫଳ ପରେ ଅପହରଣ ଓ ଦୁଷ୍କର୍ମ 

Posted by - December 12, 2019 2
ମୟୂରଭଞ୍ଜ:ନାବାଳିକାଙ୍କୁ ପ୍ରେମ ନିବେଦନ ପରେ ବିଫଳ ହୋଇ ଅପହରଣ ସହ ଦୁଷ୍କର୍ମ। ଶେଷରେ ଗର୍ଭପାତ କରାଇ ଧରାପଡ଼ି ପୋଲିସ ହାତରେ ଗିରଫ ହେଲା ଅପହରଣକାରୀ। ଏଭଳି ଏକ…

ଡ଼କାୟତି ଘଟଣାରେ ଦୁଇ ଗିରଫ; ଲୁଟ୍ ସାମଗ୍ରୀ ଜବତ

Posted by - September 6, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ଗତ ଦୁଇ ତାରିଖରେ ବେଲଗୁଣ୍ଠା ବ୍ଳକ୍ ଗୋବରା ନିକଟରେ ହୋଇଥିବା ଏକ ଡ଼କାୟତି ଘଟଣାର ତଦନ୍ତ କରି ଆଜି ଗାଙ୍ଗପୁର ପୋଲିସ୍ ଦୁଇ…

ସଂରକ୍ଷିତ ଜଙ୍ଗଲରୁ ବ୍ୟାପକ ଗଞ୍ଜେଇ ଗଛ ଜବତ କଲା ଛେଣ୍ଡିପଦା ପୋଲିସ

Posted by - November 2, 2019 0
ଅନୁଗୋଳ:(ମହେଶ ଭୋମରାଜ)ଜିଲା ଛେଣ୍ଡିପଦା ଥାନା କଣଲୋଇ ପଞ୍ଚାୟତ କର୍ଣ୍ଣପାଳ କଦମଘାଟ ନିକଟରେ ଶୁକ୍ରବାର ବନବିଭାଗ ଓ ଛେଣ୍ଡିପଦା ପୋଲିସ ମିଳିତ ଚଢ଼ାଉ କରି ବ୍ୟାପକ ଗଞ୍ଜେଇ ଗଛ…