କଳାହାଣ୍ଡିରେ ପୋଷ୍ଟର ଲଗାଇ ଉପସ୍ଥିତି ଜାହିର କଲେ ମାଓବାଦୀ

43 0

ଭବାନୀପାଟଣା 🙁 ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରେ ପୋଷ୍ଟର ଲଗାଇ ମାଓବାଦୀ ମାନେ ସେମାନଙ୍କ ଉପସ୍ଥିତି ପୁଣି ଜାହିର କରିଛନ୍ତି l ମଦନପୁର ରାମପୁର ଥାନା ଅନ୍ତର୍ଗତ ମାଣିକେରା, ଡ଼ମ୍ବ କରଲାଖୁଣ୍ଟା ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ଲଗାଇଛନ୍ତି । ପୋଷ୍ଟରରେ କେକେବିଏନ ଡିଭିଜିନାଲ କମିଟି ଲେଖା ରହିଛି । ପୋଲିସ ଇନଫରମର କାମ କରନ୍ତୁ ନାହିଁ। ପୋଲିସ ଓ ଗୁଇନ୍ଦା ଅଫିସର ଭୟର ଚାପ ଓ ପ୍ରଲୋଭନରେ ପଡନ୍ତୁ ନାହିଁ। ଗାଁ ଗାଁ ରେ ଥିବା ପୋଲିସ ସୂଚନାଦାତାଙ୍କୁ ଚିହ୍ନଟ କରି ମାଓବାଦୀ ପାର୍ଟିକୁ ସୂଚନା ଦିଅନ୍ତୁ, ପାର୍ଟି ବିରୁଦ୍ଧରେ ଓ ପୋଲିସକୁ ସୂଚନା ଦେବା ପାଇଁ କହୁଥିବା ବ୍ୟକ୍ତି କୁ ବିରୋଧ କରିବା ପାଇଁ ଏହି ପୋଷ୍ଟରରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ଉପକଣ୍ଠ ରେ ଥିବା ଗୋଡ଼ଭଟା ଏବଂ ଲାଞ୍ଜିଗଡ଼ ବ୍ଲକର କାନ କୁଟରୁ ପଞ୍ଚାୟତରେ ମଧ୍ୟ ମାଓବାଦୀମାନେ ପୋଷ୍ଟର ଲଗାଇ ସେମାନଙ୍କ ଉପସ୍ଥିତି ଜାହିର କରିଥିଲେ l ଗତ ୯ତାରିଖ ଦିନ ଏମ୍ ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଜଙ୍ଗଲରେ ମାଓବାଦୀ ଓ ଯବାନ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଏସଆଇଡବ୍ଳୁ ର ଡିଏସପି ଗୁରୁତର ଆହତ ହୋଇଥିଲେ।

ଏହି ଘଟଣାପରେ ମାଓବାଦୀ ଦମନ ପାଇଁ ରାଜ୍ୟ ସ୍ତରୀୟ ଗୁଇନ୍ଦା ବିଭାଗ ଓ ପୋଲିସ ବିଭାଗର ଉଚ୍ଚ ସ୍ତରୀୟ ଅଧିକାରୀ ମାନେ କଳାହାଣ୍ଡି ଗସ୍ତରେ ଗୁରୁତ୍ୱପୂର୍ଣ ବୈଠକ କରିଥିଲେ l ଯାହାକୁ ନେଇ ମାଓବାଦୀ ମାନେ କଳାହାଣ୍ଡିରେ ସେମାନଙ୍କ ଉପସ୍ଥିତି ଜାହିର କରିବାପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଉଥିବା ଚର୍ଚ୍ଚା ହେଉଛି l ଅପରପକ୍ଷେ ଟାପ ରାଙ୍ଗ ଅଂଚଳବାସୀ ଉଭୟ ପୋଲିସ ଓ ମାଓବାଦୀଙ୍କ ଭୟରେ ଭୟଭୀତ ହୋଇ ରହିଛନ୍ତି l ଖବର ଲେଖାହେବାଯାଏ ପୋଲିସ ପୋଷ୍ଟର ଲାଗିଥିବା ଟାପରାଙ୍ଗ ଅଞ୍ଚଳରେ ପହଂଚି ନଥିବା ଜଣା ଯାଇଛି l

Related Post

ସୋସିଆଲ ମିଡିଆରେ କରୋନା ଗୁଜବ ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ଯୁବକ

Posted by - March 19, 2020 0
ତାଳଚେର:(ମହେଶ ଭୋମରାଜ)ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ କରୋନା ଗୁଜବ । ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ତାଲଚେରର ଜଣେ ଯୁବକ । ସୂଚନା…

ଗୋଷ୍ଠୀ ସଂଘର୍ଷ ସମୟରେ ପେଲି ଦେବା ଫଳରେ ମୃତ୍ୟୁ

Posted by - March 7, 2021 0
କଳାହାଣ୍ଡି:(ମହମ୍ମଦ ଅଗାଜାନ)ବେଙ୍ଗାଳୁରୁ କୁ ଦାଦନ ଖଟିଯାଇଥିବାବେଳେ  ଗ୍ରାମ ର ସାଧୁରାମ ନାଏକ ଙ୍କୁ ସେହିଗ୍ରାମ ର ରାଜକୁମାର ଥାପା ଗୋଷ୍ଠୀ ସଂଘର୍ଷ ସମୟରେ ପେଲିଦେବା ଫଳରେ ମୃତ୍ୟୁ…

ନୂଆପଡ଼ା ଗସ୍ତରେ ଅସିତ୍ ତ୍ରିପାଠୀ, ଖଡିଆଳଠାରେ ଟାଉନ୍ ହଲ୍ ଓ ଅଡିଟୋରିଅମର ଶିଳା ନ୍ୟାସ

Posted by - June 2, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଦୁଇ ଦିନିଆ ନୂଆପଡ଼ା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ…

୧୭୨ଟି ଗାଁ କୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କଲେ ଜିଲ୍ଲାପାଳ

Posted by - July 8, 2021 0
ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ କାୟମ…

ବିଜେପି ର ନିର୍ବାନଚୀ ରାଲି ଉପରେ ଆକ୍ରମଣ

Posted by - April 13, 2019 0
ଭୁବନେଶ୍ବର:୧୨/୦୪ ଭୁବନେଶ୍ୱର ୟୁନିଟ୍-୮ସ୍ଥିତ କ୍ଲବ ପାଖରେ ବିଜେପି ଶୁକ୍ରବାର ନିର୍ବାଚନୀ ରାଲି କରୁଥିବା ବେଳେ ଦଳର କର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରାଯାଇଛି।ଏଥି ସହିତ ସେମାନଙ୍କ…