ଭବାନୀପାଟଣା: (ନରେନ୍ଦ୍ର ନେଗୀ)ସ୍ଥାନୀୟ ଅମଲା ଭବନରେ ମିଳିତ ଅମଲା ମଞ୍ଚର ଏକ ଜିଲ୍ଲା ସ୍ତରୀୟ ଗୁରୁତ୍ୱପୂର୍ଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି l ଆଶୁତୋଷ ମିଶ୍ରଙ୍କ ଆହ୍ୱାନରେ ଅନୁଷ୍ଠିତ ଏହି ବୈଠକରେ ଜିତେନ୍ଦ୍ର କୁମାର ମୁଣ୍ଡ ଅଧ୍ୟକ୍ଷତା କରିଥିଲେ l ଓଡିଶା ଅମଲା ସଙ୍ଘ କଳାହାଣ୍ଡି ଜିଲ୍ଲା ସଭାପତି ସୁକାନ୍ତ କୁମାର ମହାପାତ୍ର, ଟ୍ରେଜେରି ଅମଲା ସଂଘର ସଭାପତି ସମରେନ୍ଦ୍ର ପଣ୍ଡା, ସ୍ୱାସ୍ଥ୍ୟ ବିଭାଗର ବ୍ରଜ ବନ୍ଧୁ ମୁଣ୍ଡ ମଞ୍ଚାସିନ ଥିଲେ l ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲା ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ lକନିଷ୍ଠ ସହାୟକ ମାନଙ୍କ ମୂଳ ଦରମା ଲେବେଲ ୯ ଗ୍ରେଡ଼ ପେ ୪୨୦୦ କରିବାପାଇଁ ଉପସ୍ଥିତ ଅମଲା ମାନେ ମତବ୍ୟକ୍ତ କରିଥିଲେ l
ଅମଲା ସଂଘ ପକ୍ଷରୁ ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ଗତ ୧ ତାରିଖ ଦିନ ଏକ ଚରମ ଦାବିପତ୍ର ପ୍ରଦାନ କରାଯାଇଛି l ଆସନ୍ତା ୨୧ ତାରିଖ ସୁଦ୍ଧା ଅମଲା ସଂଘର ନ୍ୟାର୍ଯ୍ୟ ଦାବୀ ପୂରଣ ପାଇଁ ସରକାର ସକାରାତ୍ମକ ପଦକ୍ଷେପ ନ ନେଲେ ଆସନ୍ତା ୨୨ ତାରିଖ ଠାରୁ୩୧ ତାରିଖ ଯାଏ କଳା ବ୍ୟାଜ ପରିଧାନ କରିବା ପାଇଁ ସଂଘ ନିଷ୍ପତ୍ତି ନେଇଥିବା ବେଳେ ୩୧ ତାରିଖ ସୁଦ୍ଧା ଦାବୀ ପୂରଣ ନହେଲେ ଆସନ୍ତା ଜୁନ ୧ ତାରିଖରୁ ସମସ୍ତ ଅମଲା ସାମୁହିକ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆ ଯାଇଛି lଏହି ବୈଠକରେ ସମସ୍ତ ବ୍ଲକ ପାଇଁ ଅଧ୍ୟକ୍ଷ ଏବଂ ଆବାହକ ଚୟନ କରାଯାଇଥିଲା l ରାଜ କିଶୋର ସାହୁ, ଟଙ୍କଧର ସାହୁ, ମନୋରଞ୍ଜନ ଛତ୍ରପlଲ ପ୍ରମୁଖ ନିଜ ନିଜ ମତବ୍ୟକ୍ତ କରିଥିଲେ l ସୁଶାନ୍ତ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ l