ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟଲାଗଡ ବିଧାନସଭାର ବିଜୟ ମେହେର ଏବଂ ବିଶ୍ୱନାଥ ମିଶ୍ର ଦୁଇଜଣଙ୍କୁ ଦଳବିରୋଧୀ ଗତୀବିଧି କରୁଥିବାରୁ ରାଜ୍ୟ ନେତୃତ୍ଵ ବୃନ୍ଦଙ୍କ ନିର୍ଦ୍ଧେଶ କ୍ରମେ ଏହି ଦୁଇ ଜଣଙ୍କୁ ଆମ୍ ଆଦମୀ ଦଳରୁ ବହିସ୍କାର କରାଯାଇଛି । ଆମ୍ ଆଦମୀ ପାର୍ଟି ଦଳରେ ଥାଇକି ଦଳବିରୋଧୀ କାର୍ଯ୍ୟ କ୍ରମ କରୁଥିବା ବ୍ୟକ୍ତିଙ୍କ ପାଇଁ ଆମ୍ ଆଦମୀ ପାର୍ଟିରେ କୌଣସି ଜାଗା ନାହିଁ ବୋଲି ଆପ ପାର୍ଟି ବଲାଙ୍ଗୀର ଜିଲ୍ଲା ଆବାହକ ଆଶିଷ ପାଣ୍ଡେ ସୁଚନା ଦେଇଛନ୍ତି।
