Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଉପଖଣ୍ଡ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

47 0

କଳାହାଣ୍ଡି :(ନରେନ୍ଦ୍ର ନେଗୀ):ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଉପଖଣ୍ଡ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ପାଟଣାଗଡ ବ୍ଲକ ସଭାପତି ଅସ୍ତରତ୍ନ ବରିହା ଙ୍କ ସଭାତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇଥିଲେ l ସାଂସଦ ଶ୍ରୀ ବିଶି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l କିସ କୀଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଙ୍କ ଆହ୍ୱାନ କ୍ରମେ ଆସନ୍ତା ମଇ 17 ରେ ହେବାକୁ ଥିବା ଆର୍ଟ ଅଫ ଗିଭିଙ୍ଗ ଦିବସ ସମସ୍ତ ବ୍ଲକ ଓ ଜ଼ିଲ୍ଲା ମୁଖ୍ୟାଳୟ ରେ ପାଳନ କରିବାକୁ ସ୍ଥିର କରାଯାଇଛି l

ନକଲି ଆଦିବାସୀ ସମସ୍ୟା, ଆଦିବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସମସ୍ୟା , ଶିକ୍ଷା ଅଧିକାର ଆଇନ ଅନୁସାରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ଗୁଣାତ୍ମକ ଶିକ୍ଷା ପ୍ରଦାନ, ଆଦିବାସୀ ମହିଳା ସ୍ୱୟଂ ସହାୟକ ଦଳ ଗୁଡିକୁ ପାଞ୍ଚ ଲକ୍ଷ ସରକାରୀ ଋଣ ଯୋଜନାରେ ପଚାଶ ପ୍ରତିଶତ ରିହାତି ପ୍ରଦାନ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ଆଦିବାସୀ ମାନଙ୍କ ଅର୍ଥନୈତିକ ବିକାଶ, ପ୍ରତ୍ୟେକ ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରତ୍ୟେକ ଆଦିବାସୀ ଙ୍କୁ ଆବାସ ପ୍ରଦାନ, ଆଦିବାସୀ ଇଲାକାରେ ନେଟୱାର୍କ ସ୍ଥାପନ, ପାଟଣାଗଡ ରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା, ଓଡିଶା ର ୬୨ ପ୍ରକାର ଆଦିବାସୀ ସମ୍ପ୍ରଦାୟ ତଥା ରାଜ୍ୟ ର ୧ କୋଟି ଆଦିବାସୀ (ଜନସଂଖ୍ୟା )ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ୱର ରେ ରାଜ୍ୟ ସ୍ତରୀୟ ଆଦିବାସୀ କଲ୍ୟାଣ ମଣ୍ଡପ ପ୍ରତିଷ୍ଠା, ପ୍ରତି ଜ଼ିଲ୍ଲା ରେ ଆଦିବାସୀ କଲ୍ୟାଣ ଭବନ ନିର୍ମାଣ, ଆଦିବାସୀ ଧର୍ମପୀଠ, ପୂଜାସ୍ଥଳୀ ର ସୁରକ୍ଷା, ରକ୍ଷଣା ବେକ୍ଷଣା ମରାମତି, ଜ଼ିଲ୍ଲା ର ୩୫ ଟି ଆଦିବାସୀ କନ୍ୟାଶ୍ରମ, ଆଶ୍ରମ, ସେବlଶ୍ରମ ଗୁଡିକୁ ଦ୍ୱାଦଶ ପର୍ଯ୍ୟନ୍ତ ଅପ ଗ୍ରେଡ଼ କରିବା, ଦ୍ୱାଦଶ ପର୍ଯ୍ୟନ୍ତ ଥିବା ମାଲପଡା, ଚୂଡ଼ାପାଲି, ରାମଚନ୍ଦ୍ର ପୁର, ରାମପୁର ସେବଶ୍ରମ କୁ ପୋଷ୍ଟ ଗ୍ରାଜୁଏଟ ପର୍ଯ୍ୟନ୍ତ ଆର୍ଟ୍ସ, ସାଇନ୍ସ, କମର୍ଶ କୋର୍ସ ଷ୍ଟ୍ରିମ ଅନୁମୋଦନ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପଦକ୍ଷେପ ନେବାକୁ ପ୍ରସ୍ତାବ ଆଲୋଚନା କରାଯାଇଥିଲା l

ଆଦିବାସୀ ମାନଙ୍କ ପ୍ରତି କେନ୍ଦ୍ର ସରକାର ଙ୍କ ଅବହେଳା, ଉପେକ୍ଷା, ପlତରଅନ୍ତର ନୀତି କୁ ନିନ୍ଦା କରାଯାଇଥିଲା l ଆଦିବାସୀ ମାନଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା ଜନିତ ଦାବୀ ଗୁଡିକ ପୂରଣ ନ ହେଲେ ଏକ ମାସ ପରେ ଆଦିବାସୀ ଆନ୍ଦୋଳନ ଭାୟାବହ କରାଯିବ ବୋଲି ବୈଠକ ରେ ସ୍ଥିର କରାଯାଇଥିଲା l ବୈଠକ ରେ ଅଷ୍ଟରତ୍ନ ବରିହା, ନଗର ସଭାପତି ଚନ୍ଦ୍ରମଣି ଶବର, ଭୁବନେଶ୍ୱର କୁଅଁର, ବସନ୍ତ ମାଝୀ, ସାରଥୀ ବାଗ, ଟିକେଶ୍ୱର ଧରୁଆ, ନାରୀ ନେତ୍ରୀ ଲକ୍ଷ୍ମୀ ଶବର, ସତ୍ୟଭାମା ମାଝୀ, ଘନ ଭୋଇ, ଲେକୃ ଧରୁଆ, ଚନ୍ଦ୍ରଶେଖର ବରିହା, ଜଗ ଜୀବନ ଭୋଇ, ଧୂବଳେଶ୍ୱର ଭୋଇ, ଜଳଧର ଧରୁଆ, ହୃଷିକେଶ ଭୋଇ, ଝସକେତନ ଧରୁଆ,ଧରମ ସିଂ ଧରୁଆ, ଗୌରାଙ୍ଗ ବରିହା, ଡମ୍ବରୁଧର ଧରୁଆ, ମିନିକେତନ ମାଝୀ, ଟିକେଶ୍ୱର ମିର୍ଧା,ଲଳିତ ମଲ୍ଲିକ, ଦୁର୍ୟୋଧନ ବର୍ଗେ,ସହିତ ସମସ୍ତ ଆଦିବାସୀ ନେତା କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ l

Related Post

ବିଜୁ ଏକ୍ସପ୍ରେସ ୱେ ରୋଲର ବଦଳରେ ଲୁହା ପ୍ଲେଟ କରୁଛି ପିଚୁ ରାସ୍ତା ମରାମତି

Posted by - November 1, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଗମନାଗମନ ର ସୁବିଧା ପାଇଁ ସରକାର ବ୍ୟାପକ ଯୋଜନା କରି ବହୁକୋଟି ଟଙ୍କା ବ୍ୟୟ କରୁଥିଲେ ହେଁ କିଛି ଅସାଧୁ ଠିକାଦାର ଙ୍କ ଲାଭଖୋର…

ଗଜରାଜ ଆକ୍ରମଣରେ ବୃଦ୍ଧ ମୃତ  ମୟୁରଭଞ୍ଜ 

Posted by - October 2, 2019 0
ପୁଣି ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ।ବଢ଼ିବାରେ ଲାଗିଛି ହାତୀ ଆକ୍ରମଣରେ ମୃତ୍ୟୁ ଭଳି ଘଟଣା। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର ମୋରଡା ବ୍ଲକ ଅଞ୍ଚଳରେ ପୁଣି ପଶିଛନ୍ତି…

ପାଟକୁରା ନିର୍ବାଚନ :ବିଜେଡିର ବାଜିମାତ,ବିଜୟ ମହାପାତ୍ର ଏବେ କରିବେ କଣ?

Posted by - July 25, 2019 0
ଭୁବନେଶ୍ୱର :ପ୍ରଶ୍ନ ଉଠୁଛି ବିଜୟ କରିବେ କଣ । କଣ ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଲାଗିଯିବ । କଣ ବିଜୟ ମହାପାତ୍ର ରାଜନୀତିରୁ…

ଭିଜିଲାନ୍ସ ଦ୍ବାରା ଗିରଫ ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ଚେର ଲମ୍ବିଛି ବହୁ ଦୂରକୁ

Posted by - November 29, 2020 0
ଭୁବନେଶ୍ବର :ବହୁକୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ଚେର ଗଞ୍ଜାମକୁ ଲମ୍ବିଛି। ଅଭୟକାନ୍ତ ଏବଂ ତାଙ୍କ ପୁଅ…

ଟିକେଟ୍ ପାଇଁ ନବୀନ ନିବାସ ସମ୍ମୁଖରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

Posted by - March 26, 2019 0
ଭୁବନେଶ୍ବର ୨୬|୩ :ଗତ କିଛି ଦିନ ହେଲା ନବୀନ ନିବାସ ସମ୍ମୁଖରେ ଆଶାୟୀମାନେ ଭିଡ ଜମାଇଥିଲେ । ଟିକେଟ୍ ପାଇଁ ଆଶାରେ ଆସୁଥିଲେ ଆଶାୟୀମାନେ । ମାତ୍ର…