ଟିଟିଲାଗଡ:୧୧/୦୫(ସଞ୍ଜୟ କୁମାର ନାୟକ)ଗୁରୁବାର ସକାଳ ପାଖାପାଖି ନ ଟା ସମୟରେ ନ୍ୟୁ ମେଡିକାଲ ଦୋକାନର ମାଲିକ ନିଜ ଘରୁ ଦୋକାନକୁ ଆସୁଥିଲେ। ବ୍ୟାଙ୍କ ଛକ ଠାରେ ଥିବା ଗଣେଶ ମନ୍ଦିର ସମ୍ମୁଖରେ ବାଇକ ରଖି ଭଗବାନଙ୍କୁ ନମସ୍କାର କରୁଥିବା ବେଳେ ପଲ୍ସର ବାଇକରେ ଦୁଇ ଜଣ ଯୁବକ ତାଙ୍କ ବାଇକରୁ ଟଙ୍କା ଧରି ଚମ୍ପଟ ମାରିଛନ୍ତି। ପାଖାପାଖି ତିନି ଲକ୍ଷ ଟଙ୍କା ଥିଲା ବୋଲି ଉପସ୍ଥିତ ଲୋକେ କହୁଥିଲେ।
ତେବେ ବହୁତ ଦିନ ପରେ ପୁଣି ଥରେ ଏହି ପଲ୍ସାର ବାଇକ ଗେଙ୍ଗ ଲୁଟେରାଙ୍କ ଆଜିର ଏହି ଚୋରି ଘଟଣା ପରେ ଟିଟିଲାଗଡ଼ ବଣିକ ସଂଘ ଓ ସହରର ଅନ୍ୟାନ୍ୟ ସଙ୍ଘ ତରଫରୁ ଏହି ଗ୍ୟାଙ୍ଗକୁ ଧରିବାକୁ ପୋଲିସ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ସକାଳ ସମୟରେ ତିନି ଲକ୍ଷ ଝ।ମ୍ପି ନେଇ ପଳାଇବା ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ। ପରିତାପର ବିଷୟ ଯେ ଟିଟିଲାଗଡ଼ ପୌରପରିଷଦ ତରଫରୁ ସବୁ ସ୍ଥାନରେ ସିସିଟିଭି ଲଗାଇବାକୁ କୁହାଯାଇଥିବା ବେଳେ ତାହା କେବଳ କାଗଜପତ୍ରରେ ସୀମିତ ହୋଇ ରହିଛି, ତା ସାଙ୍ଗକୁ ପୋଲିସ ପ୍ରଶାସନକୁ ଏହି ଚୋରି କରିଥିବା ବାଇକ ଲୁଟେରାଙ୍କୁ ଧରିବାକୁ ସାଧାରଣରେ ଦାବି ହେଉଛି। ଚୋର ମାନଙ୍କ ଫୁଟେଜରୁ ଫଟୋ ଏବେ ମିଳିଛି।