ପୁରୀ ତା ୧୩/୭(ମନୋଜ କୁମାର ବଳିଆରସିଂ) ଓଡ଼ିଆ ସାହିତ୍ୟରେ ସତୁରି ଦଶକରେ ଆରମ୍ଭ ହୋଇଥିବା ଅନାମ ଆନ୍ଦୋଳନର ସୂତ୍ରଧର କବି କୁମାର ମହାନ୍ତି ଙ୍କ ପଞ୍ଚାଅସୀ ତମ ସ୍ଵ ନକ୍ଷତ୍ର ଦିବସ ସମାରୋହ ଭି.ଆଇ.ପି ରୋଡ ସ୍ଥିତ ଓଡ଼ିଶା ପୋଲିସ ଅଫିସର୍ସ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି I

ଏହି କାର୍ଯ୍ୟକ୍ରମ ଅବସରରେ ବିଶିଷ୍ଟ ସାହିତ୍ୟିକ ମାନେ ଯୋଗଦେଇ କବି କୁମାର ମହାନ୍ତି ଙ୍କର କାବ୍ୟ କୀର୍ତ୍ତି ଓ ଅନାମ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଥିଲେ I ଓଡ଼ିଆ କବିତା କୁ ସମକାଳୀନ ବାସ୍ତବତା ସହିତ ଯୋଡ଼ି ନାମହୀନ, ଶୀରୋନାମା ହୀନ ଏବଂ ଛନ୍ଦୋବଦ୍ଧ କବିତା ରଚନା କରିବା କୁ ଅନାମ ଆନ୍ଦୋଳନ ଗୁରୁତ୍ୱ ଦେଇ ଆସିଥିଲା I କାର୍ଯ୍ୟକ୍ରମର ଆବାହକ କବି ମନୁ ଦାଶ ସ୍ଵାଗତ ଭାଷଣ ଏବଂ ସୂଚନା ପ୍ରଦାନ କରିଥିଲେ I

ଏହି ଅବସରରେ ଅନାମ- ଚବିଶ ସଂଖ୍ୟା ଲୋକାର୍ପିତ ହୋଇଥିଲା I କାର୍ଯ୍ୟକ୍ରମ ରେ ନାରାୟଣ ପ୍ରସାଦ ସିଂହ,ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ଡକ୍ଟର ଦିଲୀପ କୁମାର ସ୍ଵାଇଁ, ନେତ୍ରାନନ୍ଦ ସାମନ୍ତରାୟ, ରାଜକୁମାର ମହାନ୍ତି ,ଦେବୀପ୍ରସନ୍ନ ନନ୍ଦ, ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ଅଜୟ ପ୍ରଧାନ, କୃଷ୍ଣ ନାୟକ, ଶଙ୍କର ନାରାୟଣ ମଲ୍ଲିକ, ରୂପକଳ୍ପ ମିଶ୍ର, ଉମାକାନ୍ତ ମହାପାତ୍ର, ଚିନ୍ମୟ ବିବେକ, ବିପିନ ବିହାରୀ ଦଳାଇ, ପବିତ୍ର ମୋହନ ଦାଶ, ସନ୍ନ୍ୟାସୀ ନାୟକ, ରୁନୁ ମହାନ୍ତି, କାମଦେବ ମହାରଣା, ବିଚିତ୍ରା ଦାଶ, ସୌମ୍ୟରଞ୍ଜନ ମଲ୍ଲିକ,ରାଜେଶ କୁମାର ମହାନ୍ତି ଓ ରୁପେଶ କୁମାର ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ I କବି ଶ୍ୟାମ ପ୍ରକାଶ ସେନାପତି କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ I