ମୁନିଗୁଡା:(ରମାକାନ୍ତ ପୋଡାଳ )ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସବୁ ଦଳ ଭଳି ପୁରାତନ ଦଳ କଂଗ୍ରେସ ତାର ମୁଳଦୁଆକୁ ସୁଦୃଢ କରିବା ପାଇଁ ଏବେଠାରୁ ଅଣ୍ଟା ଭିଡିଥିବା ବେଳେ ଆଜି ରାୟଗଡା ଜିଲ୍ଲା ମୁନିଗୁଡା କମ୍ୟୁନିଟୀ ହଲ୍ ଠାରେ ମୁନିଗୁଡା ବ୍ଲକ୍ କଂଗ୍ରେସ ତରଫରୁ ସଭାପତି ନିଳାମ୍ବର ବିଭାରଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କିପରି କଂଗ୍ରେସ ତାର ପୂର୍ବାବସ୍ଥାକୁ ଫେରି ଆସିବା ସହ ଜୟଲାଭ କରିବ ସେଥିପାଇଁ ବ୍ଲକର ୧୭ଟି ପଞ୍ଚାୟତରେ ଆଜିଠାରୁ ଲୋକଙ୍କୁ ଏକଜୁଟ କରି ଶାସକ ଦଳର ମିଛ ପ୍ରତିଶ୍ରୁତି କୁ ପଦାକୁ ଆଣିବା ସହ ଦଳକୁ ସୁଦୃଢ କରିବା ପାଇଁ ନିସ୍ପତି ନିଆଗଲା । ଏହା ବ୍ୟତିତ ଦଳର ଜଣେ ବରିଷ୍ଟ ଜଣାଶୁଣା ନେତା ଚନ୍ଦ୍ରଶେଖର ବେହେରା ବିଗତ ଦିନରେ ବିଭିନ୍ନ ନିର୍ବାଚନସମୟରେ ଦଳ ବିରୋଧି କାର୍ଯ୍ୟ କରିଥିବାରୁ ତାଙ୍କୁ ୩ବର୍ଷ ଯାଏଁ ଦଳରୁ ନିଲମ୍ବନ କରିବା ପାଇଁ ନିଶ୍ପତି ନିଆ ଯାଇଥିଲା
ଜିଲ୍ଲା ସଭାପତୀ, ଓଡିଶା ପ୍ରଭାରୀ ଓ ସାଂସଦଙ୍କ ନିକଟକୁ ସୁପାରିଶ ପାଇଁ ପତ୍ର ପଠା ଯାଇଥିବା କହିଛନ୍ତି କଂଗ୍ରେସ ବ୍ଲକ ସଭାପତି ନିଳାମ୍ବର ବିଭାର । ଆଜିରଏହି ବୈଠକରେ ସାଂସଦଙ୍କ ପ୍ରତିନିଧି ମାନସ ରଞ୍ଜନ ବେହେରା, ଜିଲ୍ଲା ଉପ ସଭାପତି ପଞ୍ଚାନନ କରକରିଆ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ୱାଡାକା, ପୂର୍ବତନ ଜିଲ୍ଲା ସଭାପତି ଚନ୍ଦ୍ରଜିତ୍ ଯାଦବ, ରାମ ପ୍ରକାଶ କରକରିଆଙ୍କ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।