ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ

38 0

ସୁବର୍ଣ୍ଣପୁର ;(ଅଜିତ କୁମାର ପୁଜାହାରୀ)ଚଳିତ ବର୍ଷ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟତାରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଜରୁରୀକାଳୀନ ଶାଖା ଦ୍ଵାରା ଆହୂତ ଏହି ବୈଠକରେ ବିଭାଗୀୟ ଅଧିକାରୀ ଆନନ୍ଦ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ବୈଠକକୁ ସ୍ୱାଗତ କରି ପୂର୍ବ ପ୍ରସ୍ତୁତ କାର୍ଯ୍ୟ ଖସଡାକୁ ବୈଠକରେ ଉପସ୍ଥାପନା କରିଥିଲେ l ଜିଲ୍ଲାପାଳ ଶ୍ରୀ ଦାଶ କାର୍ଯ୍ୟ ଖସଡ଼ା ଅନୁସାରେ ପ୍ରତ୍ୟେକଟି ବିନ୍ଦୁ ଉପର ବିଷଦ ଭାବରେ ଆଲୋଚନା କରି ସମ୍ପୃକ୍ତ ବିଭାଗ ର ଅଧିକାରୀ ମାନଙ୍କ ମତାମତ ନେଇଥିଲେ I

ସେ ସମ୍ଭାବ୍ୟ ବନ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲ୍ଲାର ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସହଯୋଗ ରକ୍ଷା ପୂର୍ବକ କାର୍ଯ୍ୟ କରିବା ସହ ଜିଲ୍ଲାରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି l ବୈଠକରେ ବିଭିନ୍ନ ଅଧିକାରୀ ଆସନ୍ନ ବନ୍ୟା ମୁକାବିଲା ପାଇଁ କିପରି ପ୍ରସ୍ତୁତ ଅଛନ୍ତି ସେ ବିଷୟରେ ଗୃହକୁ ଅବଗତ କରାଇଥିଲେ l ଜିଲ୍ଲାର ବନ୍ୟା ପ୍ରବଣ ଅଞ୍ଚଳରେ ଅଗ୍ରୀମ ଶୁଖୁଲା ଖାଦ୍ୟ ତଥା ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏତଦ୍‌ବ୍ୟତୀତ ଜିଲ୍ଲାର ବିଭିନ୍ନ ବନ୍ୟା ସମ୍ବେଦନଶୀଳ ଅଂଚଳ ରେ ପାୱାର ବୋଟ ଏବଂ ଦେଶି ଡଙ୍ଗା ମହଜୁଦ ରଖିବା ପାଇଁ ଉପଜିଲ୍ଲାପାଳ ମାନଙ୍କୁ ଧ୍ୟାନ ଦେବା ପାଇଁ କୁହାଯାଇଛି ।

ଜିଲ୍ଲାରେ ଥିବା ୬ ଗୋଟି ବନ୍ୟା ଆଶ୍ରୟ ସ୍ଥଳୀ ଯେପରି ବନ୍ୟା ସମୟରେ ସମ୍ପୂର୍ଣ୍ଣ ଉପଯୋଗ ହୋଇପାରିବ ସେଥ୍‌ପାଇଁ ସେ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ,ଏବଂ ଆବଶ୍ୟକ ସ୍ଥଳେ ସ୍ଥାନୀୟ ସ୍କୁଲ ଗୃହ ଓ ୱେର ହାଉସ କୁ ଉପଯୋଗ କରାଯିବାକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଚାଲୁ ରଖିବା ସହିତ ସମସ୍ତ ବ୍ଲକ୍, ତହସିଲ, ଥାନା ସହ ଯୋଗାଯୋଗ ପୂର୍ବକ ସମ୍ପୂର୍ଣ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱାରୋପ କରାଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲା ପଶୁ ସମ୍ପଦ ଅଧିକାରୀଙ୍କୁ ବନ୍ୟା ପୂର୍ବରୁ ଆବଶ୍ୟକୀୟ ଔଷଧ ଏବଂ ଗୋଖାଦ୍ୟ ମହଜୁଦ ରଖୁବା ପାଇଁ କୁହାଯାଇଛି l

Related Post

ଲମ୍ବମରୀ ପଞ୍ଚାୟତବାସୀଙ୍କ ପକ୍ଷରୁ କଣ୍ଟାମାଳ ତହସିଲ ଘେରାଉ

Posted by - July 27, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତରେ ପ୍ରସ୍ତାବିତ R.I ଅଫିସ ଦପଲାକୁ ସ୍ଥାନାନ୍ତର ପ୍ରୟାସ ପ୍ରତିବାଦରେ ଆଜି ଲମ୍ବସରୀ ପଞ୍ଚାୟତ ସମେତ…

ଘାଟି ତଳକୁ ଖସିଲା ହିଟାଚି ମେସିନ୍ ବୋଝେଇ ଟ୍ରଲର, ଚାଳକ ଓ ମେସିନ୍ ଅପରେଟର ଗୁରୁତର

Posted by - June 13, 2020 0
କେନ୍ଦୁଝର :(ସୀତାରାମ ଦୀକ୍ଷିତ)ହରିଚନ୍ଦନପୁର, ନରଣପୁର ଠାରୁ ହରିଚନ୍ଦନପୁର ଭିଆଇପି ରାସ୍ତାର କୁଆଝରଣ ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସିଲା ହିଟାଚି ମେସିନ୍ ବୋଝେଇ ଟ୍ରଲର, ଚାଳକଙ୍କ ସହ…

ଟିଟିଲାଗଡ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବିପତ୍ର ପ୍ରଦାନ

Posted by - March 11, 2023 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ( ଏନ୍ ପି ଏସ) ପକ୍ଷରୁ ଶନିବାର ଅପରାହ୍ନରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ…

ମା ମାହେଶ୍ୱରୀ ଗୋ -ଶାଳା ଓ ଜରାଶ୍ରମ ରେ କର୍ମଶାଳା ବୈଠକ

Posted by - October 16, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତା ପାଲି ଠାରେ ଥିବା ବୌଦ୍ଧ ଜିଲ୍ଲା ର ଏକ ମାତ୍ର “ଗୋଶାଳା “ରେ ଆଜି ଗ୍ରାମ୍ୟବିକାଶ…

ରାୟଗଡ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ଉନ୍ନତି ପାଇଁ ସଂଘର୍ଷ ଜାରି ରଖିଛି ରାୟଗଡ ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ

Posted by - February 11, 2023 0
ରାୟଗଡ଼ା:(ଅର୍ଜୁନ ପଟ୍ଟନାୟକଙ୍କ ସହ ନରେନ୍ଦ୍ର ନେଗୀ) ରାୟଗଡ଼ା ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୩୫ କିଲୋମିଟର ଦୂରତ୍ୱ ରେ ଥିବା ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ସୀମାବର୍ତ୍ତି…