ବୌଦ୍ଧ :୧୧/୦୫ (ଚିତ୍ତ ରଞ୍ଜନ ସିଂ ) ସରକାର ଗରିବ ଅସହାୟ, ବାର୍ଦ୍ଧ୍ୟକ ବିଧବା ଭଳି ଅନେକ ଯୋଜନା ତିଆରି କରିଛନ୍ତି l କିନ୍ତୁ ବେଳେ ବେଳେ ଏହି ଯୋଜନା ଟି ପ୍ରକୃତ ହିତାଧିକାରୀ ଙ୍କ ପାଖରେ ପହଁଚି ପାରୁ ନାହିଁ l ଏଥିପାଇଁ ସରକାର ବିଭାଗର ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି l କିନ୍ତୁ ବିଭାଗୀୟ ଅଧିକାରୀ ବା ତଳିଆ କର୍ମଚାରୀ ଙ୍କ ଅବହେଳା ପାଇଁ ଏଭଳି ଯୋଗ୍ୟ ହିତାଧିକାରୀ ମାନେ ମଧ୍ୟ ସରକାର ଙ୍କ ସୁଫଳ ଯୋଜନା ରୁ ବଞ୍ଚିତ ରହୁଛନ୍ତି l ଏଭଳି ଘଟଣା ଦେଖିବାକୁ ମିଲିଛି ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ ଭଗମୁଣ୍ଡା ଗ୍ରାମର ଲକ୍ଷ୍ମୀ ମୁଣ୍ଡା ଙ୍କ ଜୀବନରେ l
ଲକ୍ଷ୍ମୀ ଙ୍କ ଅଭିଯୋଗ ଅନୁଯାଇ ସ୍ୱାମୀ 3ବର୍ଷ ତଳେ ରୋଗଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଥିଲେ l ପାଖରେ ଥିବା ଏକମାତ୍ର ଝିଅ କୁ କୌଣସି ମତେ ବିବାହ କରିଦେଲି l ଝିଅ ବିବାହ ପରଠୁ ବର୍ତମାନ ମୁ ଏକା, ଚାଉଳ 5 କେଜି ମାସକୁ ମିଳୁଥିବା ବେଳେ ସରକାର ଙ୍କ ଅନ୍ୟ କୌଣସି ସହାୟତା ନାହିଁ l ପତ୍ର ଖଲି ଆଣି କଷ୍ଟ ରେ ଚଳୁଥିବା ବେଳେ ମାସିକ ବିଧବା ଭତା ପାଇଁ ପଞ୍ଚାୟତ କତୃପକ୍ଷ ଙ୍କ ଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ିଛି l କିନ୍ତୁ କୌଣସି ଫଳ ନାହିଁ l ଫଳରେ ଦୌଡ଼ି ଦୌଡ଼ି ନିରାଶ ହେବାକୁ ପଡିଛି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l
ଏପରିକି ଉକ୍ତ ପଞ୍ଚାୟତ ରେ ଲକ୍ଷ୍ମୀ ବୋଲି ଏକା ନୁହଁନ୍ତି ବ୍ଲକର ଅନନ୍ୟ ପଞ୍ଚାୟତ ରେ ଆଜିବି କିଛି ଲୋକ ସରକାର ଙ୍କ ସୁଫଳ ଯୋଜନା ରୁ ବାଦ ପଡ଼ିଥିବା ନେଇ ସାଧାରଣ ରେ ଅଭିଯୋଗ ହେଉଛି l ଅନ୍ୟପଟେ ସବୁକିଛି ଠିକ ଥାଇ ମଧ୍ୟ ବ୍ୟାଙ୍କ ଖାତାକୁ ଭତା ଟଙ୍କା ନିୟମିତ ଆସୁନଥିବାରୁ ବହୁ ଅସହାୟ ବୃଦ୍ଧ ବୃଦ୍ଧା ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି l ତେଣୁ ବୃଦ୍ଧ ବୃଦ୍ଧା ମାନଙ୍କ ଭତା ଟଙ୍କା ବ୍ୟାଙ୍କ ସମସ୍ୟା ପାଇଁ ଅଟକି ରହୁଛି ତାଙ୍କୁ ପଞ୍ଚାୟତ ପିଇଓ ହାତକୁ ହାତ ଭତା ଟଙ୍କା ଯୋଗାଇ ଦେବାପାଇଁ ହିତାଧିକାରୀ ଙ୍କ ଭିତରେ ଦାବି ହେଉଛି l ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାସହ ପଞ୍ଚୟତ କର୍ମଚାରୀ ଙ୍କୁ ସଠିକ ତଦନ୍ତ କରି ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ଙ୍କୁ ଭତା ଯୋଜନା ରେ ସାମିଲ କରିବା ପାଇଁ ନିର୍ଦେଶ ଦେବା ଆବଶ୍ୟକତା ବୋଲି ବୁଦ୍ଧିଜୀବୀ ମହଲ ରେ ଦାବି ହେଉଛି l