ହରଭଙ୍ଗା ବ୍ଲକ ରେ ଫେଲ ମାରିଲା ପଥପ୍ରାନ୍ତ ବନି କରଣ ଯୋଜନା

51 0

ହରଭଙ୍ଗା:୧୦ /୦୫ (ଚିତ୍ତରଞ୍ଜନ ସିଂହ)”ସବୁଜ ସୁନ୍ଦର ବୌଦ୍ଧ ଆମର “ଏହି ଉକ୍ତି ଟି କେବଳ ଲୋକ କଥା ଓ କାନ୍ଥ ବlଡରେ ସୀମିତ.ବୌଦ୍ଧ ଜିଲ୍ଲା ବୌଦ୍ଧ ବନାଞ୍ଚଳ ହେଉ କି ପୁରୁଣା କଟକ ବନାଞ୍ଚଳ ପକ୍ଷରୁ ଗ୍ରାମ୍ୟ ରାସ୍ତା ଗୁଡିକ ରେ ପଥପ୍ରାନ୍ତ ବିନିକରଣ ବା ବୃକ୍ଷ ରୋପଣ ଯୋଜନା ରେ
ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହୋଇଛି l ରକ୍ଷଣ ବେକ୍ଷଣ ପାଇଁ ଅର୍ଥ ବି ମନୋରେଗା ଯୋଜନା ରେ ମଞ୍ଜୁର ହେଉଛି କିନ୍ତୁ ସରକାର ଙ୍କ ଯୋଜନା ଠିକ ଥିଲେ କଣ ହେବ ବନ ବିଭାଗର କର୍ମଚାରୀ ଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏପରି ଯୋଜନା ପ୍ରହସନ ହୋଇଛି l

ଏଭଳି ଚିତ୍ର ଦେଖିବାକୁ ମିଳିଛି  ହରଭଙ୍ଗା ବ୍ଲକର ଜଗନ୍ନାଥ ରାସ୍ତା ର କୃଷ୍ଣମହୋନପୁର କlଲେଶ୍ୱର ନିକଟସ୍ତ ରାସ୍ତା କଡ଼ ଅନ୍ୟପଟେ କରଡ଼ି ଠାରୁ ହାଟ ଗାଁ, ରାମଗଡ଼ ଠାରୁ ପ୍ରଗଳ ପୁର, ମଲ୍ଲିକ ପଡା ଠାରୁ ସଦଳଗଣ୍ଡା ରାସ୍ତା କଡ଼ରେ ଲଗାଯାଇଥିବା ବୃକ୍ଷ ରୋପଣ ର  ଏହି ଦୃଶ୍ୟ ଦେଖିବାକୁ ମିଳିଛି l କୋଉଠି ହୁ ହୁ ହୋଇ ନିଆଁ ଜଳି ପାଉଁଶ ହୋଇ ପଡ଼ିଥିବା ବେଳେ କୋଉଠି ରକ୍ଷଣ ବେକ୍ଷଣ ଅଭାବ ରୁ ରାସ୍ତା କଡ଼ରେ ଗଡୁଛି l ଅନ୍ୟ କେଉଁଠି ପାଣି ଅଭାବରୁ ଗୁଡା ଅଛି ଗଛ ମରିଗଲାଣି l

ବହୁ ଦୁଃଖ ଓ ପରୀତାପ ର ବିଷୟରେ 2020/21ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଗୁଡିକ ଗୋଟିଏ ବର୍ଷ ରେ ଫେଲ ମାରିଛି!ଏସବୁ ରେଞ୍ଜ ଅଧିକାରୀ ଓ ଦାୟିତ୍ୱ ରେ ଥିବା ବନ ବିଭାଗ କର୍ମଚାରୀ ଙ୍କ ଯୋଗୁଁ ଏଭଳି ସମସ୍ୟା ହେଉଥିବା ସାଧାରଣ ରେ ଅଭିଯୋଗ ହେଉଛି l ସରକାର ଜନସାଧାରଣ ଙ୍କ ସୁବିଧା ଓ ପ୍ରକୃତି ସନ୍ତୁଳନ ରକ୍ଷା ପାଇଁ ଏଭଳି ଯୋଜନା ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ ବିଭାଗ ର ଅଣଦେଖା ପାଇଁ  ଏସବୁ ଯୋଜନା ବିଫଳ ହେବା ଦେଖିବାକୁ ମିଳୁଛି l ଏପରିକି ଏହି ଯୋଜନା ରେ କେତେ ବୃକ୍ଷ ରୋପଣ ଓ କେତେ ବଞ୍ଚିଛି ତାହା ମଧ୍ୟ୍ୟ ବିଭାଗ ପାଖରେ ସଠିକ ତଥ୍ୟ ରହୁନାହିଁ l ଯୋଜନା ନା ରେ  ବୃକ୍ଷ ରୋପଣ କରି ଛାଡି ଦେଉଥିବା ବେଳେ ସରକାର ଙ୍କ ଟଙ୍କା ବାଟ ମାରଣ ହେଉଛି l ତେଣୁ ଏଥିପ୍ରତି ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସରକାରୀ ଯୋଜନା ର ସଫଳ ରୂପାୟନ ପାଇଁ ବୁଦ୍ଧିଜୀବୀ ମହଲ ରେ ଦାବୀ ହେଉଛି l

Related Post

କନିଷ୍ଟ ଯନ୍ତ୍ରୀ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

Posted by - June 5, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଗତ ୨୪ତାରିଖରେ କନିଷ୍ଟ ଯନ୍ତ୍ରୀଙ୍କୁ ମାଉଜର ସାହାଯ୍ୟ ରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହି…

ରାସ୍ତା କଡ ଘର ଉପରରେ ମାଡିଯାଇଥିବା ଟ୍ରକ ଘଟଣାର ସମାଧାନ

Posted by - February 5, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଟାଉନ ଥାନା ରାମବାଗ ନିକଟସ୍ଥ ମଉରିଆଚୁଆ ଠାରେ ରାସ୍ତା କଡ ଘର ଉପରରେ ମାଡିଯାଇଥିବା ଟ୍ରକ ଘଟଣାର ସମାଧାନ ହେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି ।ଗାଁର ଗଣେଷ ଜେନାଙ୍କ ଘର ଉପରକୁ ହଠାତ୍ ୧୦ଚକିଆ ଟ୍ରକଟି ମାଡିଯାଇଥିଲା ।ପଂଳରେ ତାଙ୍କ ଘର ସଂପୁର୍ଣ୍ଣ ଭାଂଗି ରୁଜି ଯାଇଥିଲା ,ଅନ୍ୟପଟେ ଟ୍ରକ ଚାଳକ ଗୁରୁତର ହୋଇପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯାଜପୁର ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ବଡ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକେ ୨୦ନଂ ଜାତୀୟ ରାଜପଥ ଯାଜପୁର ମଂଗଳପୁର ରାସ୍ତାକୁ ଅବରୋଧ କରିଥିଲେ କ୍ଷତିପୁରଣ ସହିତ ବାରମ୍ବାର ଦୁର୍ଘଟଣାର ପ୍ରତିକାର ଦାବୀ କରି ଆନ୍ଦୋଳନ କରିଥିଲେ ,ଖବର ପାଇ ଯାଜପୁର ଟାଉନ ଥାନା ଅଧିକାରୀ, କଂଗେସ ଯୁବ ନେତା ପୁଲିନ ପୁହାଣ ଓ ଦଶରଥପୁର ତହସିଲ ପ୍ରଶାସନ ପହଂଚି ବୁଝାସୁଝା କରି କ୍ଷତିଗ୍ରସ୍ତଙ୍କୁ କ୍ଷତିପୁରଣ ମିିଳିବାର ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

ଅଗଷ୍ଟ ୧ରୁ ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି,ଧରାପଡିଲେ ୫ଶହ ଟଙ୍କା ଜରିମାନା

Posted by - July 30, 2019 0
ପୁରୀ ୨୯।୭: ପାନ ଅଭ୍ୟାସ ଥିଲେ ଶ୍ରୀମନ୍ଦିରକୁ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବା କଥା ଭୁଲି ଯାଆନ୍ତୁ,ଶ୍ରୀମନ୍ଦିର ଭିତରକୁ ଭକ୍ତ ଓ ସେବାୟତ ପାନ ବା ଗୁଟ୍‌ଖା…