ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରରେ ଲୋକଙ୍କ ଜନ ସଂଖ୍ୟା ବଢ଼ିବା ସହିତ ସହରର ହାଟପଦା ପଡ଼ା ଦୈନିକ ବଜାର, ଥାନା ଛକ ସମ୍ମୁଖରେ, ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ, ପେଟ୍ରୋଲ ପମ୍ପ ଛକଠାରେ, ବ୍ୟାଙ୍କ ଛକ ଠାରେ ବୁଲା ଗାଈଗୋରୁ ନିଜର ଘର ସଦୃଶ ବିଚ ରାସ୍ତା ଉପରେ ସୋଇଥାନ୍ତି। ସେହିପରି ପ୍ରତିଦିନ ଷଣ୍ଢ ଲଢେଇ ମଧ୍ୟ ଦେଖିବାକୁ ମିଳୁଛି। କେତେବେଳେ କେଉଁ ଲୋକ ଏହି ଷଣ୍ଢ ଲଢେଇର ଶିକାର ମଧ୍ୟ ହେଉଛନ୍ତି। ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ଏମାନଙ୍କ ଦୌରାତ୍ମ୍ୟରୁ ବର୍ତୀ ପାରୁ ନାହାଁନ୍ତି, ରାସ୍ତା କଡ଼ରେ, ଘର ସାଇ଼ଡରେ ଥିବା ବାଇକ୍ ପଡିବା ଦୈନନ୍ଦିନ ଘଟଣାରେ ପରିଣତ ହୋଇଗଲାଣି।
ଦୁଃଖର ବିଷୟ ପୌରପରିଷଦ ନିରବ ଦ୍ରଷ୍ଟା ସାଜିଥିବା ବେଳେ ଲୋକଙ୍କ ଜିବନ ପ୍ରତି ମଧ୍ୟ ବିପଦ ରହୁଛି, କିଏ ବୁଝିବ ଲୋକଙ୍କ ଏହି ଦୁଃଖର କଥା ? ଏଥିପାଇଁ ପ୍ରଶାସନ ପକ୍ଷରୁ କିଛି ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଗୃହ ପାଳିତ ପଶୁ ମାନଙ୍କୁ ରାସ୍ତା ଉପରେ ବୁଲିବା ଦେଖି ଟିଟିଲାଗଡ ପୌରପରିଷଦ ର ପାରିବା ପଣିଆ ଉପରେ ଲୋକ ପ୍ରଶ୍ନ ଉଠାଉଛନ୍ତି, କିଛି ମାସ ପୁର୍ବରୁ ପୌର ପରିଷଦ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇ ଗୋରୁ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରିଥିଲେ, ତାହା କେବଳ ଘୋଷଣା ଏବଂ ବୈଠକ ରେ ହିଁ ସୀମିତ ରହିଗଲା,
ସାହରର ଏହି ସବୁ ରାସ୍ତା ଦେଇ ନେତା, ମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରି, ଜନ ପ୍ରତିନିଧି ସମସ୍ତେ ଯାଉଥିବା ବେଳେ ସେମାନେ ମଧ୍ୟ ଚୁପ ରହିବା କାରଣ କଣ, ଏମାନଙ୍କୁ କଣ ଦିଶୁନି କି ବୋଲି ଚା ଖଟିରେ ଚର୍ଚ୍ଚା ହେଉଛି, ଭଗବାନ ନ କରୁ ଯଦି କାହାର ଯଦି କିଛି ଅଘଟଣ ଘଟେ ତାହାର ଭରଣା ଦେଇ ପାରିବେ କି ? ସେଥିପାଇଁ ଦାୟୀ କିଏ ରହିବ ? ଜବାବ ମାଗୁଛନ୍ତି ଟିଟିଲାଗଡ ସହରବାସି, ଯଥା ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।