Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ବୌଦ୍ଧ ଜିଲ୍ଲା ପରିଷଦ, “ଦିଶା” ଏବଂ ଜିଲ୍ଲା ଯୋଜନା କମିଟି ବୈଠକ

62 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ପଞ୍ଚାୟତି ରାଜ ଓ ପାନୀୟ ଜଳ, ଜଙ୍ଗଲ ଓ ପରିବେଶ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ, କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମହୀଧର ରଣା ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଯୋଗ ଦେଇଥିଲେ । ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ହୋଇ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଆବାହକତ୍ଵରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କନ୍ଧମାଳ ସାଂସଦ ଡଃ. ସାମନ୍ତଙ୍କ ସଭାପତିତ୍ଵରେ ଜିଲ୍ଲା ଉନ୍ନୟନ ସମନ୍ଵୟ ପରିଚାଳନା କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ତତ୍ପରେ ମାନ୍ୟବର କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମହୀଧର ରଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲା କୃଷି ଅଧିକାରୀ ଜିଲ୍ଲାରେ କପା ଚାଷ ପାଇଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରହିଥିବା ପ୍ରକାଶ କରିଥିଲେ । ଏଥି ନିମନ୍ତେ ଆବଶ୍ୟକୀୟ ସାର କୀଟନାଶକ ଓ ରସାୟନ ଯୋଗାଇ ଦେବାକୁ ମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ । ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି ବିଭାଗ ଜିଲ୍ଲାରେ ହଳଦୀ ଓ ଅଦା ଚାଷ ପାଇଁ ଚଳିତ ବର୍ଷ ୧୦୦ ହେକ୍ଟର ଲକ୍ଷ୍ୟ ଥିବା କହିଥିଲେ । ଆମ୍ବ ଚାଷ ସହିତ ଏହି ଚାଷ କରାଯାଇ ପାରିବ । ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ୨୫୦ ମେଟ୍ରିକ ଟନ ବିଶିଷ୍ଟ ସୌର ଚାଳିତ ପନିପରିବା ସାଇତା ଘର ପ୍ରତି ବ୍ଲକ୍ ରେ ନିର୍ମାଣ କରାଯିବାର ଯୋଜନା ରହିଥିବା କହିଥିଲେ । ପି. ଡି. ୱାଟରସେଡ କଣ୍ଟାମାଳ ବ୍ଲକରେ ଚେକ ଡ୍ୟାମ ଓ ଫାର୍ମ ପଣ୍ଡରେ ଅନିୟମିତତା କରିଥିବା ଗ୍ରୂହରେ ଅଭିଯୋଗ ଆସିଥିଲା । ଏଥି ନିମନ୍ତେ ଜିଲ୍ଲାପାଳ ନିଜେ ଅନୁଧ୍ୟାନ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବୈଠକରେ ମତ ପ୍ରକାଶ ପାଇଥିଲା ।

୯ ଗୋଟି କମିଟି ମଧ୍ୟରୁ ୬ ଗୋଟି ଗଠିତ ହୋଇଛି । ଅନ୍ୟ ୩ ଗୋଟି ଯେପରି ଶୀଘ୍ର ଗଠିତ ହେବ ପଦକ୍ଷେପ ନେବାକୁ କୁହା ଯାଇଥିଲା । କାର୍ଯ୍ୟ ସରିଥିବା କ୍ଷେତ୍ରରେ ଏମ. ଆର. ଦ୍ଵାରା ୭ ଦିନ ଭିତରେ ତୁରନ୍ତ ପେମେଣ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କେଉଟିପାଲି ଆଦି ଗ୍ରାମରେ ପେମେଣ୍ଟ ହେଉ ନ ଥିବା ଅଭିଯୋଗ ଆସିଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଥିଲେ ଯେ ତିନି ପର୍ଯ୍ୟାୟରେ ଅଦ୍ୟାବଧି ଜିଲ୍ଲାରେ ୫୭ ଗୋଟି ଉଚ୍ଚ ବିଦ୍ୟାଳୟକୁ ୫ଟି ଅଧୀନରେ ହାତକୁ ନିଆଯାଇ ସାରିଛି । ଆଉ ୧୯ ଗୋଟି ମଧ୍ୟ ଖୁବ ଶୀଘ୍ର ହାତକୁ ନିଆଯିବ । ଆମିକସ କ୍ୟୁରୀଙ୍କ ଦ୍ଵାରା ଜିଲ୍ଲାର ୭ ଗୋଟି ବିଦ୍ୟାଳୟ ପରିଦର୍ଶନ କରଯାଇଥିଲା ଏବଂ ତାଙ୍କ ରିପୋର୍ଟ ଆଧାରରେ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଗୁଡିକରେ ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ପଦକ୍ଷେପ ନିଆଯାଉଛି । ସର୍ବ ଶିକ୍ଷା ଅଭିଯାନରେ କେତେ ଟଙ୍କା ଆବଶ୍ୟକ ଆକଳନ କରି ପ୍ରସ୍ତାବ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଧନୁଷ୍ଟଙ୍କାର ଆଦି ରୋଗ ମୂଳୋତ୍ପାଟନ ହେତୁ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ

ସ୍ୱାସ୍ଥ୍ୟ ଅଧିକାରୀ ଗୃହରେ ପ୍ରକାଶ କରିଥିଲେ । ନିର୍ବାହୀ ଜନ୍ତ୍ରୀ ଜଳସେଚନଙ୍କୁ ବାଘ ନଦୀ ଏବଂ ମହାନଦୀ କୂଳରେ ଆଡିବନ୍ଧ ନିର୍ମାଣ ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ମତ୍ସ୍ୟ ଅଧିକାରୀ ଜିଲ୍ଲାରେ ଚଳିତ ବର୍ଷ ୮୫ ଲକ୍ଷ ମାଛ ଜାଆଁଳ ଯୋଗାଇ ଦେବାର ଲକ୍ଷ୍ୟ ଥିବା କହିଥିଲେ । କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡିକରେ ମାଛ ଚାଷ ସହିତ ଚିଙ୍ଗୁଡି ଚାଷ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ତିନି ଗୋଟି ବ୍ଲକରେ ତିନିଗୋଟି ଆଦର୍ଶ ଅଙ୍ଗନ ବାଡି କେନ୍ଦ୍ର ନିର୍ମାଣ ନିମନ୍ତେ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ହିତାଧିକାରୀଙ୍କ ଖାତାକୁ ଯେପରି ଭତ୍ତା ପଇସା ସୁରୁଖୁରୁରେ ଯାଇପାରିବ ବ୍ୟାଙ୍କ ଗୁଡିକ ସହିତ ନିୟମିତ ବୈଠକ କରି ସ୍ଥିର କରିବାକୁ କୁହାଯାଇଥିଲା । ମୃତ୍ୟୁ ଜନିତ ହରିଶ୍ଚନ୍ଦ୍ର ସହାୟତା ରାଶି ଯେପରି ତୁରନ୍ତ ପଇଠ ହୋଇପାରିବ ନିର୍ଦ୍ଦେଶ ଦିଆଗଲା ।

ନିର୍ବାହୀ ସଂସ୍ଥା ଗୁଡିକ ଦ୍ଵାରା ଯେପରି ସବୁ ପ୍ରକଳ୍ପରେ ସୂଚନା ଫଳକ ଲଗାଯାଇ ପାରିବ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କେତେକ ଅଞ୍ଚଳରେ ଗମନାଗମନ ଅସୁବିଧା ଥିବାରୁ ପଞ୍ଚାୟତି ରାଜ ବିଭାଗ ରାସ୍ତା ଗୁଡିକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ନିମନ୍ତେ ପ୍ରସ୍ତାବ ଦେବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାର୍ଗଦର୍ଶୀ ଅନୁସାରେ ଗାର୍ଡ ୱାଲ ନିର୍ମାଣ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଗଲା । ଯୋଗେନ୍ଦ୍ରପୁର, ଖଟଖଟିଆ, ବୀରନରସିଂହପୁର ଆଦି ଗ୍ରାମ ପଞ୍ଚାୟତରେ ନୂତନ ସେବା ସମବାୟ ସମିତି ଗଠନ ନିମନ୍ତେ ପ୍ରସ୍ତାବ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଟାଟା ପାୱାର ଦ୍ଵାରା ତେଲ ନଦୀ ଉପରେ ଟାୱାର ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ କଣ୍ଟାମାଳ ଠାରେ ୧୩୨/୩୩ ଗ୍ରୀଡ ଷ୍ଟେସନ ସ୍ଥାପନ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା ।

ମନରେଗା ଯୋଜନାରେ ଅଧିକରୁ ଅଧିକ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ବୈଠକରେ ମତାମତ ପ୍ରକାଶ ପାଇଥିଲା । ଗ୍ରାମୀଣ ଆବାସ ଯୋଜନାରେ ଯେପରି ସ୍ଥାନ ପାଇ ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଜୀକୃତ କରାଯାଇପାରିବ ସେଥି ନିମନ୍ତେ ସଦସ୍ୟ ସଦସ୍ୟା ମାନେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ପୋର୍ଟାଲ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମତ ପ୍ରକାଶ ପାଇଥିଲା । ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶ୍ଵିନୀ କୁମାର ମେହେର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ମହାନଦୀ ରେ ଭାସିଗଲେ ୩ ଜଣ

Posted by - October 5, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ମହାନଦୀ ଦଲେଇପଡା ଘାଟ ଠାରେ ଆଜି ଅପରାହ୍ନ ରେ ନଦୀରେ ୩ ଜଣ ଭାସି ଯାଇଥିବା ଜଣାପଡିଛି । ଦଲେପଡା ଘାଟରେ ଅପରାହ୍ନ ୪…

ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରିଡ଼ାଉତ୍ସବ ଉଦଯାପିତ

Posted by - December 9, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ସଦର ବ୍ଲକ ତେତେଲେଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉଦଯାପନୀ ଉତ୍ସବ ରେ ବିଦ୍ୟାଳୟ…

କୋଭିନ୍ ସଂଗ୍ରାମୀ ଭାବେ କାର୍ଯ୍ୟ କରିବାକୁ ଆଗେଇ ଆସନ୍ତୁ: ଯାଜପୁର ଜିଲ୍ଲାପାଳ

Posted by - April 29, 2020 1,181
ଭୁବନେଶ୍ବର: ୨୯/୦୪: କୋଭିଡ଼୍ ସଂଗ୍ରାମୀ ଭାବେ କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ସ୍ୱେଚ୍ଚାସେବୀମାନେ ଆଗେଇ ଆସିବାକୁ ସରକାର ବ୍ୟବସ୍ତା କରିଛନ୍ତି । ତେଣୁ ଯାଜପୁର  ଜିଲ୍ଲା ପାଇଁ…

ପୂର୍ବତନ ବିଧାୟକ ଙ୍କ ଖପ୍ରାଖୋଲ ବ୍ଲକ୍ ଅଞ୍ଚଳ ଗ୍ରସ୍ତ, କେନ୍ଦ୍ର ସରକାର ର ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ଲୋକଙ୍କ ସହ କଲେ ଆଲୋଚନା

Posted by - August 28, 2022 0
ଖପ୍ରାଖୋଲ ୨୮/୮( ତାପସ ରଞ୍ଜନ ବେହେରା) ପାଟଣାଗଡ଼ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ ଖପ୍ରାଖୋଲ ଅଞ୍ଚଳର ବିଭିନ୍ନ ଗ୍ରାମ ଗସ୍ତ କରିଥିଲେ…