ଭବାନୀପାଟଣା 🙁 ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରଙ୍ଗ ଜଙ୍ଗଲରେ ମାଓବାଦୀ ମାନେ ଥିବା ଗୁଇନ୍ଦା ବିଭାଗରୁ ସୂଚନା ମିଳିଥିଲା l ସୂଚନା ପାଇ ପୋଲିସ ତାପରଙ୍ଗ ଜଙ୍ଗଲରେ ପହଞ୍ଚିଥିଲା l କମ୍ବିଂ ଅପରେସନ ବେଳେ ମାଓବାଦୀ ଓ ପୋଲିସ ସାମ୍ନାସାମନି ହୋଇଥିଲେ l ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା l
ଯବାନ ଙ୍କ ଗୁଳିରେ ୩ଜଣ ମାଓବାଦୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ଜଣେ ଆହତ ହୋଇଥିଲା । ଘଟଣା ସ୍ଥଳରୁ ତିନି ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା l ମାଓବାଦୀଙ୍କ ଗୁଳିରେ ପୋଲିସ ଡିଏସପି ଏ, କେ.ଦାଶ ଆହାତ ହୋଇଥିଲେ । ଆହତ ଡ଼ିଏସପିଙ୍କ ଗୋଡ଼ରେ ଗୁଳି ବାଜିଥିଲା l ତାଙ୍କୁ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।
ଅନ୍ୟପଟେ ଆହତ ମାଓବାଦୀ ଙ୍କୁ ମ,ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରୁ AK 47 ରାଏଫଲ ମିଳିଥିବା ସୂଚନା ମିଳିଛି l ଖବର ପାଇ ତୁରନ୍ତ କଳାହାଣ୍ଡି ଏସପି ଅଭିଳାଷ ଜି ମ,ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସମ୍ପୂର୍ଣ୍ଣ ଘଟଣାର ତନାଘନା ତଦନ୍ତ ଆରମ୍ଭ କରିଛନ୍ତି । ଖବର ଲେଖାହେବାଯାଏ କମ୍ବିଂ ଅପରେସନ ଜାରି ରହିଛି l