ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଭିଜିଲାନ୍ସ ଜାଲରେ ପଡ଼ିଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ସବ୍ ରେଜିଷ୍ଟ୍ରି କାର୍ଯ୍ୟଲୟ ର କିରାଣୀ । କିରାଣୀ ହେଲେ ଶିବ ପ୍ରସାଦ ଗୁରୁ ।
ସେ ମଧ୍ୟସ୍ଥି ହେମକାନ୍ତ ବିଶି ଙ୍କ ଜରିଆ ରେ ପ୍ରଦୀପ କୁମାର ସାହୁ ଙ୍କ ଠାରୁ ୨୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ସୋନପୁର ଓ ବଲାଙ୍ଗିର ଭିଜିଲାନ୍ସ ଟିମ ।
ଜମି ପଞ୍ଜିକରଣ ପାଇଁ ପ୍ରଦୀପ ଙ୍କ ଠାରୁ ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ ରେଡ ହେଣ୍ଡେଡ ଧରି ଥିଲା ଶିବ ଙ୍କୁ । ଶିବ ଙ୍କୁ ସୋନପୁର ଭିଜିଲାନ୍ସ ଅଫିସ କୁ ଆଣି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ ।