Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ନର୍ଲା: ୧୨ ଗୋଟି ରୂପାନ୍ତରିଣ ହାଇସ୍କୁଲ ଲୋକାର୍ପିତ

47 0

ନର୍ଲା:(ଅମୀୟ କୁମାର ଦାସ)ସରକାରଙ୍କ ତରଫରୁ ବିଭିନ୍ନ ବିଦ୍ୟାଳୟକୁ ୫ଟି ଯୋଜନାରେ ସାମିଲ କରି ରୂପାନ୍ତରଣ କରାଯାଉଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକର ୧୨ ଗୋଟି ହାଇସ୍କୁଲ ଆଜି ଅପରାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ ହୋଇଯାଇଛି।

ବ୍ଳକର ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ଭୀମକେଲା ସହ ରୁପ୍ରା,ମାଣ୍ଡେଲ, ନର୍ଲାରୋଡ, ଘଣ୍ଟମାଳ,ନିଶାଣପୁର,ସରିଆଁ,ବାଗପୁର,ବାଲସିଙ୍ଗା,ବୁଦେଲଗୁମା, ସେରଗଡ,ଭାନପୁରର ବିଦ୍ୟାଳୟ ସମୂହ ୫ଟି ବିଦ୍ୟାଳୟ ଭାବେ ରୁପାନ୍ତରିତ ହୋଇଛି। ସ୍ଥାନୀୟ ସ୍ତରରେ ଶିକ୍ଷକ, ଶିକ୍ଷୟିତ୍ରୀ,ଆଲୁମିନି କମିଟି,ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ସ୍ଥାନୀୟ ଲୋକପ୍ରତିନିଧି ସହ ଜନସାଧାରଣ ଅଂଶଗ୍ରହଣ କରିଥିଲେ।

ଏକ ସୁନ୍ଦର ବାତାବରଣ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କ ମାନଙ୍କୁ ଉନ୍ନତ ଅତ୍ୟାଧୁନିକ ସୁବିଧା ସହ ଶିକ୍ଷାଦାନ ପ୍ରକ୍ରିୟା ସଂପୂର୍ଣ୍ଣ କରାଯିବ ବୋଲି ଜଣେ ବରିଷ୍ଠଶିକ୍ଷକ ବିନୟ କିଶୋର ଦାଶ କହିଛନ୍ତି। ଯାହା ଫଳରେ ଛାତ୍ରଛାତ୍ରୀମାନେ ସମନ୍ୱିତ ବିକାଶରେ ସହାୟକ ହୋଇ ପାରିବେ ବୋଲି ଶିକ୍ଷାପ୍ରେମୀ ମଧ୍ୟ ଆଶାବାଦୀ ହୋଇଛନ୍ତି। ଏକ ସୁନ୍ଦର ପ୍ରାକୃତିକ ଉଦ୍ୟାନ ବିଦ୍ୟାଳୟମାନଙ୍କରେ ସୃଷ୍ଟି କରାଯାଇଛି। ଯାହା ଫଳରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହୋଇ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧିରେ ସହାୟକ ହେବ ବୋଲି ଶିକ୍ଷକ ସଂଜୟ କୁମାର ସେନାପତି ମତବ୍ୟକ୍ତ କରିଛନ୍ତି।

ବିଦ୍ୟାଳୟରେ ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର, ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ, ସ୍ମାର୍ଟ ବୋର୍ଡ, ଆକର୍ଷଣୀୟ ବେଞ୍ଚ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ,ଉଭୟ ଛାତ୍ରଛାତ୍ରୀ ମାନଙ୍କ ସକାଶେ ସ୍ଵତନ୍ତ୍ର ସ୍ୱଚ୍ଛ ଶୈ।ଚାଳୟ, ସାଂସ୍କୃତିକ କାର୍ଯ୍ୟକଳାପର ବିକାଶ ଆଦି ହୋଇଛି। ଶିକ୍ଷାର ବିକାଶ ନିମନ୍ତେ ବିଦ୍ୟାଳୟ ଗୁଡ଼ିକର ଉନ୍ନତି କରଣକୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ଥାନୀୟ ସ୍ତରରେ ପ୍ରଶଂସା କରାଯାଉଛି। ଛାତ୍ରଛାତ୍ରୀ ମାନେ ମଧ୍ୟ ନୂତନ ରୂପରଙ୍ଗରେ ବଧୂ ବେଶରେ ସଜ୍ଜିତ ସ୍କୁଲ ପ୍ରତି ଆକୃଷ୍ଟ ହୋଇ ଉତ୍ସାହିତ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Related Post

ଝରଣୀଗାଁ ରେ ପହଁଞ୍ଚିଲେ କଂଗ୍ରେସର ଆଠଜଣିଆ ଦଳ

Posted by - October 30, 2021 0
ବୋଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ସମଗ୍ରରାଜ୍ୟ ରେ ଆଲୋଡନ ସୃଷ୍ଟି କରିଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ରେ ଅଧ୍ୟକ୍ଷତା କରୁଥିବା ବଲାଙ୍ଗୀର ଜିଲ୍ଲାର…

ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ

Posted by - December 31, 2022 0
ମୁନିଗୁଡା :(ରମାକାନ୍ତ ପୋଢାଳ )ରାୟଗଡ଼ା ଜିଲ୍ଲା ଅମ୍ବାଦଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡ଼ା…

ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ, ପୀଡିତ ପରିବାର କୁ ନ୍ୟାୟ ଦାବିରେ ଆନ୍ଦୋଳନ କୁ ତୀବ୍ର କଲା କଂଗ୍ରେସ

Posted by - November 5, 2021 0
କଳାହାଣ୍ଡି:'(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ମମିତା ମେହେର ହତ୍ୟା ମାମଲା ରେ ପୀଡିତ ପରିବାର କୁ ନ୍ୟାୟ ଦାବିରେ ଆନ୍ଦୋଳନ କୁ ଜୋରଦାର୍ କରିଛି କଂଗ୍ରେସ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ…

ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳର ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ କୁ ଧନ୍ୟବାଦ

Posted by - June 22, 2020 209
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଧର୍ମର ହେଲା ଜୟ । ବଡ ଦାଣ୍ଡରେ ଗଡିବ ତିନି ରଥ । ଆଜି ରଥଯାତ୍ରା ଚାଲିବା ସପକ୍ଷରେ ରାୟ ଶୁଣାଇଛନ୍ତି ମାନ୍ୟବର…

୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ପାଇଁ ପଞ୍ଚାୟତ ନିର୍ବାଚନ ହେବ ଅଗ୍ନି ପରୀକ୍ଷା , କଂଗ୍ରେସ ର ତାଳିପକା ଉଦ୍ୟମ।

Posted by - January 3, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭବାନୀପାଟଣା,ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଳାହାଣ୍ଡି ଜିଲ୍ଲା ରାଜନୀତି ବେଶ ସରଗରମ ହେବାରେ ଲାଗିଛି। ଯଦି ଓ…