Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଧର୍ମଗଡ ଏନଏସି ଅଧିନରେ ଥିବା ଦୋକାନ ଗୃହ ଭଡ଼ା ବୃଦ୍ଧି ନେଇ ଅସନ୍ତୁଷ୍ଟ

44 0

ଧର୍ମଗଡ଼:୮/୫(ହେମନ୍ତ କୁମାର ମାଝୀ)ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ଦୋକାନ ଗୃହ ଭଡ଼ା ବୃଦ୍ଧି କୁ ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଆଜି ବ୍ୟବସାୟୀ ମାନେ ଧର୍ମଗଡ ଏନଏସି ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଭେଟି ଦୋକାନ ଗୃହ ଭଡ଼ା ବୃଦ୍ଧି ର ପୁନର୍ବିଚାର ପାଇଁ ଦାବୀ ପତ୍ର ପ୍ରଦାନ କରିଛନ୍ତି।ସୂଚନାଯୋଗ୍ୟ ଯେ,ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଛୋଟ ବଡ଼ ମିଶି ପ୍ରାୟ ୧୦୦ ଗୋଟି ଦୋକାନ ଗୃହ ରହିଛି।

ଧର୍ମଗଡ ଗ୍ରାମ ପଞ୍ଚାୟତ ଥିବା ସମୟରୁ ହିଁ ବ୍ୟବସାୟୀ ମାନେ ଭଡ଼ା ଦେଇ ସହରରେ ବ୍ୟବସାୟ କରି ଆସୁଥିଲେ। କିନ୍ତୁ ଦୋକାନ ଗୃହ ଭଡ଼ା ହଠାତ୍ ଦୁଇ ହଜାର ଟଙ୍କା କୁ ବୃଦ୍ଧି କରାଯିବାର ନୋଟିସ ଉପଜିଲ୍ଲାପାଳ ତଥା ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ପତ୍ର ସଂଖ୍ୟା ୫୭୬/୨୮.୪.୨୦୨୩ଯୋଗେ ବ୍ୟବସାୟୀ ମାନଙ୍କୁ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଚିଠି ଦିଆ ଯାଇଥିଲା। ଦୋକାନ ଗୃହର ହଠାତ୍ ଦର ବୃଦ୍ଧିକୁ ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସଂପ୍ରତି କରୋନା ତଥା ଅନ୍ ଲାଇନ୍ ବ୍ୟବସାୟ ଯୋଗୁଁ ବ୍ୟବସାୟୀ ମାନେ ଅକଥନୀୟ କ୍ଷତି ର ସମ୍ମୁଖୀନ ହେଉଥିବା ବେଳେ ଦୋକାନ ଗୃହ ଭଡ଼ା ଦର ବୃଦ୍ଧି ବେଢ଼ି ଉପରେ କରୋଡା ମାଡ ସଦୃଶ ହୋଇଛି।

ଏଣୁ ଆଗାମୀ କାଉନସିଲ ବୈଠକ ରେ ଏହାର ପୁନର୍ବିଚାର କରିବା ପାଇଁ ବ୍ୟବସାୟୀ ମାନେ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,ଉପାଧ୍ୟକ୍ଷା ମନିଷା ମିଶ୍ର ଙ୍କୁ ଦାବୀ ପତ୍ର ଦେଇ ଥିଲେ ଓ ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଆକାଉଟାଣ୍ଟଙ୍କୁ ମଧ୍ୟ ଦାବୀ ପତ୍ର ଦିଆ ଯାଇଥିଲା।ବ୍ୟବସାୟୀ ମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ଆଗାମୀ କାଉନସିଲ ବୈଠକ ରେ ଏ ସଂପର୍କରେ ଆଲୋଚନା କରାଯିବ ବୋଲି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ।ଏ ସମ୍ପର୍କରେ ଉପଜିଲ୍ଲାପାଳ ଓ କାଉନସିଲର ମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ବ୍ୟବସାୟୀଙ୍କ ସ୍ବାର୍ଥ କୁ ଦୃଷ୍ଟି ଦିଆ ଯିବ ବୋଲି ଉପାଧ୍ୟକ୍ଷା ମନୀଷା ମିଶ୍ର ପ୍ରକାଶ କରିଥିଲେ ।

Related Post

ଝାରସୁଗୁଡ଼ା ଠାରେ ପ୍ରତିଷ୍ଠା ହେବ ଇଏସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ

Posted by - December 7, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଗତ ଅଗଷ୍ଟ ମାସ ୨୯ ତାରିଖ ଦିନ ବିଜେପି ରାଜ୍ୟ ସମ୍ପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ…

ସରକାରୀ ନିଯୁକ୍ତି ଆବେଦନ ବୟସସୀମା ୪୨ କୁ ବୃଦ୍ଧି ପାଇଁ ଦାବି

Posted by - August 2, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ରାଜ୍ୟ ସରକାର ଦୀର୍ଘ୨୧ ବର୍ଷ ଶାସନ ରେ ରହିଥିଲେ ମଧ୍ୟ ରାଜ୍ୟ ରେ ଯୁବପିଢ଼ି ରୋଜଗାର ନ ପାଇ ବେକାରୀ ସମସ୍ୟା ଦିନକୁ…

ଓଡିଶା ଡ୍ରାଇଭର ମହାସଂଘ କାଶୀପୁର ପକ୍ଷରୁ ୯ ଦଫା ଦାବିପତ୍ର ପ୍ରଦାନ

Posted by - November 6, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ) ସମଗ୍ର ରାଜ୍ୟରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଜିଲ୍ଲାର ପ୍ରତିନିଧି ଗଣ ୯ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା…

ଜିଲା ପ୍ରଶାସନ ପକ୍ଷରୁ ଓଡ଼ିଶା ଦିବସରେ ୧୦ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

Posted by - April 3, 2023 0
ବୌଦ୍ଧ;(ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ଜିଲ୍ଲାପ୍ରଶାସନ ପକ୍ଷରୁ ୮୮ତମ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ମହାସମାରୋହରେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ଜିଲାସ୍ତରୀୟ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ…

ନିମ୍ନ୍ ମାନର ଛତୁଆ ଓ ଶିଶୁ ଖାଦ୍ୟ ଯୋଗାଣ, ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ପତ୍ର

Posted by - April 25, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକ, ବିଜ୍ଞାପିତ ଅଞ୍ଚଳ ପରିଷଦ ପରିଷଦ ଅଧିନସ୍ଥ ଗ୍ରାମ ଗୁଡିକ ର ଗର୍ଭବତୀ, ପ୍ରସୂତୀ, କୁ…