ଶୁଦ୍ଧିକ୍ରିୟା ପାଇଁ ବ୍ରାହ୍ମଣ ସମାଜ ର ସହାୟତା

55 0

ଭବାନୀପାଟଣା:( ନରେନ୍ଦ୍ର ନେଗୀ)ଗତ ୨ ତାରିଖ ସକାଳେ ଭବାନୀପାଟଣା ନିକଟସ୍ଥ ନୂଆଗାଁ ଠାରେ ନିଜ ବାସଭବନରେ ବିଦ୍ୟୁତ ସକ ଲାଗି ଗୋବିନ୍ଦ ଦାସଙ୍କ ପତ୍ନୀ କମଳିନୀ ଦେବୀଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀ ଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ଆଲ୍ଲାବାଦ ନେବାକୁ ସ୍ଵାମୀ ଆର୍ଥିକ ସମସ୍ୟାରେ ଥିବା ଜାଣିବା ପରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସହାୟତା ଯୋଗାଇଦିଆ ଯାଇଛି।

ରବିବାର ବ୍ରାହ୍ମଣ ସମାଜ କଳାହାଣ୍ଡି ର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ସମ୍ପାଦକ ଉମେଶ ପଣ୍ଡା, ଭବାନୀପାଟଣା ନଗର ସାଧାରଣ ସମ୍ପାଦକ ଶେଷଦେଵ ମିଶ୍ର ଗୋବିନ୍ଦ ଦାସ ଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସ୍ୱନ୍ତନା ଦେବା ସହ ଦିବଙ୍ଗତ ଅମର ଆତ୍ମାର ସଦଗତି କାମନା କରି ଶୁଦ୍ଧିକ୍ରିୟା ନିମନ୍ତେ ବ୍ରାହ୍ମଣ ସମାଜ ପକ୍ଷରୁ ପାଞ୍ଚ ହଜାର ଏକଶହ ଟଙ୍କା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ଆଜି ସୋମବାର ଗୋବିନ୍ଦ ନିଜ ଦିବଙ୍ଗତ ପତ୍ନୀଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ଆଲ୍ଲାବାଦ ଯିବେ।

Related Post

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କରଫିଉ,ଜାଣିଲେ ଆପଣ ଭି ଚକିତ ହେବେ

Posted by - March 21, 2020 985
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା 22 ମାର୍ଚ୍ଚ 2020 କୁ ଜନତା କର୍ଫ୍ୟୁ ଘୋଷିତ କରାଯାଇଛି , କରୋନ ଭୂତାଣୁ ବିରୁଦ୍ଧରେ ଏହା ଏକ ଅତ୍ୟନ୍ତ ବୁଦ୍ଧିମତ୍ତା…

ବଜ୍ରବାଣ ତରଫରୁ ସ୍ୱାସ୍ଥ୍ୟ ସେବକଙ୍କୁ ସଂଗ୍ରାମ ସାରଥୀ ସମ୍ମାନ

Posted by - June 28, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକର କୋଭିଡ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଗ୍ରଦୂତ ସାଜିଥିବା କର୍ମ କର୍ତ୍ତା ମାନଙ୍କୁ ଓଡିଶାର ଅଗ୍ରଣୀ ସମାଲୋଚନା ମୂଳକ ସାପ୍ତାହିକୀ ଖବର କାଗଜ…

ଲୋକ ପ୍ରିୟ “ସୋନି ଟିଭିର” ତାରକ ମେହେଟା ଉଲଟା ଚଷମା ସୋ ରେ ପ୍ରଦଶିତ ହେବେ ଡ଼ଃ ରାମଚନ୍ଦାନୀ

Posted by - November 18, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଦେଶର ଲୋକ ପ୍ରିୟ ଟିଭି ସୋ “ସୋନି ସବ ଟିଭି”ରେ ପ୍ରସାରିତ “ତାରକ ମେହେଟା କା ଉଲଟା ଚଷମା” ରେ ପ୍ରଦଶିତ ହେବ ଡା. ଶଙ୍କର…

ଜନ୍ମ ଦିନରେ ଚକ୍ଷୁଦାନ ପାଇଁ ଆବେଦନ

Posted by - June 30, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ନିଜର ଜନ୍ମ ଦିନରେ ଦେବାଦେବୀ ଦର୍ଶନ, ବସ୍ତ୍ର ଦାନ ତ କିଏ ରକ୍ତଦାନ କରିଥାନ୍ତି l ହେଲେ ସୁବର୍ଣ୍ଣପୁର ଜିଲ୍ଲାର ଏପରି ଜଣେ ଯୁବକ…