Breaking News
6:33 pmଭୁବନେଶ୍ବର: ଜୁନ୍ ୧୭ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ, ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ 6:32 pmଜୁନ ୩୦ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ୟନିଫର୍ମ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପୋଷାକ ପ୍ରଦାନ ନେଇ ଜାରି ହେଲା ଗାଇଡ୍‌ଲାଇନ୍‌ 6:32 pmଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା; ୟେଲୋ ଓ୍ଵାର୍ଣ୍ଣିଂ ଜାରି,ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପ୍ରଭୃତିି ୧୪ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା 10:02 amକାମାକ୍ଷାନଗର: କାମାକ୍ଷାନଗରରେ ୫ଟି ଗୋରୁ ବୋଝେଇ ଗାଡ଼ିରୁ ୨୬ ଗୋରୁ ଉଦ୍ଧାର,୧୧ ଜଣ ଅଟକ 9:58 am୪ରେ ସମ୍ବଲପୁର ଯିବେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ

ନୂଆଦିଲ୍ଲୀରେ ଶୋଭନୀୟ ଆନ୍ଦୋଳନର ପ୍ରତିଷ୍ଠା ଦିବସ ପାଳନ

214 0

ନୂଆଦିଲ୍ଲୀ:୦୮/୦୫ ନୂଆଦିଲ୍ଲୀଠାରେ ଶୋଭନୀୟ ଆନ୍ଦୋଳନର ୬୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହାସହିତ ଶୋଭନୀୟ ଆନ୍ଦୋଳନର ସଂସ୍ଥାପକ ପୂଜ୍ୟ କୁମାର ଭାଇଙ୍କର ୭୬ତମ ଜୟନ୍ତୀ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିରର ପରିସରରେ ଆୟୋଜିତ ସମାବେଶରେ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ସଂଖ୍ୟାରେ ଶୋଭନୀୟ ଆନ୍ଦୋଳନର ସଦସ୍ୟ, ଶୁଭେଚ୍ଛୁ ଏବଂ କୁମାର ଭାଇଙ୍କର ଅନୁଗାମୀମାନେ ଯୋଗ ଦେଇଥିବା ଦେଖା ଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ଵଭରି ଚାଲିଥିବା ଶୋଭନୀୟ ଆନ୍ଦୋଳନର ମାସକ ବ୍ୟାପୀ ପ୍ରତିଷ୍ଠା ଉତ୍ସବ ପାଳନକୁ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗତ ଏପ୍ରିଲ ମାସ ୮ ତାରିଖରେ କଟକର ଶୋଭନୀୟ ଶିକ୍ଷାଶ୍ରମଠାରେ ଉଦଘାଟନ କରିଥିଲେ। କୁମାର ଭାଇ ତାଙ୍କର ୧୬ତମ ଜନ୍ମ ଦିବସରେ ୧୯୬୨ ମସିହା ଏପ୍ରିଲ ୮ ତାରିଖରେ ଶୋଭନୀୟ ଆନ୍ଦୋଳନକୁ ପ୍ରତିଷ୍ଠା କରିଥିଲେ।

ଏହାର ମୁଖ୍ୟ ଲକ୍ଷ୍ୟ ହେଲା, ସାରା ଦୁନିଆରେ ଶାନ୍ତି, ସଂହତି ଓ ସନ୍ତୁଷ୍ଟି ପ୍ରତିଷ୍ଠା କରିବା ସାଙ୍ଗକୁ ସମାଜରୁ ଅଶୋଭନୀୟତାକୁ ଦୂରୀଭୂତ କରିବା ତଥା ମଣିଷ ଜୀବନକୁ ସରସ, ସୁନ୍ଦର,ସୁସ୍ଥ, ସମୃଦ୍ଧ, ସଂଯତ ଏବଂ ସଦା ସୁଖମୟ କରି ଗଢ଼ି ତୋଳିବା। ଉତ୍ତମ ମାନବିକତାର ଅବତାରି ମହାପୁରୁଷ କୁମାର ଭାଇ ତାଙ୍କର ସାଧନା କ୍ଷେତ୍ରରେ ମା ରମାଦେବୀ, ପଦ୍ମଶ୍ରୀ ଡ଼ଃ ଲକ୍ଷ୍ମୀନାରାୟଣ ସାହୁ, ଡ଼ଃ ପ୍ରାଣକୃଷ୍ଣ ପରିଜା ଓ ପଦ୍ମଭୂଷଣ କାଳନ୍ଦୀ ଚରଣ ପାଣଗ୍ରାହୀଙ୍କ ଭଳି ମହାନୁଭବମାନଙ୍କର ଆଶୀର୍ବାଦ ଲାଭ କରିଥିଲେ। ଦୁର୍ଭାଗ୍ୟବଶତଃ ମାତ୍ର ୪୬ ବର୍ଷ ବୟସରେ ୧୯୯୩ ମସିହାରେ କୁମାର ଭାଇଙ୍କର ନିଧନ ଘଟିଥିଲା। ପରବର୍ତ୍ତୀ ସମୟରେ ଗୁରୁମା ସ୍ବର୍ଗତଃ ସତ୍ୟଭାମା ଦେବୀ ଏବଂ ବର୍ତ୍ତମାନ ଗୁରୁମା ଡଃ ଅରୁନ୍ଧତୀ ଦେବୀ ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଏବଂ ସମ୍ପାଦକ ଭାବରେ କୁମାର ଭାଇଙ୍କର ଅସମ୍ପୂର୍ଣ୍ଣ କାର୍ଯ୍ୟସୂଚୀକୁ ଫଳପ୍ରସୂ କରିବାରେ ଲାଗିଛନ୍ତି।

ଉପସ୍ଥିତ ବରେଣ୍ୟ ଅତିଥି ମାନଙ୍କ ଦ୍ଵାରା କୁମାର ଭାଇଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ କରାଯିବା ଦ୍ଵାରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସଭାକୁ ସମ୍ବୋଧନ କରି ମୁଖ୍ୟ ଅତିଥି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧକ୍ଷ କିଶୋର ଦ୍ଵିବେଦୀ ଏକ ଉନ୍ନତ, ଶାନ୍ତ, ସଦଭାବନା ପୂର୍ଣ୍ଣ ଏବଂ ପ୍ରଦୂଷଣ ମୁକ୍ତ ଦୁନିଆ ଗଠନ ପାଇଁ କୁମାର ଭାଇ ଏବଂ ଶୋଭନୀୟ ଆନ୍ଦୋଳନ ଦ୍ଵାରା ପ୍ରଦର୍ଶିତ ମାର୍ଗକୁ ଗ୍ରହଣ କରିବାକୁ ସଚେତନ ନାଗରିକ ମାନଙ୍କୁ ନିବେଦନ କରିଥିଲେ। ହିଂସା, ଈର୍ଷା ଏବଂ ଅହଂକାରକୁ ପରିତ୍ୟାଗ କରି ଜୀବନରେ ଶୃଙ୍ଖଳା, ସହିସ୍ନୁତା ଏବଂ ଶାଳୀନତାକୁ ଆପଣେଇଲେ ସ୍ବର୍ଗତଃ କୁମାର ଭାଇଙ୍କର ଅଧୁରା ସ୍ବପ୍ନ ସାକାର ହୋଇପାରିବ ବୋଲି ଶ୍ରୀ ଦ୍ବିବେଦୀ ମତ ପ୍ରକାଶ କରିଥିଲେ। ସମ୍ମାନୀୟ ଅତିଥି ବରିଷ୍ଠ ଆଇନଜୀବୀ ଅବନୀ ସାହୁ କୁମାର ଭାଇଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ସାଂପ୍ରତିକ ଯୁଦ୍ଧଖୋର୍ ଓ ଧ୍ଵଂସଗାମୀ ମନୋବୃତ୍ତିରୁ ପୃଥିବୀକୁ ଉଦ୍ଧାର କରିବାକୁ ହେଲେ କୁମାର ଭାଇଙ୍କର ଦର୍ଶନର ପ୍ରାସଙ୍ଗିକତା ଅଧିକ ଅନୁଭୂତ ହେଉଥିବା ଦର୍ଶାଇଥିଲେ।

ମୁଖ୍ୟବକ୍ତା ସାଇବର ସୁରକ୍ଷା ବିଶେଷଜ୍ଞ ଡଃ ଦିବ୍ୟା ତୱଁର୍ ବର୍ତ୍ତମାନ ଯୁଗରେ ବୃଦ୍ଧି ପାଉଥିବା ସାଇବର ଅପରାଧ ନେଇ ଘୋର ଉଦବେଗ ପ୍ରକାଶ କରିଥିଲେ। ସାମାଜିକ ଗଣମାଧ୍ୟମଗୁଡ଼ିକୁ ସମ୍ୟକ ଉପଯୋଗ କରିବା ଏବଂ ସୀମିତ ସୂଚନା “ଅପଲୋଡ଼” କରିବା ଦ୍ୱାରା ସାଇବର ସୁରକ୍ଷା ପାଳନ କରାଯାଇ ପାରିବା ବୋଲି ଡ଼ଃ ତୱଁର୍ ପରାମର୍ଶ ଦେଇଥିଲେ। ବିଶିଷ୍ଟ ଅତିଥି ସୁପ୍ରିମକୋର୍ଟର ଅଧିବକ୍ତା ରାମ ଅବତାର ଶର୍ମା, ଶୋଭନୀୟ ଆନ୍ଦୋଳନ ଦେଶ ବିଦେଶରେ ଭାରତୀୟ ସଂସ୍କୃତି ଓ ସଂସ୍କାରକୁ ଯେଉଁଭଳି ଭାବେ ପ୍ରଚାର ଓ ପ୍ରସାର କରିବାରେ ଲାଗିଛି ତାର ଭୂୟସୀ ପ୍ରଶଂସା କରିଥିଲେ। ସାରା ବିଶ୍ବକୁ “ବସୁଧୈବ କୁଟୁମ୍ବକମ୍” ନୀତିର ଆଧାରରେ ସ୍ନେହ, ଶ୍ରଦ୍ଧା ଏବଂ ସୌହାର୍ଦ୍ଦ୍ୟତାର ସୂତ୍ରରେ ଏକ ପାରିବାରିକ ବନ୍ଧନରେ ବାନ୍ଧି ରଖିବା ଏହି ସଂସ୍ଥାର ଉଦ୍ଦେଶ୍ୟ ବୋଲି ଶ୍ରୀ ଶର୍ମା କହିଥିଲେ। ମୁଖ୍ୟ ଆୟୋଜକ ବିଜୟନୀ ପ୍ରତିଷ୍ଠାନର ସଭାପତି ରୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବ୍ୟାସଦେବ ନାୟକ, ପୁଷ୍ପାଞ୍ଜଳି ବାରିକ, ବିଭୁ ସାହୁ ଏବଂ ମଧୁ ଦାସ ପ୍ରମୁଖ ଉଦବୋଧନ ଦେଇଥିଲେ।

ଏହି ଅବସରରେ ମହାକାଂକ୍ଷା ପ୍ରତିଷ୍ଠାନର ଅଧକ୍ଷ ପୁଷ୍ପାଞ୍ଜଳି ବାରିକ, ଟେନିସ ତାରକା ଦିଲ୍ଲୀପ ମହାନ୍ତି, ବରିଷ୍ଠ ସାମ୍ବାଦିକ ଭିପି ଶର୍ମା, ଗୁରୁମା ଗୀତାଞ୍ଜଳି ବେହୁରା, ସମାଜସେବୀ ବିମଳା ଦେବୀ ଏବଂ ଟିଭି ଉପସ୍ଥାପିକା ଅର୍ଚ୍ଚନା ସିଂହ ପ୍ରମୁଖଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ କୁମାର ଭାଇଙ୍କ ଦ୍ଵାରା ରଚିତ ଶୋଭନୀୟ ଆନ୍ଦୋଳନର ମହତ୍ତ୍ଵ ସମ୍ପର୍କିତ ସଙ୍ଗୀତ ଗାୟନ କରାଯାଇଥିଲା। ଏହା ପରେ ଉଦୀୟମାନ କଳାକାର ସମୃଦ୍ଧି ମିଶ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ସାମାଜିକ ଗଣମାଧ୍ୟମରେ ବୈଠକର ସିଧା ପ୍ରସାରଣକୁ ନନ୍ଦନ ଦ୍ବିବେଦୀ ଏବଂ ଆଦିତ୍ୟ ପାତ୍ର ଦକ୍ଷତାର ସହ ନିୟନ୍ତ୍ରଣ କରିଥିଲେ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଜଗନ୍ନାଥ ମନ୍ଦିରର ସମ୍ପାଦକ ରବି ପ୍ରଧାନ, ବିନାୟକ ଦାସ, ଆଚାର୍ଯ୍ୟ ଅଭିମନ୍ୟୁ, ପ୍ରମୋଦ ରାଉତରାୟ, ଦିଲ୍ଲୀପ ଦାସ, ଶିଳ୍ପୀରଶ୍ମି ଓ ନଳିନୀକାନ୍ତ ମିଶ୍ର, ଉତ୍ତମ କୁମାର, ଅର୍ଚ୍ଚନା ଓ ଚକ୍ରପାଣି ପରିଡ଼ା, ପ୍ରିୟତମା ଓ ଅସୀତ କର, ସରିତା ମହାପାତ୍ର, ହରପ୍ରିୟା ପ୍ରଧାନ, ବନ୍ଦନା କର, ଭାବନା କର ଓ ଓଜସ୍ଵିନୀ ଶତପଥୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

Related Post

ସାରା ବିଶ୍ଵର ଓଡ଼ିଆ ଏକଜୁଟ ହେବାକୁ ଆହ୍ବାନ -ୱାର୍ଲଡ୍ ଓଡ଼ିଶା ସୋସାଇଟିର ଦିଲ୍ଲୀରେ ବନ୍ଧୁ ମିଳନ

Posted by - December 28, 2022 0
ନୂଆଦିଲ୍ଲୀ:୨୮/୧୨ ସାରା ବିଶ୍ଵରେ ବସବାସ କରୁଥିବା ଓଡ଼ିଆ ସମ୍ପ୍ରଦାୟ ଏକଜୁଟ ହେବାକୁ ୱାର୍ଲଡ୍ ଓଡ଼ିଶା ସୋସାଇଟି(ୱାଓସୋ)ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଆହ୍ବାନ ଜଣାଇଛନ୍ତି। ନୂଆବର୍ଷର ଅବ୍ୟବହିତ ପୂର୍ବରୁ…

ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ପ୍ରାୟ ୧୦ ପ୍ରତିଶତ ପୁଣିଥରେ ସଂକ୍ରମିତ

Posted by - June 28, 2021 0
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରରେ ବ୍ୟାପକ ସଂକ୍ରମଣ ଘଟାଇ ଆତଙ୍କ ସୃଷ୍ଟି କରିଥିବା ଡେଲ୍‌ଟା ଭାରିଆଣ୍ଟ (ବି.୧.୬୧୭.୨) ଟିକା କବଚକୁ ଭାଙ୍ଗିବାରେ ସକ୍ଷମ ହେଉଛି ।…

ନୂଆଦିଲ୍ଲୀରେ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କର ଏକକ ଚିତ୍ର କଳା ପ୍ରଦର୍ଶନୀ ୪୫ ବର୍ଷର ସୃଜନଶୀଳ ଉପଲବ୍ଧି ପ୍ରଦର୍ଶିତ

Posted by - April 7, 2023 0
ନୂଆଦିଲ୍ଲୀ: ୦୭.୦୪ ସୁନାମଧନ୍ୟ ଚିତ୍ର ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କର ଏକକ ଚିତ୍ର କଳା ପ୍ରଦର୍ଶନୀ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରର ଭିଜୁଆଲ ଆର୍ଟ ଗ୍ୟାଲେରୀଠାରେ ଉଦଘାଟିତ…

ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ ସପ୍ତରଙ୍ଗ ସମାରୋହ ଆୟୋଜନ

Posted by - April 28, 2023 0
କାନବେରା:୨୮/୦୪ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ; ଓରିଓଜ ଇଙ୍କ ଦ୍ଵାରା ଏହାର ଦଶମ ଦ୍ଵିବାର୍ଷିକ ଅଧିବେଶନ,” ସପ୍ତରଙ୍ଗ-୨୦୨୩” ମହାସମାରୋହରେ ଆୟୋଜନ କରାଯାଇଥିବା ଜଣାଯାଇଛି। ସମାବେଶରେ ଅଷ୍ଟ୍ରେଲିଆର ସମସ୍ତ ରାଜ୍ୟରୁ…

କନ୍ୟା ମାନଙ୍କ ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ର ମଞ୍ଜୁରୀ

Posted by - December 17, 2021 0
ନୂଆଦିଲ୍ଲୀ/ଭୁବନେଶ୍ୱର:ବହୁ ପ୍ରତୀକ୍ଷିତ କନ୍ୟା ମାନଙ୍କ ବିବାହ ବୟସ ସମ୍ପର୍କୀତ ଆଇନ୍ ପରିଶେଷରେ କ୍ୟାବିନେଟ ମୋହର ହାସଲ କରିଛି। ଗତ ବୁଧବାର ଦିନ ଅନୁଷ୍ଠିତ କେନ୍ଦ୍ର ସରକାର ଙ୍କ…