ଯାଜପୁର:ଯାଜପୁର ରେ ଆରମ୍ଭ ନୀଟ ପ୍ରବେଶିକା ପରୀକ୍ଷା। ଜିଲାରେ ୪ସ୍ଥାନରେ ପରୀକ୍ଷା କେନ୍ଦ୍ର ଖୋଲାଯାଇଥିବା ବେଳେ ବିଞ୍ଝାରପୁର ବ୍ଲକ ବରୁଣେଶ୍ୱର ମହାବିଦ୍ୟାଳୟ ପରିସରରେ ଏକ ପ୍ରବେଶିକା ପରୀକ୍ଷା କେନ୍ଦ୍ର ଖୋଲାଯାଇଛି।
ଯେଉଁଥିରେ ୪୫୬ ଜଣ ପରୀକ୍ଷାର୍ଥୀ ଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଏଠାରେ ଏହି କେନ୍ଦ୍ର ଖୋଲିବା ପରେ ଆଖ ପାଖ ଅଞ୍ଚଳ ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ପରୀକ୍ଷା କୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ କଲେଜ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।