Breaking News
12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା

୫୦କେଜି ଗଞ୍ଜେଇ, ବାଇକ ଓ କାର ଜବତ

44 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ପୁଲିସ ପକ୍ଷରୁ ୫୦ ଗଞ୍ଜେଇ ସମେତ ଗୋଟିଏ ବାଇକ ଏବଂ ଏକ କାର ଜବତ କରାଯାଇଛି l ସୂଚନାମତେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଷୟରେ ଏକ ବିଶ୍ୱସ୍ତ ସୂତ୍ର ଆଧାରରେ ଥାନାଧିକାରୀ ଗଣନାଥ ଥନାପତି ଖବର ପାଇ ସଦଳବଳ ସହ ପେଟ୍ରୋଲିଂ କରୁଥିଲେ l ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ କଳରାକୋଠା ଛକ ନିକଟରେ ସନ୍ଦେହରେ ଗାଡି ଯାଞ୍ଚ କରିଥିଲେ l ପୋଲିସକୁ ଦେଖି ବାଇକ ଏବଂ କାର ଚାଳକ ଦୁହେଁ ଫେରାର ହୋଇଥିଲେ l

ତଦନ୍ତ କରିବାରୁ କାର ଭିତରୁ ଗଞ୍ଜେଇ ବାହାରିଥିଲା l ପୋଲିସ ଗଞ୍ଜେଇ ସମେତ ବାଇକ ଏବଂ କାର ଜବତ କରି ଥାନାକୁ ଆଣିଛି l ସୁଜୁକି ବାଇକ ନଂ. (ଓଡି ୩୧ଡି ୩୭୯୯) ଲେଖାଥିବା ବେଳେ ଏହା ନକଲି ନମ୍ବର ପ୍ଲେଟ ବୋଲି ଜଣାପଡିଛି ସେହିପରି ଏକ ଟୟୋଟା କୋଲାର କାର ନଂ. (ସିଜି ୧୦ଏଫଏ ୮୭୭୨) ଜବତ ହୋଇଥିବା ବେଳେ ଗାଡି ଭିତରୁ ଏକ ନକଲି ନଂବର ପ୍ଲେଟ (ଓଡ଼ି ୦୨ସିଏଫ ୮୭୭୨) ବାହାରିଥିଲା ଏବଂ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ଏକ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ମିଳିଛି l କାର୍ଡରେ ରବିନାରାୟଣ ଦୀପ ବୋଲି ଉଲ୍ଲେଖ ରହିଛି l

ତେବେ କାର ଗାଡିର ମାଲିକ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳର ରବିନାରାୟଣ ଦୀପ ବୋଲି ପୋଲିସ ସୂଚନା ଦେଇଛି l ଜବତ ଗଞ୍ଜେଇର ପରିମାଣ ୫୦କେଜି ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୪ଲକ୍ଷ ୨୦ହଜାର ହେବ ବୋଲି ଜଣାପଡିଛି l ଏନେଇ କେସ ନଂ ୩୯/୨୩ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରଖିଥିବା ଥାନାଧିକାରୀ ଶ୍ରୀ ଥନାପତି ସୂଚନା ଦେଇଛନ୍ତି l ପେଟ୍ରୋଲିଂ ସମୟରେ ଏଏସଆଇ ପ୍ରଦୀପ କୁମାର ବେହେରା, କନଷ୍ଟେବଳ ଶଶାଙ୍କ ଶେଖର ସାହୁ, ହୋମଗାର୍ଡ ଗିରିଶ ଚନ୍ଦ୍ର କହଁର, ଜଳେଶ୍ୱର କୁମ୍ଭାର, ବସନ୍ତ କୁମ୍ଭାର, ସୁଶାନ୍ତ ମଲିକ ଓ ବିଶ୍ୱଜିତ ପୁଟା ସାମିଲ ଥିଲେ l

Related Post

ଡକାୟତି ଯୋଜନା ଉଦ୍ୟମ ପଣ୍ଡ, ବଡ଼ଚଣା ପୋଲିସ ଦ୍ୱାରା ୬ଡକାୟତ ଗିରଫ, ହାତବୋମା, ବନ୍ଧୁକ, ବିଭିନ୍ନ ମାରଣାସ୍ତ୍ର ସହ ବାଇକ ଜବତ l

Posted by - November 20, 2019 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ) ବଡ଼ ଧରଣର ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କଲା ବଡ଼ଚଣା ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଡକାୟତକୁ ଗିରଫ…

 ମାଙ୍ଗାନିଜ୍ ଚୋରା ଚାଲାଣ ବେଳେ, ୨ ଟ୍ରକ୍, ବୋଲେରୋ, ବାଇକ୍, ନଗଦ ୧ଲକ୍ଷ ଟଙ୍କା ଜବତ୍ । ୮ ଅଭିଯୁକ୍ତ ଗିରଫ୍

Posted by - October 8, 2019 0
କେନ୍ଦୁଝର: ରୁଗୁଡ଼ି ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲେ ମାଙ୍ଗାନିଜ୍ ଚୋରା ଚାଲାଣ ଗ୍ୟାଙ୍ଗର ୮ ଜଣ । ଗତ ବିଳମ୍ବିତ ରାତିରେ ରୁଗୁଡ଼ି କାଟେସାହି ଜଙ୍ଗଲରୁ…

ଖପ୍ରାଖୋଲ ପୋଲିସ ର ଚଢାଉ, ମାଟି ତଳୁ ବାହାରିଲା ୪୭୬ ବୋତଲ କଫ ସିରଫ ,ତିନି ଅଭିଯୁକ୍ତ ଗିରଫ

Posted by - April 1, 2023 0
ଖପ୍ରାଖୋଲ: ୩୧/୩(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ରେ ବେଆଇନ କଫ ସିରଫ କାରବାର ରୋକିବାକୁ ପୋଲିସ ର ଅପରେସନ ଜାରିଥିବା ବେଳେ ୪୭୬ ବୋତଲ କଫ…

ମୁନିଗୁଡା ପୋଲିସ ଦ୍ୱାରା ୫୫ କିଲୋ ୧୦୦ଗ୍ରାମ ଗଞ୍ଜେଇ ସହ ଅଟୋ ଜବତ,ତିନି ଗିରଫ

Posted by - November 17, 2021 0
ମୁନିଗୁଡା:(ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ପୁଣି ସଫଳତା 55କିଲୋ 100ଗ୍ରାମ ଗଞ୍ଜେଇ ସହ ଅଟୋ ଯବତ କରି ତିନି ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ…

ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ହାତା ହାତୀ , ଟାଙ୍ଗିଆରେ ହାତ କାଟି ଦେଲା ସମ୍ପର୍କୟ ଭାଇ

Posted by - July 27, 2022 0
ପାଟଣାଗଡ଼ :(ତାପସ ରଞ୍ଜନ ବେହେରା) ପାଟଣାଗଡ଼ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ପଞ୍ଚାୟତ ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ଯରେ ଗଣ୍ଡୋଗଲ ରେ ଜଣେ…