କାଶୀପୁର:(ଅଞ୍ଜନ କୁମାର ନାଏକ)ବିଗତ ଏକ ଦଶନ୍ଦୀ ହେଉଛି ରାଜ୍ୟର ବିଭିନ୍ନ ଜିଲ୍ଲା ମଧ୍ୟରୁ ଦାଦନ ଯିବାରେ ରାୟଗଡା ଜିଲ୍ଲା ଅନ୍ୟତମ !ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦରରେ ଏମିତି ଏକ ଜଳନ୍ତା ଉଦାହରଣ ଦେଖିବା କୁ ମିଳିଛି l ପାଖାପାଖି ପନ୍ଦର ପରିବାର ନିଜ ପିଲାଛୁଆଙ୍କ ଭବିଷ୍ୟତ ପାଇଁ ବୋଲି ପଡୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯିବାର ଦେଖିବାକୁ ମିଳିଥିଲା l
ଆଶ୍ଚର୍ଯ୍ୟ ର ବିଷୟ ହେଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ NREGS, ମନରେଗା ଭଳି ବିଭିନ୍ନ ଯୋଜନା ଆଜି ବାଟମାରଣା ହୋଇ ଯାଇଛି l ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବିଭାଗ ମାନଙ୍କରେ ଦୁର୍ନୀତି ଗ୍ରସ୍ଥ ସରକାରୀ ବାବୁଙ୍କ ସହ ଜଡ଼ିତ ଅନେକ ଦଲାଲ ମାନେ ଏହି ନିରୀହ ଗରିବ ଶ୍ରେଣୀର ଖଟିଖିଆ ମଜୁରିଆଙ୍କ ନାମରେ ଏମିତି ଅନେକ ସରକାରୀ,ବେସରକାରୀ ବ୍ୟାଙ୍କ ଓ ପୋଷ୍ଟ ଅଫିସ ରେ ଶ୍ରମିକଙ୍କ ଅଜ୍ଞାତରେ ହଜାର ହଜାର ଜବକାର୍ଡ ଲିଙ୍କ ବ୍ୟାଙ୍କ ଖାତା ଖଲା ଯାଇ ସରକାରୀ ଯୋଜନା ରୁ ଅର୍ଥ ହଡପ କରୁଥିବାର ଖବର ବର୍ତମାନ ଜିଲାରେ ହାଟରେ ପଡି ଦାଣ୍ଡରେ ଗଢିଲାଣି ଯାହାଫୋଳରେ ଆଜି ଏହି ଶ୍ରମିକଙ୍କ ବଞ୍ଚିବାର ବାଟ ବନ୍ଦ ହୋଇଯାଇଛି l
ଏହି ଦାଦନ ଶ୍ରମିକ ମାନେ କାଶୀପୁର ବ୍ଲକ ରେ ବଞ୍ଚିବାକୁ କେତେଯେ’ ଅହରହ ସଂଘର୍ଷ କରି କର୍ମ ହୀନଭାବେ ଆଜି ସପରିବାର ସହ ଅନ୍ୟରାଜ୍ୟକୁ ଦାଦନ ପାଇଁ ଚୁଟିଛନ୍ତି ବୋଲି ପ୍ରକଶ କରିଛନ୍ତି lମୁଖ୍ୟ ପ୍ରସଙ୍ଗ ହେଲା ଆଜକୁ ପାଖାପାଖି ୧୮ ବର୍ଷ ହେଲା କାଶୀପୁର ବ୍ଲକରେ ଉତ୍କଳ ଆଲୁମିନା କାରଖାନା ଗଢି ଉଠିଛି, ଚାରିସହ କୋଟିରୁ ଉର୍ଦ୍ଧ ଟଙ୍କାର ଏକ ବିରାଟ ମେଗା ପ୍ରୋଜେକ୍ଟ କାର୍ଯ୍ୟ ଚାଲିଛି କିନ୍ତୁ ଶିକ୍ଷିତ ବେକାରୀ କେରଳ, ତାମିଲନାଡୁ, ଚେନ୍ନାଇ, ସୁରତ ଭଳି ଅନେକ ରାଜ୍ୟକୁ କାମଧନ୍ଦା ରେ ଦାଦନ ଯାଉଛନ୍ତି, ପୁଣି କେତେଯେ ଶ୍ରମିକ ଶବ ହୋଇ ଫେରିଛନ୍ତି l
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନଜିରରେ କାଶୀପୁର ପ୍ରମୁଖ ! ଯେ ଏଠି ଖଣିଜ ସମ୍ପଦ ପରିପୂର୍ଣ ! ନିକଟ ଭବିଷ୍ୟତରେ ପୁଣି ଅନେକ ବଡ ବଡ ବକ୍ସାଇଟ କାରଖାନା ହେଵାକୁଅଛି କିନ୍ତୁ ଆଜି ଏଠି ଲୋକେ ମୁଠାଏ ଖାଦ୍ୟନପାଇ ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି lସମଗ୍ର ରାଜ୍ୟରେ ଦକ୍ଷିଣ ଓଡିଶା ତଥା କେବିକେ ରେ ରାୟଗଡା, କଳାହାଣ୍ଡି, କରାପୁଟ ଓ ଗଞ୍ଜାମ ଜିଲ୍ଲାରୁ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢ଼ୁଥିବାରୁ ଆଜି ସରକାରଙ୍କ ସମସ୍ତ ଉନୟନ ଯୋଜନା ଫେଲ ମାରିଛି କି ବୋଲି ବୁଦ୍ଧିଜୀବୀ ମାହୋଲରେ ପ୍ରଶ୍ନ ବାଚୀ ସୃଷ୍ଟି ହେଇଛି l