Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ପବିତ୍ର ବୌଦ୍ଧ ପୁର୍ଣିମା ଉପଲକ୍ଷେ ପଞ୍ଚ ମହାଯଜ୍ଞ

163 0

ମୁନିଗୁଡା :(ରମାକାନ୍ତ ପୋଡାଳ )୬.୫.୨୦୨୩ ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ଗ୍ରାମପଞ୍ଚାୟତ ଅଧୀନ ଶ୍ରୀମିନାଝୋଲା ଶୈବ ପୀଠ ଜନ କଲ୍ୟାଣ ଆଶ୍ରମ ତତଫରୁ ପବିତ୍ର ବୈଶାଖ ମାସ ବୌଦ୍ଧ ପୁର୍ଣିମା ଉପଲକ୍ଷେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଟିତ ହୋଇଯାଇଛି । ଆଶ୍ରମ ଟ୍ରଷ୍ଟ ଅଧକ୍ଷ ବାଳକୃଷ୍ଣ ପଣ୍ଡା ଙ୍କ ତ୍ଵତ୍ୟାବଧାନରେ ଶତାଧିକ ଗାୟତ୍ରୀ ପରିବାର ଉପସ୍ଥିତରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇ ସମାପନ ହେଲା ।

ଆସନ୍ତା ଗଙ୍ଗା ଦଶହରା ନିମନ୍ତେ ଏକ ହଜାର ଆଠ କୁଣ୍ଡୀୟ ଗୋସୁରଖ୍ୟା ଉଦ୍ଦେଶ୍ୟରେ ଗାୟତ୍ରୀ ମହାଯଜ୍ଞ ଜିଲ୍ଲା ସଦର ମହକୁମା ଠାରୁ ଆରମ୍ଭ କରାଯିବା ପାଇଁ ସଂକଳ୍ପ କରାଯାଇଛି । ଏଥିରେ ରାୟଗଡା, ଗୁଣପୁର,ଗୁଡ଼ାରୀ, ଶିରିଗୁଡ଼ା, ଚନ୍ଦ୍ରପୁର, ହନୁମନ୍ତପୁର, ଡ଼ାଙ୍ଗୋସରଡ଼ା ପଦ୍ମପୁର ଓ ଅନ୍ୟାନ୍ୟ ଗ୍ରାମ ଗୁଡ଼ିକ ର ଉପସ୍ଥିତ ରେ ନିଷ୍ପତି ନିଆଗଲା l

ଜିଲ୍ଲାର ଏଗାର ଗୋଟି ବ୍ଲକ୍ ର ସମସ୍ତ ଗ୍ରାମପଞ୍ଚାୟତ ରୁ ଜଳ ମାଟି ସଂଗ୍ରହ କରାଯାଇ ଜନ କଲ୍ୟାଣ ଆଶ୍ରମ କୁ ଆଣିବା ପାଇଁ ସଂକଳ୍ପ କରାଗଲା । ଏଥିରେ ସନ୍ତ ସ୍ବାମୀ ଭାସ୍କର ତୀର୍ଥ ମହାରାଜ ଓ ସ୍ବାମୀ ଜନୋକା ନନ୍ଦ ଗୀରୀ, ଉଦୀୟ ପଣ୍ଡା,ସୁଶିଲ ନିମାଲପୁରୀ, ପ୍ରାସାଦ ଲିମା, ପ୍ରମୋଦ ମୁଗୁଲି ଓ ରାୟଗଡା ୱର୍କର କ୍ଲବ୍ ର ଶତାଧିକ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟ କର୍ମକୁ ମିଟସ ର ସମସ୍ତ କର୍ମଚାରୀ ସହଜଗ ଓ ପ୍ରାସାଦ ସେବନ ର ବ୍ୟବସ୍ଥା କରିଥିଲେ

Related Post

ବିଶ୍ବ ଆର୍ନ୍ତଜାତିକ ଯୋଗ ଦିବସ ପାଳିତ

Posted by - June 24, 2020 38
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ମହାମାରୀ କରୋନା ପାଇଁ ସରକାର ନିୟମ ଅନୁଶାରେ ସାମାଜିକ ଦୂରତା ଅବଲମ୍ବନ କରି ବିଶ୍ବ ଆର୍ନ୍ତଜାତିକ ଯୋଗ ଦିବସ ବାଲିବିଲି ପଞ୍ଚାୟତ ର ମା…

ସୁବର୍ଣ୍ଣପୁର ରେ ମହିଳା ହିଂସା ନିରାକରଣ ପକ୍ଷ ପାଳନ

Posted by - December 8, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଆଜି ସୋନପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସଖୀ ଅନୁଷ୍ଠାନ ଆନୁକୁଲ୍ୟରେ ମହିଳା ହିଂସା ନିରାକରଣ ପକ୍ଷ…

ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଜିଲ୍ଲା ପାଳଙ୍କୁ ଦାବିପତ୍ର

Posted by - September 2, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ଆଜି ସକାଳ ପ୍ରାୟ 9ଟାରେ ଓଡିଶା ଡ୍ରାଇଭର ମହାସଂଘ ବୌଦ୍ଧ ଶାଖା ତରଫରୁ ବିଭିନ୍ନ ଦାବି ନେଇ ହଜାର ସଂଖ୍ୟକ ଡ୍ରାଇଭର ବ୍ରିଜ଼ ଛକ ଠାରୁ…