ଦୁର୍ଘଟଣାରେ ୫ ସାମ୍ବାଦିକ ଆହତ

345 0

ଅନୁଗୋଳ -( ମହେଶ ଭୋମରାଜ)ତୀର୍ଥ ଯାତ୍ରାରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦାର ୫ ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଛେଣ୍ଡିପଦାର ସମୟ ସାମ୍ବାଦିକ ଯଶୋବନ୍ତ ବେହେରା , ଧାରିତ୍ରି ସାମ୍ବାଦିକ ଲମ୍ବୋଧର ସାହୁ , ସମାଜ ସାମ୍ବାଦିକ ଦିଲ୍ଲୀପ ସାହୁ , ପ୍ରଗତିବାଦୀ ସାମ୍ବାଦିକ ତ୍ରିବେଣୀ ସାହୁ , ପ୍ରମେୟ ସାମ୍ବାଦିକ ଲଲିତ ମୋହନ ସାହୁ ଏକ କାର ଯୋଗେ କୋରାପୁଟର ଗୁପ୍ତେଶ୍ଵର ବାବାଙ୍କ ଦର୍ଶନ ପାଇଁ ଯାଇଥିଲେ । ତେବେ ୫-୬ ତାରିଖ ରାତିରେ ଫେରିବା ବେଳେ ସୋନପୁର ସହର ପୂର୍ବରୁ ଏକ ଟ୍ରକ ସେମାନଙ୍କୁ  ସାଇଡ ମାରିବା ଫଳରେ କାରତି ଭାରସାମ୍ୟ ହରାଈଥିଲା  ।

କାରଟି ରାସ୍ତା ତଳକୁ ଖସି ଯିବା ସହ ଏକ ଯାତ୍ରୀ ବିଶ୍ରାମାଗାରରେ ଧକ୍କା ହୋଇଥିଲା । ରାତି ପ୍ରାୟ ୨ ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ଖବର ପାଇ ପୋଲିସ ସେମାନଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଦୁର୍ଘଟଣାରେ କାରଟି ସମ୍ପୁର୍ଣ୍ଣ ଚୁରମାର ହୋଇ ଯାଇଛି । ଅନ୍ୟପଟେ ଲମ୍ବୋଦରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ବାମ ହାତ ଭାଙ୍ଗିଥିବା ଜଣା ପଡିଛି । ସେହିଭଳି ଯଶୋବନ୍ତ ଅବସ୍ଥା ଭଲ ନଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରା ଯାଇଛି । ଅନ୍ୟମାନଙ୍କ ମଧ୍ୟରୁ ଦିଲ୍ଲୀପ , ତ୍ରିବେଣୀ ଓ ଲଳିତାଙ୍କ ଅବସ୍ଥା ସାମାନ୍ୟ ଭଲ ରହିଛି ।ଏମାନଂକୁ ଅନଗୁଳ ମୁଖ୍ୟ ଚିକିତ୍ସାଳୟ ରେ ଅଛନ୍ତି .

Facebook Notice for EU! You need to login to view and post FB Comments!

Related Post

ଚଳିତବର୍ଷ ତାଳଚେରରେ ଗଣେଶ ପୂଜା ବନ୍ଦ,କରୋନା ସ୍ଥିତିକୁ ଦେଖି ପୂଜା ଉପରେ ରୋକ୍ ଲଗାଇଲା ପ୍ରଶାସନ

Posted by - August 16, 2020 0
ଅନୁଗୁଳ :(ମହେଶ ଭୋମରାଜ)ଚଳିତବର୍ଷ ତାଳଚେରରେ ଗଣେଶ ପୂଜା ବନ୍ଦ । କରୋନା ସ୍ଥିତିକୁ ଦେଖି ପୂଜା ଉପରେ ରୋକ୍ ଲଗାଇଲା ପ୍ରଶାସନ । ସରକାରୀ କିମ୍ବା ବେସରକାରୀ…

ସମ୍ବଲପୁର ରେ ହେବ ରାଜ୍ୟ ସ୍ତରୀୟ ବଡିବିଣ୍ଡିଙ୍ଗ ଆଣ୍ଡ ଫିଟନେସ ପ୍ରତିଯୋଗିତା

Posted by - September 28, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆସନ୍ତା ଫେବୃଆରୀ ମାସରେ ସମ୍ବଲପୁର ଠାରେ ଆୟୋଜିତ ହେବାକୁ ଯାଉଛି ରାଜ୍ୟ ସ୍ତରୀୟ ବଡିବିଣ୍ଡିଙ୍ଗ ଆଣ୍ଡ ଫିଟନେସ ପ୍ରତିଯୋଗିତା । ମିଷ୍ଟର ଆଣ୍ଡ ମିସେସ ଓଡିଶା…

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ସମସ୍ତ ପ୍ରକାର ଭତ୍ତା ପାଇଁ କାଗଜ ପାତ୍ର ଯାଞ୍ଚ !

Posted by - October 10, 2021 0
ବରଗଡ:( ବିଶ୍ୱପତି ସାହୁ )ବରଗଡ ଜ଼ିଲ୍ଲା ଅଧିନସ୍ଥ ବିଜେପୁର ନିର୍ବାଚନ ମଣ୍ଡଳୀ ର ଗାଇସିଲଟ ବ୍ଲକ ର ଗୌରେନମୁଣ୍ଡା ଗ୍ରାମପଞ୍ଚାୟତ ରେ ଆଜି ସାମାଜିକ ସୁରକ୍ଷା ଓ…

ରାମନବମୀ ଅବସରରେ ଶ୍ରୀରାମ ଚରିତ ମାନସ ପରାୟଣ

Posted by - April 10, 2022 0
ବଙ୍ଗୋମୁଣ୍ଡା- ୧୦/୦୪ (ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ପଞ୍ଚ।ୟତର ଭାଲୁମୁଣ୍ଡା କଲୋନୀପଡା ଠାରେ ଆଜି ଚୈତ୍ର ମାସ ମାସ ଶୁକ୍ଳପକ୍ଷ ଆଦର୍ଶ…

ବିଦ୍ୟୁତ୍ ଆଘାତ ରେ ଯୁବକ ମୃତ୍ୟୁ

Posted by - October 30, 2021 0
ଶୋନପୂର୍:(ଅଜିତ କୁମାର ପୂଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୁକିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ସୋନପୁର ଝୁପୁଡିପଡ଼ାରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି ।ମୃତକ ଜଣକ ହେଲେ ବାବୁଲୁ…

Leave a comment

Your email address will not be published.