ସମିତି ସଭ୍ୟ ଙ୍କ ସମିତି ବୈଠକ ବର୍ଜନ ରାଜନୀତି ଜୋର ଧରିଲା,ବୋରିଗୁମ୍ମା ବ୍ଳକ ଦୁର୍ନୀତି ର ଗନ୍ତାଘର ପାଲଟିଛି–ବ୍ଳକ ଅଧ୍ୟକ୍ଷା

175 0

ଭବାନୀପାଟଣା ବ୍ୟୁରୋ :(ନରେନ୍ଦ୍ର ନେଗୀ)ସମିତି ବୈଠକ କୁ ବାତିଲ କରିଥିଲେ।ଏବେ ବ୍ଳକ ର ସମସ୍ତ ସମିତି ସଭ୍ୟ ଙ୍କ ବୈଠକ ବର୍ଜନ ନେଇ ରାଜନୀତି ଜୋର ଧରିଲାଣି।ପଞ୍ଚାୟତ ସମିତି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ ନିର୍ବାଚିତ ବ୍ଳକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ବିଜେଡ଼ି ସମର୍ଥିତ।

ଏଣୁ ସେମାନଙ୍କ ଭାଗ ବଣ୍ଟା ନ ହେବା ଯୋଗୁଁ ସେମାନେ ସମିତି ବୈଠକ କୁ ଆସିଲେ ନାହିଁ।ଆଜି ବ୍ଳକ ଅଧ୍ୟକ୍ଷା ଦୀପ୍ତିମୟୀ ନାୟକ , ଉପାଧ୍ୟକ୍ଷ ରାଧାକାନ୍ତ ସାମନ୍ତରାୟ ଓ ଅନ୍ୟ ସମିତି ସଭ୍ୟ ସଭ୍ୟା ମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଜୟପୁର ବିଧାୟକ ଶ୍ରୀ ବାହିନୀପତି ଙ୍କ ବକ୍ତବ୍ୟ କୁ କଡା ଜବାବ ଦେଇଛନ୍ତି।ସ୍ଥାନୀୟ ଦୋରା କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବ୍ଳକ ଅଧ୍ୟକ୍ଷା ଦୀପ୍ତିମୟୀ ନାୟକ କହିଛନ୍ତି ଯେ ବୋରିଗୁମ୍ମା ବ୍ଳକ ଏବେ ଦୁର୍ନୀତି ର ଗନ୍ତାଘର ପାଲଟିଛି।ବ୍ଳକ ରେ କାର୍ଯ୍ୟରତ ବିଡିଓ ପ୍ରଣୟ ରଞ୍ଜନ ବେହେରା ଓ ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ମନମୁତାବକ ଶାସନ ଚଳାଇଛନ୍ତି।

ବ୍ଳକ ର ଅଧ୍ୟକ୍ଷା ଙ୍କୁ ମଧ୍ୟ କୌଣସି କାର୍ଯ୍ୟ ରେ ପଚାରୁ ନ ଥିବା ଅଭିଯୋଗ କରିଛନ୍ତି।ଏଥି ସହ ବିଧାୟକ ଶ୍ରୀ ବାହିନୀପତି ଦେଇଥିବା ମନ୍ତବ୍ୟ କୁ ନିନ୍ଦା କରିବା ସହ ଆମେ ନିର୍ଦଳୀୟ ଭାବେ ନିର୍ବାଚିତ ହୋଇଛୁ।ଏଣୁ ଆମେ ବିଜେଡି କୁ ସମର୍ଥନ କରୁଛୁ ସତ କିନ୍ତୁ ବିଧାୟକ କହିଥିବା ଭାଗ ବଣ୍ଟା କଣ ବୋଲି ପ୍ରଶ୍ନ କରିଥିଲେ।ବିଡିଓ ଓ ସହକାରୀ ଯନ୍ତ୍ରୀ ବିଧାୟକ ଙ୍କ ଛାତ୍ରଛାୟା ରହି କାମ କରୁଛନ୍ତି।ଏଣୁ ଏହି ଦୁଇ ଅଧିକାରୀ ବ୍ଳକ ରେ କାମ ନ ହୋଇ ବିଲ କରି ଟଙ୍କା ହଡପ କରୁଥିବା ଅଭିଯୋଗ କରିଛନ୍ତି।କେବଳ ଏତିକି ନୁହେଁ ଦୀର୍ଘ ଚାରି ବର୍ଷ ରୁ ଉର୍ଦ୍ଧ୍ବ ହେବ ବିଡିଓ ବୋରିଗୁମ୍ମା ବ୍ଳକ ରେ କାର୍ଯ୍ୟ କଲେଣି।ଏଣୁ ବିଡ଼ିଓ ଓ ସହକାରୀ ଯନ୍ତ୍ରୀ ଉଭୟ ଙ୍କୁ ବ୍ଳକ ଅଧ୍ୟକ୍ଷା ତୁରନ୍ତ ବଦଳି ଦାବୀ କରିଥିଲେ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବ୍ଳକ ର ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ।ଅନ୍ୟ ପଟେ ବିଜେପି ଆଜି ସମାନ ଢଙ୍ଗ ରେ ସାମ୍ବାଦିକ ସମ୍ମିଳନୀ କରି ବ୍ଳକ ପ୍ରଶାସନ ଓ ବିଧାୟକ ଙ୍କ ଉପରେ ବର୍ଷି ଥିଲେ।ବିଜେପି ନେତା ଗୌତମ ସାମନ୍ତରାୟ କହିଥିଲେ ଯେ ଜୟପୁର ନିର୍ବାଚନ ମଣ୍ଡଳୀ ରେ ଦୁର୍ନୀତି ହେଉଛି।ବୋରିଗୁମ୍ମା ବ୍ଳକ ଓଡିଶା ର ଏକ ନମ୍ବର ବ୍ଳକ ଭାବେ ପୁରସ୍କାର ପାଉଛି।କିନ୍ତୁ ବ୍ଳକ ର ବିକାଶ ସତ୍ତ୍ୱେ ଭୌଗୋଳିକ ଚିତ୍ର ପରିବର୍ତ୍ତନ ହେଉ ନାହିଁ।

ବ୍ଳକ ଅଧ୍ୟକ୍ଷା ,ଉପାଧ୍ୟକ୍ଷ ଏବଂ ସମିତି ସଭ୍ୟ ମାନେ ପଞ୍ଚାୟତ ସମିତି ବୈଠକ କୁ ବର୍ଜନ କରିବା ପ୍ରସଙ୍ଗ ରେ ଗୌତମ ସାମନ୍ତରାୟ ଭରପୁର ସମର୍ଥନ କରିଛନ୍ତି।ସେ କହିଛନ୍ତି ଯେ ସେମାନଙ୍କ ପାଖରେ ଯେଉଁ ସବୁ ଦୁର୍ନୀତି ର ପ୍ରମାଣ ରହିଛି,ସେହି ତଥ୍ୟ ଭିଜିଲାନ୍ସ ରେ ପ୍ରଦାନ କରନ୍ତୁ।ଏନେଇ ବିଧାୟକ ତାରାପ୍ରସାଦ ବାହିନୀପତି ଙ୍କ ମତାମତ ହଁନେବାରୁ ସେ କହିଥିଲେ ଯେ ଜୟପୁର ନିର୍ବାଚନ ମଣ୍ଡଳୀ ଦ୍ରୁତ ଗତିରେ ବିକାଶ କରୁଛି ଏବଂ ଆଗକୁ ବିକାଶ କରିବ।ଦୁଇ ଦଳ ଦେଇଥିବା ସାମ୍ବାଦିକ ସମ୍ମିଳନୀ ସମ୍ବନ୍ଧେ କୌଣସି ମତାମତ ଦେବାକୁ ମନା କରିଥିଲେ।

Related Post

ଝରଣୀଗାଁ ରେ ପହଁଞ୍ଚିଲେ ବିଜେପି କେନ୍ଦ୍ରୀୟ ତିନି ଜଣିଆ ଦଳ

Posted by - October 30, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ରେ ଅଧ୍ୟକ୍ଷତା କରୁଥିବା ବଲାଙ୍ଗୀର…

ନୀଳଗିରି ର ଏକ ମାତ୍ର ସରକାରୀ ସ୍ଵୀକୃତି ପ୍ରାପ୍ତ ବରିଷ୍ଠ ସାମ୍ବାଦିକ ରତ୍ନାକର ବେହେରା ଙ୍କ ପରଲୋକ

Posted by - October 10, 2020 0
ନୀଳଗିରି :(ସୌମ୍ୟା ସାଇ ବାରିକ୍) ବରିଷ୍ଠ ସମ୍ବାଦିିକ          ରତ୍ନାକର ବେହେରା ଙ୍କ ଆଜି ଅପରାହ୍ନ ରେ ଦେହାନ୍ତ ହୋଇ ଯାଇଛି। ବାଲେଶ୍ୱର…

ପାଞ୍ଚଦଫା ଦାବିରେ ସମବାୟ ସମିତି ଓ ଲ୍ୟାମ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ କଳାବ୍ୟାଚ ପରିଧାନ ସହିତ ଧାରଣା

Posted by - November 21, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଓଡିଶା ସରକାରଙ୍କ ପତ୍ର ସଂଖ୍ୟା ୧୪୩୯୩ ତା,୩୦/୯/୨୦୨୧ ରିଖ ମୁଖ୍ୟ କାର୍ଯ୍ୟ ନିର୍ବାହୀ ନିଯୁକ୍ତି ପ୍ରସ୍ତାବ ରଦ୍ଧ କରିବା, ଓଡ଼ିଶାର ୨୭୦୮ ପ୍ରାଥମିକ ସମବାୟ…

ଆଇସୋଲେସନ ୱାର୍ଡରେ ଜଣଙ୍କର ମୃତ୍ୟୁ – ରିପୋର୍ଟ ନେଗେଟିଭ ଆସିବା ପରେ ହେଲା ବ୍ୟବଚ୍ଛେଦ.

Posted by - July 13, 2020 4
ଅନୁଗୁଳ:(ମହେଶ ଭୋମରାଜ) ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ ୱାର୍ଡରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ମୃତ୍ୟୁ ପରେ ପ୍ରାୟ ୧୫ ଘଣ୍ଟା ମୃତଦେହ ପଡି ରହିଥିଲା ।…

ମହିଳାଙ୍କୁ ସ୍ଵାବଲମ୍ବୀ କରିବ ଷ୍ଟ୍ରବେରୀ ଚାଷ : ଷ୍ଟ୍ରବେରୀ ଚାଷ କରି ଉଦାହରଣ ପାଲଟିଛନ୍ତି ନିୟମଗିରି ପାହାଡ଼ର ଆଦିମ ଜନଜାତି

Posted by - March 11, 2023 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ )କଳାହାଣ୍ଡି ଜିଲ୍ଲା ଲଞ୍ଜିଗଡ ବ୍ଲକ୍ ଅନ୍ତର୍ଗତ ନିୟମଗିରି ପାହାଡ଼ର ପାଦଦେଶର ଘଞ୍ଚ ବନାନୀ ମଧ୍ୟରେ ଅବସ୍ଥିତ ବାରବୁଲୀ ଗ୍ରାମର ଆଦିମ ଜନଜାତି କୁଟିଆକନ୍ଧ…