ମୁନିଗୁଡା :୪।୫(ରାମାକାନ୍ତ ପୋଡାଳ )ବିଭିନ୍ନ ଦାବି ନେଇ ଆମ୍ବଦଳା ଅଞ୍ଚଳର ଜମିହରା ମାନେ ବେଦାନ୍ତ କମ୍ପାନର ମାଲବାହୀ ରେଳ ଅଟକାଇବା ସହ ଧାରଣାରେ ବସିଥିଲେ। ଦୀର୍ଘ ୬ ଘଣ୍ଟା ଧାରଣାରେ ବସିବା ପରେ ବେଦାନ୍ତ କର୍ତ୍ତୁପକ୍ଷ ପହଞ୍ଚି ବୁଝା ଶୁଝା କରିବା ସହ ଜମହରାଙ୍କୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ରେଳ ଧାରଣା ଉପରେ ରେଳ ରୋକ ଭଳି ଆନ୍ଦୋଳନ ରୁ ବିରତ ହୋଇଥିଲେ ଜମିହରା ଓ ତାଙ୍କ ପରିବାର । ପ୍ରକାଶ ଥାଉକି ବେଦାନ୍ତ ଆଲୁମିନା ପ୍ରକଳ୍ପ ପ୍ରତିଷ୍ଠା ହେବା ପରେ କମ୍ପାନୀରେ ପ୍ରସ୍ତୁତ ହେଉଥିବା ମାଲ ପରିବହନ ପାଇଁ ରେଳ ଲାଇନ୍ ନିର୍ମାଣ କରିଥିଲା।
ଏହି ରେଳ ଲାଇନ୍ ନିର୍ମାଣ ପାଇଁ ଅମ୍ବାଦଳା, ବାବୁଗୁଡା, ପାଇକରାଣୀପିଣ୍ଡା ମୌଜାର ଜମି ଅଧିଗ୍ରହଣ କରିଥିଲା। ଜମି ଅଧିଗ୍ରହଣ ସମୟରେ ଜମିହରାଙ୍କ ପରିବାର ରୁ ସିଧାସଳଖ ବେଦାନ୍ତର ଚାକିରୀ, ୱାଟାଇମ୍ ସେତାଲମେଣ୍ଟ, ରେଳ ଲାଇନ୍ ର ଉଭୟ ପାର୍ଶ୍ବରେ ଥିବା ଜମିର ସର୍ବେକ୍ଷଣ କରି କ୍ଷୟକ୍ଷତି ଦେବା ସହ ଅନେକ ଗୁଡ଼ିଏ ପ୍ରତିଶ୍ରୁତିରେ ପୋତିପକାଇଥିଲା , ହେଲେ ଆଜକୁ ଦୀର୍ଘ ୧୪ ବର୍ଷରୁ ଉର୍ଦ୍ଧ ହେଲାଣି ଆଜି ପର୍ଯ୍ୟନ୍ତ ବେଦାନ୍ତ କଂପାନୀ ପ୍ରତିଶ୍ରୁତି କୁ ଭୁଲି ଜମିହରା ମାନଙ୍କୁ ଅଣଦେଖା କରି ଆସୁଥିବାରୁ ଆଜି ସମସ୍ତ ଜମିହରା ପରିବାର ବେଦାନ୍ତ କମ୍ପାନୀର ରେଳ ରୋକ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଥିଲେ।
ଦୀର୍ଘ ସମୟ ପରେ ବେଦାନ୍ତ କର୍ତ୍ତୁପକ୍ଷ ପହଞ୍ଚି ସେମାନଙ୍କ ସହିତ କଥାବାର୍ତ୍ତା କରିବା ସହ ଚଳିତ ମେ ମାସ ୨୪ ତାରିଖ ସୁଦ୍ଧା ସମସ୍ୟାର ସମାଧାନ କରିବା ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ଧାରଣା ରୁ ବିରତ ହୋଇଥିଲେ ଜମିହରା ଓ ତାଙ୍କ ପରିବାର , ୨୪ ତାରିଖ ସୁଦ୍ଧା ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ବଡ ଧରଣର ବେଦାନ୍ତ କମ୍ପାନୀର ରେଳ ରୋକ କରାଯିବ ବୋଲି ଜମିହରା ମାନେ ଚେତାବନୀ ଦେଇଛନ୍ତି। ଏହି ଅବସରରେ ଜମିହରା ପରିବାରଙ୍କ ସମେତ ରେଲୱେ ପୋଲିସ ଓ ଅମ୍ବାଦଳା ଥାନା ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।