Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକୀ ଉତ୍ସବ ଆରଟିଫେକ୍ଟ-୨୦୨୩ ଅନୁଷ୍ଠିତ

117 0

ମୁନିଗୁଡା :(ରମାକାନ୍ତ ପୋଡଲ )ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ, ରାୟଗଡ ଜିଲ୍ଲା ଶାଖା ପକ୍ଷରୁ, ଗୁଣୁପୁର ଟାଉନ୍ ହଲ୍ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ରାୟଗଡା ଜିଲ୍ଲା ସଭାପତି ଅନୀଲ ସାହୁକାର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ଶ୍ରୀ ସୁଜ୍ଞାନୁ ଚୌଧୁରୀ ସ୍ବତନ୍ତ୍ର ଅତିଥି ରୂପେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ବିଭାଗ ର ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାସ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସମାଜସେବୀ ତଥା ଜି.ଆଇ.ସି.ଏମ୍.ଏସ୍ ଅଧ୍ୟକ୍ଷ ଶ୍ରୀ ଅକ୍ଷୟ ଦାଶ, ସମ୍ମାନୀତ ଅତିଥି ଭାବେ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ଜୀ ଆଇ ଇ ଟି ବିଶ୍ୱବିଦ୍ୟାଳୟ ର ଉପ ସଭାପତି ଡଃ. ଚନ୍ଦ୍ର ଧ୍ୱଜ ପଣ୍ଡା, ଗୁଣପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମୃତ୍ୟୁଞ୍ଜୟ ବେହେରା ଯୋଗ ଦେଇଥିଲେ।

ଏହି ଅବସରରେ ସମସ୍ତ ମଞ୍ଚାସୀନ ଅତିଥି ଙ୍କ ସହ ସମାଜ ପାଇଁ ନିଃସ୍ୱାର୍ଥପର ଭାବେ ସେବା ଯୋଗାଉଥିବା ସଂଘ ତଥା ବ୍ୟକ୍ତିଗଣ ଯଥା ସତ୍ୟ ସାଇ ସେବା
ସମିତି, ଗୁଣପୁର, ବରିଷ୍ଠ ସମାଜ ସେବୀ ଶ୍ରୀ ସଞ୍ଜୟ ସାହୁ , ଜଗନ୍ନାଥ ମହା ପ୍ରୟାଣ କମିଟି ଅଧ୍ୟକ୍ଷ ଶ୍ରୀ ଦୟାନିଧି ବାରିକ ମାନଙ୍କ ସହ ସମାଜରେ ତୃତୀୟ ଲିଙ୍ଗ ବ୍ୟକ୍ତି ମାନଙ୍କ ଅଧିକାର ପାଇଁ ସଦା ସର୍ବଦା ଲଢ଼ିଆସୁଥିବା ମା ମାଝି ଗୋୖରୀ ସି.ଵି.ଓ ସେକ୍ରେଟାରୀଶିଶିର କାନ୍ତ ମହାପାତ୍ର (ପିଙ୍କି) ଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ରାୟଗଡା ଜିଲ୍ଲାରେ ସ୍କୁଲ ମାନଙ୍କ ପଟା ବାଣ୍ଟି ରେକର୍ଡ ସୃଷ୍ଟି କରିଥିବା ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକଙ୍କୁ ମଞ୍ଚ ଉପରେ ସମ୍ମାନୀତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ କୁ କିଡ୍ସ ଗୀ ପବ୍ଲିକ୍ ସ୍କୁଲ୍ ର ଚେୟାରମ୍ଯାନ ତଥା ବରିଷ୍ଟ ସାମ୍ବାଦିକ ଶ୍ରୀ ଜିତେନ୍ଦ୍ର କୁମାର ଶତପଥୀ ପରିଚାଳନା କରିଥିବାବେଳେ ,ଜଗନ୍ନାଥ ମହାନ୍ତି, ପ୍ରେମ କର, ଜୟ ମହାପାତ୍ର, ଦୀପକ ପଣ୍ଡା, ସୁନୀଲ ଶାବତ, ମନୋଜ ଦାସ ପ୍ରମୁଖ ସହୋଯାଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଓଡ଼ିଶୀ ନୃତ୍ୟ ଗୁରୁ ଶୁଶ୍ରୀ ସସ୍ମିତା ପଣ୍ଡା ଙ୍କ ଓଡ଼ିଶୀ ନୃତ୍ୟ ସହ ଆର୍ଟ ଏଣ୍ଡ କଲଚର୍ ଓ କିଡସ୍-ଗୀ ଅନୁଷ୍ଠାନ ପକ୍ଷରୁ ଆସିଥିବା କୁନିକୁନି କଳାକାର ଙ୍କ ନୃତ୍ୟ ଉପସ୍ଥିତ ଅତିଥି ମାନଙ୍କ ମନମୋହି ଥିଲା। ଶେଷରେ ଵିରାଜିନୀ ଶବର କାର୍ଯ୍ୟକ୍ରମ ର ଅନ୍ତିମ ସଙ୍ଗୀତ ଗାନ କରିଥିଲେ ଏବଂ ଓ ରୁ ଡଵ୍ଲୁ ଜେ ର ରାଜ୍ୟ ସଭାପତି ଓ ଜିଲ୍ଲା ସଭାପତି ଉପସ୍ଥିତ ସମସ୍ତ ସାମ୍ବାଦିକ ଭାଇ ମାନଙ୍କୁ ମାନପତ୍ର ବଣ୍ଟନ କରିଥିଲେ। ପରିଶେଷରେ ଶ୍ରୀ ଜଗନ୍ନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Related Post

୪୦୦ତମ ଦିବସରେ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ।

Posted by - April 29, 2021 0
ଯାଜପୁର:ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ ୨୦୨୦ମସିହା ମାର୍ଚ୍ଚ ୨୨ତାରିଖରୁ ଦେଶର ବିଭିନ୍ନ ଶାଖା ମାଧ୍ୟମରେ ନିରବଚ୍ଛିନ୍ନ…

ଯୌତୁକ ନିର୍ଯାତନା ସହିନପାରି ସ୍ତ୍ରୀ ଆତ୍ମହତ୍ୟା ମାମଲା: ଅଭିଯୁକ୍ତ ସ୍ୱାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

Posted by - May 18, 2023 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଏଁଲାଭଟା ଗାଁରେ ଗତ ୩୧.୧୦.୨୦୧୩ ତାରିଖରେ ଯୌତୁକ ଦାବୀନେଇ ସ୍ବାମୀ ର ଅକଥନୀୟ ଅତ୍ୟାଚାର ସହିନପାରି ବିବାହିତା…

ରାଷ୍ଟ୍ରପତି ଙ୍କ ପ୍ରତି ବିବାଦୀୟ ସମ୍ବୋଧନ କୁ ଧର୍ମଗଡ ଭାଜପା ର ବିରୋଧ , ଅଧିର ରଞ୍ଜନ ଚୌଧୁରୀଙ୍କ କୁଶ ପୁତ୍ତଳିକା ଦାହ

Posted by - July 29, 2022 0
ଧର୍ମଗଡ: ( ହେମନ୍ତ କୁମାର ମାଝୀ) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ଭାବେ ସମ୍ବୋଧନ କରିଥିବା କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ କୁଶ ପୁତ୍ତଳିକା ଦାହ…

ପୂଜ୍ୟପୂଜା ସଂସଦ ପକ୍ଷରୁ ବିଜୁ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - February 5, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) ଆଗାମୀ ମାର୍ଚ୍ଚ ୫ ତାରିଖ ରେ, ପ୍ରବାଦ ପୁରୁଷ ତଥା ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୦୬ ତମ ଜୟନ୍ତୀ ଉତ୍ସବ…

କୋରୋନା ପାଇଁ ଜିଲା ପରିଷଦ ର ଏକ ସ୍ୱତନ୍ତ୍ର ବୈଠକ ।

Posted by - March 21, 2020 43
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନାର ମୁକାବିଲା କରିବା ପାଇଁ ଯାଜପୁର ଜିଲା ପରିଷଦ ର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଥିଲା । ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର…