Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ କୋସଲି ସାହିତ୍ୟ ଆସର ଓ କବିତାର ଦୁଲଦୁଲି

64 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସହରର ପ୍ରତିଷ୍ଠିତ କୋସଲି ଭାସା ସୁରକ୍ଷା ସମିତି ପକ୍ଷରୁ କୋସଲି ସାହିତ୍ୟ ଆସର ଓ କବିତାର ଦୁଲଦୁଲି କାର୍ଯ୍ଯକ୍ରମ
ସ୍ଥାନୀୟ ପ୍ରଭାବତୀ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଆଲୋଚନା ସଭା କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ବିଶିଷ୍ଟ ଆଲୋଚକ ଭାବେ ପାଂଚଛକ ଚଙ୍ଗରିଆ କଲେଜର ସଭାପତି ସୁଶିଲ କୁମାର ଗୁରୁ, ବିଶିଷ୍ଟ ଶିକ୍ଷାବିତ୍ କ୍ଷୀରୋଦ ଷଡଙ୍ଗୀ, ବରିଷ୍ଠ ସାମ୍ବାଦିକ ଶ୍ରୀବତ୍ସ ବେହରା, ସାହିତ୍ୟିକ ଡ:ଯୁଗଳ କିଶୋର ଷଡଙ୍ଗୀ ,ସମିତିର ଅଧ୍ୟକ୍ଷ ଭିକାରୀ ଚରଣ ମିଶ୍ର, ଉପଦେଷ୍ଟା ନୀଳମଣି ସାହୁ ତଥା ସଭାପତି ଦିଲିପ କୁମାର ପସାୟତ ମଂଚାସୀନ ଥିଲେ।

କୋସଲି ଭାଷା ଦେଢକୋଟି ଲୋକଙ୍କ ମା ଓ ମାଟିର ଭାଷା ଭାବେ ହଜାର ହଜାର ବର୍ଷ ଧରି ବ୍ଯବହୃତ ହୋଇ ଆସୁଥିବାରୁ ସରକାର ଏହାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ୍ କରିବା ପାଇଁ ଆଲୋଚକଗଣ ସ୍ବର ଉଠାଇଥିଲେ। ଏହାକୁ ପ୍ରାଥମିକ ଶିକ୍ଷାରେ ସାମିଲ କରିବା, ସ୍ବତନ୍ତ୍ର ଏକାଡେମୀ ପ୍ରତିଷ୍ଠା କରିବା ,କୋସଲି କବି ଲେଖକଙ୍ କୁ ପୁରସ୍କୃତ କରିବା ପ୍ରମୁଖ ଦାବୀ ଗୁଡିକୁ ସରକାର ମାନି ନେବାକୁ ବୁଦ୍ଧିଜୀବିଗଣ ନିଜନିଜ ବକ୍ତବ୍ଯରେ ସ୍ପଷ୍ଟ କରିଥିଲେ।ଏହି କ୍ରମରେ ସ୍ବତନ୍ତ୍ର କୋସଲ ରାଜ୍ଯ ଦାବୀର ଯଥାଯଥ ବିଚାର ରଖିବା ପାଇଁ ବୁଦ୍ଧିଜୀବିଗଣ ପରାମର୍ଶ ଦେବାକୁ ଅନୁରୋଧ କରାଯାଇଥିଲା।

ନୀଳମଣି ସାହୁଙ୍କ ପରିଚାଳନା କ୍ରମେ ସଭାର ପ୍ରାରମ୍ଭରେ ସମିତିର ଉପଦେଷ୍ଟା ସେବକ ଚରଣ ଦାଶଙ୍କ ଦ୍ବାରା ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ସଦସ୍ୟ ଘିନୁ ଆଡଯୁଆଡ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଭିକାରୀ ଚରଣ ମିଶ୍ର ଉଦ୍ଦେଶ୍ୟ ଗ୍ଯାଁପନ କରିଥିଲେ।ସଭାପତି ଦିଲୀପ କୁମାର ପସାୟତ ସମିତିର ଉଲ୍ଲେଖନୀୟ କାର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ କୋସଲି ଭାଷା ସାହିତ୍ୟର ମୁଖପତ୍ର “ଝାଁପି”କୁ ପାଠକ ମାନଙ୍କୁ ଅର୍ପଣ କରାଯାଇଥିଲା।

ଦ୍ବିତୀୟ ପର୍ଯ୍ୟାୟରେ ନିମନ୍ତ୍ରିତ କବି ମଧୁସୂଦନ ଦାଶ,କ୍ଷିରସିନ୍ଧୁ ବିଶି,ପୁସ୍ତମ ଯୁଆଡି, ସୁଶାନ୍ତ ବାଗ, ମଧୁସୂଦନ ମହାନନ୍ଦ, ଲକ୍ଷ୍ମୀ ବଗର୍ତ୍ତୀ,,ସୁଜିତ ଶତପଥୀ, ବିନୟ ଦାଶ, ଦିଲ୍ଲୀପ କୁମାର ମିଶ୍ର, ରାଜମଣି ସାହୁ,ତରୁଣ ସିଂ ଦୀପ, ସବିତା ମହାରା,ଯଶୋବନ୍ତ ସାହୁ,ଆଦିମୂଳ ଶତପଥୀ, ପଂଚାନନ ତାଣ୍ଡି, ପୁଲସ୍ତି ବେହେରା, ସୁନିଲ ଅଗସ୍ତି, ଯମୁନା ଦାସ,ନରସିଂହ ସାହୁ, ଘନଶ୍ଯାମ ଖମାରୀ, ତପସ୍ବିନୀ ପସାୟତ, ଲିଲୁ ମୋହନ ପଧାନ, ପ୍ରମୋଦ ବୈଠାରୁ, ଚିତ୍ତ ରଂଜନ ଚାନ୍ଦ କବିତା ପାଠ କରିଥିଲେ। କବି ଭିକାରୀ ମିଶ୍ର ଧନ୍ୟବାଦ ଦେଇଥିଲେ ଓ ଦୁର୍ଗା ବେହେରା, ଶର୍ମିଷ୍ଠା ମିଶ୍ର, ଆୟୁଷି
ଚିତ୍ତ ରଂଜନ ଚାନ୍ଦ ପ୍ରମୁଖ ସହଯୋଗ କରିଥିଲେ।

Related Post

ବାଲିଆପାଳ ବ୍ଲକ ରେ ସୂଚନାକର୍ମୀଙ୍କ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣା

Posted by - January 7, 2022 0
ବାଲେଶ୍ଵର :ବାଲିଆପାଳ ବ୍ଲକରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି। ବିଭିନ୍ନ ବିଭାଗରେ ଦୁର୍ନୀତି ବଢ଼ି ବଢ଼ି ମହାଦୁର୍ନୀତ ର ରୂପ ନେଲାଣି। ଏହି ମହାଦୁର୍ନୀତ ର…

ହରଭଙ୍ଗା ବ୍ଲକ ସବୁ ଶୈବ ପୀଠରେ ମକର ମେଳା ମହା ଆଡମ୍ବର ରେ ପାଳିତ

Posted by - January 16, 2023 0
ହରଭଙ୍ଗା :୧୪/୦୧(ଚିତ୍ତରଞ୍ଜନ ସିଂ)ପୁନ୍ୟ ମାଘ ମାସ ମକର ସଂକ୍ରାନ୍ତି ହିନ୍ଦୁଧର୍ମlବଲମ୍ବୀ ପାଇଁ ଏକ ପୁଣ୍ୟ ତିଥି!ଏହି ତିଥିରେ ସବୁ ଶିବlଳୟ, ରାଧାକୃଷ୍ଣ ପୀଠ ଗୁଡିକରେ ମକର ଯାତ୍ରା…

ମାଲକାନଗିରି ଜିଲ୍ଲା ଲୋକ କଳା ଓ ସାଂସ୍କୃତିକ ପରିଷଦ ତରଫରୁ ୭୫ ତମ ସ୍।ଧିନତା ଦିବସ ପାଳିତ

Posted by - August 17, 2021 0
ମାଲକାନଗିରି:(ଅବଦୁଲ ଗନି) ଜିଲ୍ଲାର କଳା ଗ୍ରାମ ବୀର ଲକ୍ଷ୍ମଣପୁର ଗ୍ରାମ ପ୍ରାଙ୍ଗଣରେ ମାଲକାନଗିରି ଜିଲ୍ଲା ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଙ୍ଗଠନ ଆନୁକୁଲ୍ୟରେ ୭୫ ତମ ସ୍ୱାଧୀନତା…